Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Cloud Brust: ୧୦ ରାଜ୍ୟରେ ସ୍ଥିତି ବେହାଲ, ରାସ୍ତା-ଘାଟ-ଗାଁ-ବଜାର ସବୁ ଉଭାନ୍ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Cloud Brust: ୧୦ ରାଜ୍ୟରେ ସ୍ଥିତି ବେହାଲ, ରାସ୍ତା-ଘାଟ-ଗାଁ-ବଜାର ସବୁ ଉଭାନ୍ !

Key Points

ଜାମ୍ମୁ କାଶ୍ମୀର, ପଞ୍ଜାବ ସମେତ ୧୦ ରାଜ୍ୟରେ ସ୍ଥିତି ବେହାଲ
ଲଗାଣ ବର୍ଷା ପରେ ତାସ୍ ଘର ପରି ଭୁଶୁଡ଼ି ପଡୁଛି ପାହାଡ଼ ଓ ଘର
ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର ପାଇଁ ସେନା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ
ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜରୁରୀ ବୈଠକ

ବର୍ଷା-ବନ୍ୟା-ଭୂସ୍ଖଳନ । ମୌସୁମୀ ବର୍ଷାରେ ଉବୁଟୁବୁ ଉତ୍ତର ପୂର୍ବ ଭାରତ । ଉତ୍ତର ଭାରତ ସମେତ ଦେଶର ୧୦ଟି ରାଜ୍ୟରେ ଜଳ ପ୍ରଳୟ । ପ୍ରଳୟ ଆଁରେ ରାସ୍ତା, ଘାଟ, ବଜାର । ବନ୍ୟାରେ ଜମ୍ମୁ ସମ୍ଭାଗରେ ମୃତ୍ୟୁ ସଂଖ୍ୟା ୪୫ ଅତିକ୍ରମ କରିଛି । ବାଦଲ ଫଟା ବର୍ଷା ପରେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର ପାଇଁ ସେନା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଜମ୍ମୁର ଡୋଡା ଜିଲ୍ଲାରେ ଡରାଉଛି ତୱା ନଦୀ । ପଞ୍ଜାବରେ ବାୟୁସେନା ହେଲିକପ୍ଟଟର ସହ ସ୍ବତନ୍ତ୍ର ଅଟୋର ଭ୍ୟାନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଉତ୍ତର ପୂର୍ବ ଭାରତରେ ସ୍ଥିତି ଗମ୍ଭୀର । ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା ଜାରି ରହିଥିବା ବେଳେ ପୂର୍ବ ଭାରତରେ ମଧ୍ୟ ସ୍ଥତି ସଙ୍ଗୀନ ହୋଇଛି । ଜମ୍ମୁ ଓ ସାମ୍ବାର ୫୦ରୁ ଅଧିକ ତଳୁଆ ଅଞ୍ଚଳ ଏବେ ବି ଜଳବନ୍ଦୀ ହୋଇ ରହିଛି । ମାତା ବୈଷ୍ଣୋଦେବୀଙ୍କ ପୀଠରେ ପ୍ରକୃତିର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଥିବା ବେଳେ ଏବେ ବି ଉଦ୍ଧାର ଅପରେସନ ଜାରି ରହିଛି ।

ପଞ୍ଜାବରେ ବାୟୁସେନା ହେଲିକପ୍ଚଟର ସହ ସ୍ବତନ୍ତ୍ର ଅଟୋର ଭ୍ୟାନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ପଞ୍ଜାବର ୮ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ପଠାନକୋଟର ମାଧପୁର ହେଡକ୍ବାର୍ଟର ଭୁଶୁଡ଼ି ପଡ଼ିବାରୁ ୫୦ରୁ ଅଧିକ କର୍ମଚାରୀ ଫସି ରହିଛନ୍ତି । ସେହିପରି ଗୁରୁଦାସପୁରର ଦବୁଡ଼ିରେ ଏକ ସ୍କୁଲରେ ୩୮୧ ବିଦ୍ୟାର୍ଥୀଙ୍କ ସହ ୭୦ ଶିକ୍ଷକଙ୍କୁ ଉଦ୍ଧାର କରିବାରେ ସେନା ସଫଳ ହୋଇଛି ।

ପାହାଡ଼ରୁ ମାଡ଼ି ଆସୁଛି ବିପଦ । ଲଗାଣ ବର୍ଷା ପରେ ବନ୍ୟାରେ ଭାସି ଯାଉଛି ଗାଡ଼ି, ଘର । NDRF, SDRF, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ଦ୍ବାରା ସ୍ଥାନାନ୍ତର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ହିମାଚଳ ପ୍ରଦେଶର ପୋଙ୍ଗ ଡ୍ୟାମରେ ବନ୍ୟା ପାଣି ଛଡ଼ାଯିବା ପରେ ୬୦ଟି ଗାଁର ୨୦ ହଜାର ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇ ଥିବାରୁ ଉଦ୍ଧାରକାରୀ ଟିମ୍ ପ୍ରଭାବିତଙ୍କ ନିକଟରେ ପହଞ୍ଚିବାକୁ ନାକେଦମ ହେଉଛନ୍ତି ।

ପ୍ରୟାଗରାଜ ସମେତ ଉତ୍ତର ପ୍ରଦେଶର ୨୨ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ତ୍ବରିତ ରିଲଫ ସେବା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିଲ୍ଲୀରେ ଲୋକଙ୍କ ଘରେ ଲହଡ଼ି ମାରୁଛି ଯମୁନା ପାଣି ।

ବର୍ଷା-ବନ୍ୟା-ଭୂସ୍ଖଳନ ଯୋଗୁ ପ୍ରଭାବିତ ହୋଇଛି ରେଳ ଓ ବିମାନ ସେବା । ସ୍ଥିତିକୁ ଦୃଷ୍ଟିରେ ରଖି ୧୦ ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖାଯାଇଛି । ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ହୋଇଛି ଜରୁରୀ ବୈଠକ । ଭୂସ୍କଳନରେ ବହୁ ସ୍ଥାନରେ ଟେଲିକମ ଟାୱାର ଭୁଶୁଡ଼ି ପଡି ଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି ସହ ବିକଳ୍ପ ରାସ୍ତା ନିର୍ମାଣ ପ୍ରକ୍ରିୟା ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Severe Floods & Heavy Rain Alerts Across North India | Rajasthan, Punjab, J&K Hit Hard | Argus News