Videos
|
National

ଜମ୍ମୁ-କଶ୍ମୀର ସଭାରେ ଆତଙ୍କବାଦକୁ ନେଇ ଗର୍ଜିଲେ ଶାହ

Ritu Das
Browse all articles by Ritu Das
·1 year ago·1 min read
ଜମ୍ମୁ-କଶ୍ମୀର ସଭାରେ ଆତଙ୍କବାଦକୁ ନେଇ ଗର୍ଜିଲେ ଶାହ

ଅର୍ଗସ ବ୍ୟୁରୋ: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ରାଜ୍ୟର କିସ୍ତଓ୍ବାଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ।

ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କନଫରେନ୍ସ ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଜମ୍ମୁ କଶ୍ମୀରରେ ସେମାନେ କ୍ଷମତାକୁ ଆସିପାରିବେ ନାହିଁ । ରାଜ୍ୟରେ ଆତଙ୍କବାଦ ବୃଦ୍ଧି ପାଇଁ ପୁଣି ଥରେ ଉଦ୍ୟମ କରାଯାଉଛି କିନ୍ତୁ ବିଜେପି ସରକାର ଏହାକୁ ଭୂମିରେ ପୋତି ଦେବେ।

ଆତଙ୍କବାଦ ପ୍ରସଙ୍ଗରେ ଶାହା କହିଛନ୍ତି, କଂଗ୍ରେସ ଏବଂ ଏହାର ନେତା ରାହୁଲ ଗାନ୍ଧୀ ଜମ୍ମୁ କଶ୍ମୀରକୁ ପୁଣି ଆତଙ୍କବାଦ ଆଡକୁ ଠେଲିବାକୁ ଚାହୁଁଛନ୍ତି। ଯଦି କଂଗ୍ରେସ ଏବଂ ଏନସି ସରକାର ଆସନ୍ତି ତେବେ ଆମେ ଛାଡିବୁ ନାହିଁ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି। ଆତଙ୍କବାଦକୁ ପାତାଳରେ କବର ଦେବୁ। ଆତଙ୍କବାଦକୁ ଏପରି ସ୍ତରରେ ପୋତିଦେବାକୁ ନିଷ୍ପତ୍ତି ନେଇଛୁ ଯେ, ଯେଉଁଠୁ ଏହା ଆଉ ଫେରିପାରିବ ନାହିଁ। ଏଥର ଜମ୍ମୁ କଶ୍ମୀରରେ ଅବଦୁଲ୍ଲା ସରକାର କିମ୍ବା ରାହୁଲ ଗାନ୍ଧୀଙ୍କ ସରକାର ଗଠନ ହେଉନାହିଁ। ଏଥର ଏଠାରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ହେବ ବୋଲି ଶାହା କହିଛନ୍ତି।

ଜନତାଙ୍କୁ ନିବେଦନ କରି ଶାହା କହିଛନ୍ତି ବିଜେପି ସରକାର ଗଠନ କରିବାରେ ସାହାଯ୍ୟ କର। ଆମେ ଆତଙ୍କବାଦକୁ ମୂଳୋତ୍ପାଟନ କରିବୁ। ଉପତ୍ୟକାରେ ତିନି ପରିବାରର ଶାସନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ମୋଦି ପଞ୍ଚାୟତ ରାଜକୁ ମଜଭୁତ କରିଛନ୍ତି ଏବଂ ଧାରା ୩୭୦ ବର୍ତ୍ତମାନ ଇତିହାସର ବିଷୟ ହୋଇଛି, ଏହା ଆଉ ଫେରିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର