Videos
|
National

Sex Racket Busted / ଜାଲ ବିଛାଇ ଠାବ ହେଲା ସେକ୍ସ ରାକେଟ, ମିଛ ଗ୍ରାହକ ହୋଇ ଯାଇଥିଲା ପୋଲିସ, ରାଣୀ ମହୁମାଛି ମହିଳା ଗିରଫ୍

Bikash Mohanty
Browse all articles by Bikash Mohanty
·2 weeks ago·2 min read
ଜାଲ ବିଛାଇ ଠାବ ହେଲା ସେକ୍ସ ରାକେଟ, ମିଛ ଗ୍ରାହକ ହୋଇ ଯାଇଥିଲା ପୋଲିସ, ରାଣୀ ମହୁମାଛି  ମହିଳା ଗିରଫ୍
Sex Racket

Key Points

ଜାଲ ବିଛାଇ ସେକ୍ସ ରାକେଟ ଠାବ
ମିଛଗ୍ରାହକ ସାଜି ପୋଲିସର ଚଢ଼ାଉ, ଦୁଇ ମହିଳା ଗିରଫ
ହରିୟାଣାର କୈଥଲ ସହରର ଘଟଣା

ଚଣ୍ଡିଗଡ଼,୨୩/୦୮: ହରିୟାଣାର କୈଥଲ ସହରର ଖୁରାନା ରୋଡ୍‌ ଅଞ୍ଚଳରେ ଏକ ଘରେ ଚାଲିଥିବା ଦେହ ବ୍ୟବସାୟ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୋଲିସ। ପୋଲିସ ସେହି  ଘରେ  ଚଢାଉ କରି ରାଣୀ ମହୁମାଛି କୁହାଯାଉଥିବା ଦୁଇଜଣ ମହିଳାଙ୍କୁ ଗିରଫ କରିଛି। ଘଟଣା ସାମ୍ନାକୁ ଆସିବା ପରେ ଖୁରାନା ରୋଡ୍‌ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା।

ପୋଲିସ ସୂଚନା ଅନୁସାରେ, ଖୁରାନା ରୋଡ୍‌ର ଏକ ଘରକୁ ନେଇ ଗତ କିଛି ଦିନ ଧରି ସ୍ଥାନୀୟ ଲୋକଙ୍କ ଠାରୁ ଅଭିଯୋଗ ମିଳୁଥିଲା। ଏହି ଘରେ କିଛି ଆପତ୍ତିଜନକ କାର୍ଯ୍ୟ ଚାଲୁଥିବା ନେଇ ଲୋକେ ସନ୍ଦେହ କରୁଥିଲେ। ଏହି ଘରକୁ  ଅନେକ ଲୋକଙ୍କ ନିୟମିତ ଯାତାୟାତ ନେଇ ସନ୍ଦେହ ପ୍ରକାଶ କରିଥିଲେ ଅଞ୍ଚଳବାସୀ। ଲୋକେ ପୋଳିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସର ଏକ ଗୁଇନ୍ଦା ଟିମ୍‌ ଘର ଉପରେ ନଜର ରଖିଥିଲା।  ପୋଲିସକୁ ଏହି ଘର ସମ୍ପର୍କରେ ଠୋସ ସୂଚନା ମିଳିବା ପରେ କୈଥଲ ସିଟି ପୋଲିସ ଷ୍ଟେସନ୍‌ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ହାତେନାତେ ଧରିବା ପାଇଁ ପୋଲିସ ଜଣେ କର୍ମଚାରୀଙ୍କୁ ନକଲି ଗ୍ରାହକ ଭାବେ ପଠାଇଥିଲା।

ପୋଲିସର ଯୋଜନା ଅନୁସାରେ, ନକଲି ଗ୍ରାହକ ଘର ଭିତରକୁ ଯାଇଥିଲେ। ସେଠାରେ ଟଙ୍କା ଦିଆଯିବା ପରେ ସେ ବାହାରେ ଅପେକ୍ଷା କରିଥିବା ପୋଲିସ ଟିମ୍‌କୁ ସଙ୍କେତ ଦେଇଥିଲେ। ସଙ୍କେତ ମିଳିବା ମାତ୍ରେ ପୋଲିସ ଘର ଉପରେ ଚଢାଉ କରିଥିଲା। ଚଢାଉ ସମୟରେ ଘର ଭିତରୁ ଦୁଇଜଣ ମହିଳାଙ୍କୁ ଧରାଯାଇଥିଲା। ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ ଗିରଫ ହୋଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କୈଥଲ ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ କୁରୁକ୍ଷେତ୍ର ଜିଲ୍ଲାର ବାସିନ୍ଦା। ପୋଲିସ ଅଭିଯୋଗ କରିଛି ଯେ ଘରମାଲିକଙ୍କ ଇଙ୍ଗିତରେ ଏହି ମହିଳାମାନେ ଅନୈତିକ ବ୍ୟବସାୟରେ ଜଡିତ ଥିଲେ।

ପଢନ୍ତୁ ଏହି ଖବର: ନାବାଳିକାକୁ ପ୍ରେମଜାଲରେ ଫସାଇ ଦୁଷ୍କର୍ମ ଘଟଣା: ଦୁଇ ଯୁବକ ଅଦନାନ୍ ଓ ସାଭେଜ ଗିରଫ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାସ୍ଥଳରେ ଘରମାଲିକ ଉପସ୍ଥିତ ନଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଘରଟି କେତେ ଦିନ ଧରି ଏଭଳି କାର୍ଯ୍ୟକଳାପର କେନ୍ଦ୍ର ଥିଲା ଏବଂ ଏହା ପଛରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।

ସିଟି ପୋଲିସ ଷ୍ଟେସନ୍‌ ଇନଚାର୍ଜ ଗୀତାଙ୍କ କହିବା ଅନୁସାରେ, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ଘର ଉପରେ ନଜର ରଖାଯାଇଥିଲା। ସଠିକ୍‌ ସୂଚନା ମିଳିବା ପରେ ଯୋଜନାବଦ୍ଧ ଭାବେ ଚଢାଉ କରାଯାଇ ଦୁଇ ମହିଳାଙ୍କୁ ଧରାଯାଇଛି।

ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଖବର ପ୍ରଚାର ହେବା ପରେ ଖୁରାନା ରୋଡ୍‌ରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ମାମଲାରେ ପୋଲିସ ଆଇନ ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।
Sex Racket Busted in Police Raid, Two Women Arrested | Argus News