Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଯବାନଙ୍କ ସହ ଆଲୋଚନା କରିବେ ଶାହ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଆଜି ଯବାନଙ୍କ ସହ ଆଲୋଚନା କରିବେ ଶାହ

Key Points

ଗତକାଲି ସୁରକ୍ଷା ପ୍ରସଙ୍ଗରେ ହେଲା ଆଲୋଚନା

ଦେଢ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଆଲୋଚନା

ଆଜି କ୍ଷତିଗ୍ରସ୍ତ ପରିବାରକୁ ଭେଟିବେ

ଗତକାଲି ଠାରୁ ଜମ୍ମୁକାଶ୍ମୀର ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆଜି ଗସ୍ତର ଦ୍ବିତୀୟ ଦିନ। ଏହି ଅବସରରେ ଆଜି ପୁଞ୍ଚରେ ପାକିସ୍ତାନ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସାକ୍ଷାତ କରିବେ ଶାହ। ଗତକାଲି ଗ୍ରସ୍ତର ପ୍ରଥମ ଦିନରେ ରାଜଭବନରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ସୁରକ୍ଷା ପରିସ୍ଥିତି ନେଇ ଆଲୋଚନା କରିଥିଲେ । ଏନେଇ ରାଜଭବନରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ବସିଥିଲା। 


ଯେଉଁଥିରେ ସୁରକ୍ଷା ପ୍ରସଙ୍ଗକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ପ୍ରାୟ ଦେଢ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିଲା। ଏଥିରେ ଉପରାଜ୍ୟପାଳଙ୍କ ସମେତ, ପୁଲିସ, ଗୁଇନ୍ଦା ଏଜେନ୍ସି ଅଧିକାରୀ, ନାଗରିକ ଓ ପ୍ରଶାସନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଏବଂ ଅମରନାଥ ଯାତ୍ରାର ପରିଚାଳନା ପାଇଁ ନିଆଯାଇଥିବା ସୁରକ୍ଷା ପଦକ୍ଷେପ ବିଷୟରେ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ରାଜ୍ୟପାଳ ଓ ସୁରକ୍ଷା ଅଧିକାରୀ। ଆଜି ଶାହ ପୁଞ୍ଚ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଭେଟିବା ସହ ସୁରକ୍ଷା ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସମେତ କ୍ଷତିଗ୍ରସ୍ତ ଧାର୍ମିକ ସ୍ଥଳ ମଧ୍ୟ ପରିଦର୍ଶନ କରିବେ । ବିଏସଏଫ କ୍ୟାମ୍ପ ପରିଦର୍ଶନ ସହ ଯବାନଙ୍କ ସହ ଆଲୋଚନା କରିବେ। ଗୃହମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Sponsored
Shah to meet families affected by Pakistan army today | Argus News