Videos
|
National

Vimal Elaichi / ବିମଲ ଇଲାଇଚୀର ଗୋଟିଏ Ad ପାଇଁ କୋଟି କୋଟି ଟଙ୍କା ! ଶାହରୁଖ-ଅଜୟଙ୍କ ଫିସ୍‌ କେତେ ଜାଣନ୍ତୁ ?

Rashmita Mishra
Browse all articles by Rashmita Mishra
·2 weeks ago·2 min read
ବିମଲ ଇଲାଇଚୀର ଗୋଟିଏ Ad ପାଇଁ କୋଟି କୋଟି ଟଙ୍କା ! ଶାହରୁଖ-ଅଜୟଙ୍କ ଫିସ୍‌ କେତେ ଜାଣନ୍ତୁ ?
Vimal

Key Points

ବିମଲ ଇଲାଇଚୀ Ad
ଶାହରୁଖ-ଅଜୟଙ୍କ ବିମଲ Ad ଫିସ୍‌ କେତେ ?
ଫିସ୍‌ ଜାଣିଲେ ହୋସ୍‌ ଉଡ଼ିଯିବ!
ବଲିଉଡ୍‌ର ତିନି ବଡ଼ ଷ୍ଟାର୍‌—ଶାହରୁଖ ଖାନ୍‌, ଅଜୟ ଦେବଗନ୍‌ ଓ ଟାଇଗର ଶ୍ରଫ୍‌ଙ୍କୁ ନେଇ ବଢ଼ିଲା ବିବାଦ । ମହାରାଷ୍ଟ୍ର FDAର ନୋଟିସ୍‌ ପରେ ଏବେ ଚର୍ଚ୍ଚାରେ ‘ବୋଲୋ ଜୁବାନ କେସରୀ’ ବିଜ୍ଞାପନ । FDAର ଅଭିଯୋଗ, ଇଲାଇଚୀ ବିଜ୍ଞାପନ ଆଳରେ ପାନ୍‌ ମସଲାର ପ୍ରଚାର ହେଉଛି । ତେବେ ଏହି ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରୁଛନ୍ତି କି ଏହି ଷ୍ଟାର୍‌ମାନେ ? ଆଉ କାହିଁକି ହଠାତ୍‌ FDAର ନଜରରେ ଆସିଲେ ଶାହରୁଖ, ଅଜୟ ଓ ଟାଇଗର ?

ମହାରାଷ୍ଟ୍ରରେ ପାନ୍‌ ମସଲା ବିଜ୍ଞାପନକୁ ନେଇ ଏବେ ବଲିଉଡ୍‌ର ତିନି ବଡ଼ ଷ୍ଟାର୍‌ ଅଡ଼ୁଆରେ । ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ (FDA) ସୁପରଷ୍ଟାର୍‌ ଶାହରୁଖ ଖାନ୍‌, ଅଜୟ ଦେବଗନ୍‌ ଏବଂ ଟାଇଗର ଶ୍ରଫ୍‌ଙ୍କୁ ନୋଟିସ୍‌ ଜାରି କରିଛି । ‘ବିମଲ ଇଲାଇଚୀ’ର ବିଜ୍ଞାପନ ମାଧ୍ୟମରେ ପରୋକ୍ଷ ଭାବେ ‘ବିମଲ ପାନ୍‌ ମସଲା’ର ପ୍ରଚାର କରାଯାଉଥିବା ନେଇ FDA ପ୍ରଶ୍ନ ଉଠାଇଛି ।

‘ବୋଲୋ ଜୁବାନ କେସରୀ’ ବିଜ୍ଞାପନ ଦୀର୍ଘଦିନ ଧରି ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି । ପ୍ରଥମେ ଏଥିରେ କେବଳ ଅଜୟ ଦେବଗନ୍‌ ନଜର ଆସୁଥିଲେ। ପରେ ଶାହରୁଖ ଖାନ୍‌ ଓ ଟାଇଗର ଶ୍ରଫ୍‌ ମଧ୍ୟ ଏହି ବିଜ୍ଞାପନ କରୁଛନ୍ତି ।

ଏବେ ଏହି ଷ୍ଟାର୍‌ମାନଙ୍କ ବିଜ୍ଞାପନ ଫିସ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି । ମିଡିଆ ରିପୋର୍ଟ ଓ ଇଣ୍ଡଷ୍ଟ୍ରି ଆକଳନ ଅନୁସାରେ, ଶାହରୁଖ ଖାନ୍‌ ବଡ଼ ବ୍ରାଣ୍ଡ୍‌ର ବିଜ୍ଞାପନ ପାଇଁ ପ୍ରାୟ ୮ରୁ ୧୨ କୋଟି ଟଙ୍କା ଚାର୍ଜ କରନ୍ତି । ତେବେ ବିବାଦୀୟ କିମ୍ବା ବଡ଼ ପାନ୍‌ ମସଲା-ଇଲାଇଚୀ କ୍ୟାମ୍ପେନ୍‌ରେ ତାଙ୍କ ଫିସ୍‌ ୨୦ରୁ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥିବା ଦାବି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଅଜୟ ଦେବଗନ୍‌ ବିମଲ ବ୍ରାଣ୍ଡ୍‌ର ପୁରୁଣା ଚେହେରା ଭାବେ ପରିଚିତ। ରିପୋର୍ଟ ଅନୁସାରେ, ସେ ବର୍ଷକୁ କିମ୍ବା କ୍ୟାମ୍ପେନ୍‌ ଆଧାରରେ ପ୍ରାୟ ୧୦ରୁ ୧୫ କୋଟି ଟଙ୍କା ଚାର୍ଜ କରିପାରନ୍ତି। ତେବେ ଏହି ନିର୍ଦ୍ଦିଷ୍ଟ ବିଜ୍ଞାପନ ପାଇଁ ତାଙ୍କ ପ୍ରକୃତ ଫିସ୍‌ ସମ୍ପର୍କରେ ତଥ୍ୟ ନାହିଁ ।

ସେହିପରି ଟାଇଗର ଶ୍ରଫ୍‌ଙ୍କ କ୍ଷେତ୍ରରେ ମଧ୍ୟ ରିପୋର୍ଟ ଅନୁସାରେ ଏକ ବିଜ୍ଞାପନ ପାଇଁ ପ୍ରାୟ ୩ରୁ ୫ କୋଟି ଟଙ୍କା ଫିସ୍‌ ରହିଥାଏ । ତେଣୁ ଏହି କ୍ୟାମ୍ପେନ୍‌ ପାଇଁ ମଧ୍ୟ ତାଙ୍କ ଫିସ୍‌ ଏହି ରେଞ୍ଜ୍‌ରେ ଥିବା ଅନୁମାନ କରାଯାଉଛି। ତେବେ ଏସବୁ ଆକଳନ ମିଡିଆ ରିପୋର୍ଟ ଓ ଇଣ୍ଡଷ୍ଟ୍ରି ଅନୁମାନ ଉପରେ ଆଧାରିତ ।

FDA କେବଳ ନୋଟିସ୍‌ ଜାରି କରିନାହିଁ, ତିନି ଅଭିନେତାଙ୍କୁ ଏହି ପ୍ରଡକ୍ଟ ସହ ନିଜର ସମ୍ପର୍କ ଶେଷ କରିବା ସହ ସୋସିଆଲ୍‌ ମିଡିଆରୁ ବିଜ୍ଞାପନ ସମ୍ପର୍କିତ ପ୍ରଚାର ପୋଷ୍ଟ ହଟାଇବାକୁ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି ।

ମହାରାଷ୍ଟ୍ରରେ ଗୁଟଖା, ପାନ୍‌ ମସଲା, ଫ୍ଲେଭର୍ଡ ତମାଖୁ ଏବଂ କିଛି ଅନ୍ୟ ତମାଖୁଜାତୀୟ ସାମଗ୍ରୀର ଉତ୍ପାଦନ, ମହଜୁଦ, ପରିବହନ, ବଣ୍ଟନ ଓ ବିକ୍ରି ଉପରେ ପ୍ରତିବନ୍ଧକ ରହିଛି। ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍‌ ଆକ୍ଟ, ୨୦୦୬ ଅନୁସାରେ ୨୦୧୨ ମସିହାରୁ ଏହି ନିୟମକୁ ଆହୁରି କଡ଼ା କରାଯାଇଥିଲା। ଏବେ ୨୦୨୬ ଜୁନ୍‌ରେ ଆଇନ ବିରୋଧୀ ଭାବେ କାମ କରୁଥିବା ତମାଖୁ ସପ୍ଲାୟର୍‌ମାନଙ୍କ ବିରୋଧରେ MCOCA ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ FDA ଅଧିକାରୀଙ୍କୁ ଅନୁମତି ମିଳିଥିବା ମଧ୍ୟ ରିପୋର୍ଟ ରହିଛି ।

ଏବେ ବଡ଼ ପ୍ରଶ୍ନ ହେଉଛି—‘ବିମଲ ଇଲାଇଚୀ’ର ବିଜ୍ଞାପନ ମାଧ୍ୟମରେ ପାନ୍‌ ମସଲାର ପରୋକ୍ଷ ପ୍ରଚାର ହେଉଛି କି ନାହିଁ, ଏବଂ ଏହାକୁ ନେଇ ଏହି ତିନି ଷ୍ଟାର୍‌ଙ୍କ ବିରୋଧରେ ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା ?


Shah Rukh Khan, Ajay Devgn Get FDA Notice Over Vimal Elaichi Ad | Argus News