କେରଳରେ ଭୟଙ୍କର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି

ଅର୍ଗସ ବ୍ୟୁରୋ: ଭୟଙ୍କର, ବୀଭତ୍ସ, ହୃଦୟ ବିଦାରକ....କେରଳରେ ପ୍ରକୃତିର କରାଳ ରୂପ । ଚାରି ଘଣ୍ଟାରେ ତିନିଥର ଭୂସ୍ଖଳନ । ଚାଲିଗଲା ୯୦ ପାଖାପାଖି ଜୀବନ। କେରଳ ଓ୍ବାୟାନାଡ଼ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନରେ ଏବେ ବି ମାଟି ଅତଡ଼ା ତଳେ ଫସି ରହିଛି ଅନେକ ଜୀବନ । ଚୁରାଲମାଲା ଅଂଚଳରେ ଲଗାଣ ବର୍ଷା ପରେ ଦେଖାଦେଥିବା ଜଳପ୍ରଳୟ । ରାତିର ଅବିଶ୍ରାନ୍ତ ବର୍ଷା ପରେ ସକାଳୁ ସକାଳୁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ପାହାଡରୁ ମାଟି ଅତଡା ଖସି ଗୋଟିଏ ଗାଁ ପୁରା ଭାସିଯାଇଛି । ଯେଉଁଠି ଦିନେ ଘରଦ୍ବାର ଥିଲା ସେଠି ଏବେ କୁଢ କୁଢ ମାଟି ଅତଡା । ଆଉ ତା ତଳେ ଫସି ରହିଛି ଜୀବନ । ବର୍ତ୍ତମାନ ସୁଦ୍ଧା ୯୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୨୦ ଆହତଙ୍କୁ ଚିକିତ୍ସା କରାଯାଉଛି । ତିନି ସେନାର ଯବାନ ମାନଙ୍କ ସହ ଏନଡିଆରଏଫ୍, ଏସଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମାଟି ଅତଡା ଧସିବା ଯୋଗୁଁ ପ୍ରଭାବିତ ହୋଇଛି ଯୋଗାଯୋଗ। ରାସ୍ତା ନ ଥିବାରୁ ଉଦ୍ଧାରକାରୀ ଟିମ୍ ପାଇଁ ବଡ ସମସ୍ୟା ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର