Pan Masala Ad Controversy / ପାନ ମସଲା ବିଜ୍ଞାପନ ବିବାଦ: ଶାହରୁଖ, ଅଜୟ ଓ ଟାଇଗରଙ୍କ ଜବାବ, କହିଲେ ‘ମାଉଥ ଫ୍ରେଶନର ପାଇଁ କରିଥିଲୁ ଚୁକ୍ତି’
·2 hours ago·2 min read

Key Points
ପାନ ମସଲା ବିଜ୍ଞାପନ ବିବାଦ
ଶାହରୁଖ, ଅଜୟ ଓ ଟାଇଗରଙ୍କ ଜବାବ
କହିଲେ ‘ମାଉଥ ଫ୍ରେଶନର ପାଇଁ କରିଥିଲୁ ଚୁକ୍ତି’

ମୁମ୍ବାଇ,୩୦/୦୯:
ବଲିଉଡ୍ର ତିନି ଚର୍ଚ୍ଚିତ ଚେହେରା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ। ଫିଲ୍ମ ଦୁନିଆରେ ଏମାନଙ୍କ ଦବଦବା ଥିବା ବେଳେ ଏବେ ଏକ ବିଜ୍ଞାପନକୁ ନେଇ ଆଇନଗତ ବିବାଦରେ ଚର୍ଚ୍ଚାକୁ ଆସିଛନ୍ତି ତିନି ଷ୍ଟାର। ପାନ ମସଲା ସମ୍ପର୍କିତ ଏକ ବିଜ୍ଞାପନକୁ ନେଇ ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ପକ୍ଷରୁ ଜାରି ହୋଇଥିବା ନୋଟିସର ଜବାବ ଦେଇଛନ୍ତି ଏହି ତିନି ଅଭିନେତା କହିଛନ୍ତି ‘ମାଉଥ ଫ୍ରେଶନର ପାଇଁ କରିଥିଲୁ ଚୁକ୍ତି’
FDA କମିଶନର ତୁକାରାମ ମୁଣ୍ଡେଙ୍କ ସୂଚନା ଅନୁସାରେ, ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ ନୋଟିସର ଆନୁଷ୍ଠାନିକ ଆଇନଗତ ଜବାବ ଦାଖଲ କରିଛନ୍ତି। ଏବେ ବିଜ୍ଞାପନଟି ନିୟମ ଉଲ୍ଲଂଘନ କରୁଛି କି ନାହିଁ, ତାହାର ଯାଞ୍ଚ କରୁଛି FDA।
କ’ଣ କହିଲେ ତିନି ଷ୍ଟାରଙ୍କ ଓକିଲ?
ଶୁଣାଣି ସମୟରେ ତିନି ଅଭିନେତାଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀମାନେ ନିଜ ନିଜ ପକ୍ଷ ରଖିଥିଲେ। ରିପୋର୍ଟ ଅନୁସାରେ, ସେମାନଙ୍କ ଯୁକ୍ତି ଥିଲା ଯେ ଅଭିନେତାମାନେ ଯେଉଁ ଚୁକ୍ତି କରିଥିଲେ, ତାହା କେବଳ ‘ମାଉଥ ଫ୍ରେଶନର’ ବା ଏଲାଇଚି ଭଳି ଉତ୍ପାଦର ବିଜ୍ଞାପନ ପାଇଁ ଥିଲା। କୌଣସି ନିଷିଦ୍ଧ ତମାଖୁ ଉତ୍ପାଦ ପାଇଁ ସେମାନେ ଚୁକ୍ତି କରିନଥିଲେ। ଏବେ ଏହି ଯୁକ୍ତି ଓ ବିଜ୍ଞାପନର ପ୍ରକୃତ ସ୍ୱରୂପକୁ FDA ଯାଞ୍ଚ କରୁଛି। ବିଜ୍ଞାପନଟି ସରୋଗେଟ୍ ଆଡଭର୍ଟାଇଜିଂ ବା ଭ୍ରାମକ ବିଜ୍ଞାପନ ଶ୍ରେଣୀରେ ଆସୁଛି କି ନାହିଁ, ତାହା ଆଇନ ଅନୁସାରେ ଯାଞ୍ଚ କରାଯାଉଛି।
ପଢନ୍ତୁ ଏହି ଖବର: ସୁପ୍ରିମକୋର୍ଟ କହିଲେ ବ୍ୟାନ ହେବନି ବାଣଫୁଟା, ଦୀପାବଳି ଲୋକଙ୍କ ଭାବନା ସହ ଜଡ଼ିତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ହେଲା ନୋଟିସ?
ବଲିଉଡର ତିନି ସୁପରଷ୍ଟାର ଶାହାରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ ‘ବିମଲ ଏଲାଇଚି’ର ବିଜ୍ଞାପନରେ ଏକାଠି ନଜର ଆସିଥିଲେ। ଟେଲିଭିଜନ୍ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏହି ବିଜ୍ଞାପନର ଭିଡିଓ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା। FDAର ଅଭିଯୋଗ ହେଉଛି, ଏହି ବିଜ୍ଞାପନ ପରୋକ୍ଷ ଭାବେ ପାନ ମସଲା କିମ୍ବା ତମାଖୁ ସମ୍ପର୍କିତ ଉତ୍ପାଦର ପ୍ରଚାର କରୁଥାଇପାରେ। ଏହି କାରଣରୁ ତିନି ଅଭିନେତାଙ୍କୁ ନୋଟିସ ଜାରି କରାଯାଇଥିବା କୁହାଯାଇଛି।
FDA କମିଶନର ତୁକାରାମ ମୁଣ୍ଡେଙ୍କ କହିବା ଅନୁସାରେ, ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇଟି ଆନୁଷ୍ଠାନିକ ଶୁଣାଣି ହୋଇଛି। ଗୁଟଖା ଓ ତମାଖୁ ଉତ୍ପାଦ ସହ ସମ୍ପର୍କିତ ସରୋଗେଟ୍ ବିଜ୍ଞାପନକୁ ନେଇ ବିଭାଗ କଡ଼ା ଆଭିମୁଖ୍ୟ ରଖୁଥିବା ସେ କହିଛନ୍ତି।
୨୦୧୨ରୁ ମହାରାଷ୍ଟ୍ରରେ ଗୁଟଖା ନିଷେଧ
FDA କମିଶନରଙ୍କ ଅନୁସାରେ, ୨୦୧୨ ମସିହାରୁ ମହାରାଷ୍ଟ୍ରରେ ଗୁଟଖା ଓ କିଛି ତମାଖୁ ସମ୍ପର୍କିତ ଉତ୍ପାଦ ଉପରେ ନିଷେଧ ରହିଛି। ତେଣୁ ଏପରି ଉତ୍ପାଦ ସହ ପରୋକ୍ଷ ସମ୍ପର୍କ ଥିବା ବିଜ୍ଞାପନ ମଧ୍ୟ ବିଭାଗର ନଜରରେ ରହିଛି। ଏବେ ତିନି ଅଭିନେତାଙ୍କ ଜବାବ ପରେ FDA କେଉଁ ନିଷ୍ପତ୍ତି ନେବ, ତାହା ଉପରେ ନଜର ରହିଛି।
ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ଷ୍ଟାର
ଏହି ବିବାଦ ମଧ୍ୟରେ ଶାହରୁଖ ଖାନ ଓ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମକୁ ନେଇ ମଧ୍ୟ ଫ୍ୟାନ୍ମାନଙ୍କ ମଧ୍ୟରେ ଉତ୍ସାହ ରହିଛି। ଅଜୟ ଦେବଗନଙ୍କ ‘ଦୃଶ୍ୟମ 3’ ଅକ୍ଟୋବର ୨ରେ ରିଲିଜ୍ ହେବାର ଯୋଜନା ଥିବା ବେଳେ, ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ’ ଡିସେମ୍ବର ୨୪ରେ ରିଲିଜ୍ ହେବାର ସୂଚନା ରହିଛି। ଏବେ ପାନ ମସଲା ବିଜ୍ଞାପନ ବିବାଦରେ FDAର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ବଲିଉଡ୍ ଓ ଫ୍ୟାନ୍ମାନଙ୍କ ନଜର ରହିଛି।

Related Topics
Explore more stories