ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରେ ଭୟଙ୍କର ବନ୍ୟା: ୩୬ ମୃତ

ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ଚାରିଆଡେ ପ୍ରବଳ ବନ୍ୟା। ଲଗାଣ ବର୍ଷାରେ ଚାରିଆଡେ ଜଳାର୍ଣ୍ଣବ ହୋଇଛି। ଏପର୍ଯ୍ୟନ୍ତ ଏହି ଭୟଙ୍କର ବନ୍ୟାରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜସ୍ଥାନ ଏବଂ ଗୁଜରାଟରେ ମଧ୍ୟ ଭୀଷଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଚାରିଆଡେ ଜଳବନ୍ଦୀ ସ୍ଥିତି ହୋଇଛି। ଗୁଜରାଟ ବନ୍ୟାରେ ଏପର୍ଯ୍ୟନ୍ତ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେସରକାରୀ ସୂତ୍ରରୁ ପ୍ରକାଶ। ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଏବଂ ଗୁଣ୍ଟୁରରେ ସବୁଠୁ ଅଧିକ ବର୍ଷା ହୋଇଛି। ଟ୍ରେନ ଟ୍ରାକ ଗୁଡ଼ିକ ଉପୁଡ଼ି ପଡ଼ିଛି।
ଆନ୍ଧ୍ରର ଭୟଙ୍କର ବନ୍ୟାରେ ଜଳବନ୍ଦୀରେ ଥିବା ଲୋକଙ୍କୁ ଉଦ୍ଧାର କରିବାପାଇଁ ଏନଡିଆରଆଫ ଏବଂ ଅଗ୍ନିଶମ ଟିମ ନିୟୋଜିତ ହୋଇଛି।
ଏହି ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଭଳି ବର୍ଷା ଦାଉ ସାଧୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏନଏଚ ଗୁଡ଼ିକ ପାଣିରେ ବୁଡ଼ିରହିଛି। ବିଜୟଓ୍ବାଡା, ଅମରାବତୀ, ମଙ୍ଗଳାଗିରୀ, ଗୁଣ୍ଟୁର ଏବଂ ଏଲୁରୁ ଅଞ୍ଚଳର ସବୁ ରାସ୍ତା ପାଣିରେ ବୁଡ଼ିକି ରହିଛି। ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି।
ଅଧିକ ପଢ଼ନ୍ତୁ ଭାରତ ଖବର