Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପଶ୍ଚିମବଙ୍ଗରେ ପୁଣି ଲଜ୍ଜା ! ଗାର୍ଡ ରୁମରେ ସାଙ୍ଗମାନଙ୍କ ସହ ମିଶି ଛାତ୍ରୀଙ୍କୁ ଗଣଦୁଷ୍କର୍ମ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପଶ୍ଚିମବଙ୍ଗରେ ପୁଣି ଲଜ୍ଜା ! ଗାର୍ଡ ରୁମରେ ସାଙ୍ଗମାନଙ୍କ ସହ ମିଶି ଛାତ୍ରୀଙ୍କୁ ଗଣଦୁଷ୍କର୍ମ

Key Points

ଜୁନ ୨୫ ତାରିଖ ଅପରାହ୍ନରେ ପୀଡ଼ିତାଙ୍କୁ ବଳପୂର୍ବକ ଗାର୍ଡ ରୁମକୁ ନିଆଯାଇଥିବାର ଚିତ୍ର ସାମ୍ନାକୁ ଆସିଛି ।

ସିସିଟିଭି ଫୁଟେଜରେ ୩ ଅଭିଯୁକ୍ତ ଓ ସୁରକ୍ଷା କର୍ମୀ ସ୍ପଷ୍ଟ ଦେଖାଯାଉଛନ୍ତି ।

କୋଲକାତାରେ ପୁଣି ଲଜ୍ଜା । ଜଣେ ଆଇନ ଛାତ୍ରୀ ଗଣଦୁଷ୍କର୍ମ । ଏହି ମାମଲାର ତଦନ୍ତ ପାଇଁ ୫ ଜଣିଆ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରାଯାଇଛି । ଦକ୍ଷିଣ କୋଲକାତା ଆଇନ ମହାବିଦ୍ୟାଳୟରେ ୨୪ ବର୍ଷ ବୟଷ୍କା ଛାତ୍ରୀଙ୍କୁ ଗାର୍ଡ ରୁମରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ରଙ୍କ ସମେତ ୩ ଜଣ ଜୁନ ୨୫ ତାରିଖ ଦିନ ଗଣଦୁଷ୍କର୍ମ କରିଥିଲେ।

ଏନେଇ ଛାତ୍ରୀ ଅଭିଯୋଗ କରିବା ପରେ ପୋଲିସ ମାମଲାରେ ଅଭିଯୁକ୍ତ ମନୋଜିତ ମିଶ୍ର, ପ୍ରୋମିତ ମୁଖାର୍ଜୀ ଓ ଜୈଦ ଅହମଦକୁ ଗିରଫ କରିଛି । ଏହା ସହ ମାମଲାରେ ପଚରା ଉଚରା ପାଇଁ ଅଟକ ଥିବା ସୁରକ୍ଷା ଗାର୍ଡକୁ ମଧ୍ୟ ଗିରଫ କରାଯାଇଛି । ସେପଟେ କ୍ରାଇମ୍ ସିନ୍ ରିକ୍ରିଏଟ୍, ପୀଡ଼ିତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ଘଟଣାର ମୁଖ୍ୟ ଅଭିଯୁକ୍ତ ତରଫରୁ ପୀଡ଼ିତା ଛାତ୍ରୀଙ୍କ ଘରକୁ ବିବାହ ପ୍ରସ୍ତାବ ଯାଇଥିଲା । କିନ୍ତୁ ଛାତ୍ରୀ ଜଣକ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଯାହାଫଳରେ ରାଗ ରଖି ପ୍ରତିଶୋଧ ନେବା ଲାଗି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । କଲେଜରେ ଲାଗିଥିବା ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି ।


ଜୁନ ୨୫ ତାରିଖ ଅପରାହ୍ନରେ ପୀଡ଼ିତାଙ୍କୁ ବଳପୂର୍ବକ ଗାର୍ଡ ରୁମକୁ ନିଆଯାଇଥିବାର ଚିତ୍ର ସାମ୍ନାକୁ ଆସିଛି । ସୂଚନା ମୁତାବକ ଏହି ସିସିଟିଭି ଫୁଟେଜରେ ୩ ଅଭିଯୁକ୍ତ ଓ ସୁରକ୍ଷା କର୍ମୀ ସ୍ପଷ୍ଟ ଦେଖାଯାଉଛନ୍ତି । ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜ୍ଜୁ କରି ସ୍ୱତଃ ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ଆସନ୍ତା ତିନି ଦିନ ମଧ୍ୟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ଲାଗି ମହିଳା କମିଶନ କୋଲକାତା ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ସହ ମମତା ବନାର୍ଜୀଙ୍କ ଇସ୍ତଫା ଦାବି କରିଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shame Again in West Bengal ! Law Student gang-raped in guard room with friends | Argus News