କୋଲକାତା ଲଜ୍ଜା:କାହିଁକି ସିବିଆଇ ଉପରେ ରାଗିଲେ କୋର୍ଟ?

ଅର୍ଗସ ବ୍ୟୁରୋ:ସିବିଆଇକୁ କୋର୍ଟଙ୍କ ଭର୍ତ୍ସନା,ଏମିତି କଣ କରିଦେଲା ସିବିଆଇ,କୋର୍ଟ କାହଁକି ହେଲେ ଖପ୍ପା। ଖବର ଭିତରକୁ ଗଲେ ଆପଣ ଆପେଆପେ ବୁଝିଯିବେ। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଦିନଗଡୁଥିବାବେଳେ ଏ ପର୍ଯ୍ୟନ୍ତ ଦୋଷୀ ଖୋଜା ସରୁନି,ତଦନ୍ତର ଦିନ ଗଡିଚାଲିଛି,କିନ୍ତୁ ନ୍ୟାୟ ଭାଗଶେଷ ବାହାରି ପାରୁନି। ସିବିଆଇ ଅଧିକାରୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି କୋର୍ଟ। ଶୁଣାଣି ବେଳେ ସିବିଆଇର ତଦନ୍ତକାରୀ ଅଧିକାରୀ ଅନୁପସ୍ଥିତ ରହିବା ଓ ଧାର୍ଯ୍ୟ ସମୟର ୪୦ ମିନିଟ ପରେ ତଦନ୍ତକାରୀ ସଂସ୍ଥାର ଓକିଲ ଆସିବା ଘଟଣାକୁ ତୀବ୍ର ନାପସନ୍ଦ କରିଛନ୍ତି କୋର୍ଟ। ଏଥିସହ ଓକିଲଙ୍କ ଅନୁପସ୍ଥିତିରେ ଯୋଗୁ କୋର୍ଟର ବିଚାରପତି ଘଟଣା ମୁଖ୍ୟ ଅଭିଯୁକ୍ତକୁ ସଞ୍ଜୟକୁ ଜାମିନ ଦେଇଦେବି କି ବୋଲି, ପ୍ରଶ୍ନ ମଧ୍ୟ କରିଛନ୍ତି। ସିବିଆଇକୁ କୋର୍ଟ ଭର୍ତ୍ସନା କରିବା ସହ ଏହା ଅଳସୁଆ ପଣର ଉଦାହରଣ ବୋଲି ମଧ୍ୟ କହିବାକୁ ଭୁଲିନଥିଲେ। ଏହି ଘଟଣାରେ ଟିଏମସି ନେତା କହିଛନ୍ତି ନ୍ୟାୟକୁ ରଫଦଫା କରିବାକୁ ସିବିଆଇ କୁଆଡେ ଉଦ୍ୟମ କରୁଛି ବୋଲି
ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ କରିଥିବା ଜାମିନ ଆବେଦନର ଶୁଣାଣି ସେଆଲଦା କୋର୍ଟର ମାଜିଷ୍ଟ୍ରେଟ କରିଥିଲେ। ସଞ୍ଜୟର ଓକିଲ ଜାମିନ ପାଇଁ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ସିବିଆଇ ତଦନ୍ତ ଅଧିକାରୀ ବିଲମ୍ବରେ ପହଞ୍ଜିଥିଲେ। ଏହାପରେ ଶୁଣାଣି ଆରମ୍ଭ ହୋଇଥିଲା। ଦୁଇ ପକ୍ଷଙ୍କୁ ଶୁଣିବା ପରେ ମାଜିଷ୍ଟ୍ରେଟ ଅଭିଯୁକ୍ତ ସଞ୍ଜୟ ରୟକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ସଂଜୟ ରାୟର ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରିଛନ୍ତି। ସିବିଆଇ ୨୪ ଦିନ ଓ ୫୭୦ ଘଣ୍ଟାରୁ ଅଧିକ ସମୟ ହେଲାଣି ତଦନ୍ତ କରୁଛି,ମାତ୍ର ଏଯାଏ ଅସଲ ସତ ଆସିନି ସାମ୍ନାକୁ । ଅନ୍ୟପଟେ ଗୋଟିଏ ପଟେ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବେଙ୍ଗଲ ଅଶାନ୍ତ ହୋଇ ଉଠିଥିବା ବେଳେ ପୁଣି ଆଉ ଏକ ଘଟଣା ଆସିଛି ସାମ୍ନାକୁ। ଜଣେ ୧୫ ବର୍ଷୀୟ ଯୁବତୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି ରାସ୍ତାକଡରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଲକାତା ଘଟଣାରେ ମୁଖ୍ୟ ଅଭିୟୁକ୍ତ ସଞ୍ଜୟ ରୟ ପଲିଗ୍ରାଫ୍ ଟେଷ୍ଟରେ ଏହି ମାମଲାରେ ନିଜ ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି,ମୃତ ଦେହ ଦେଖି ଭୟରେସେ ପଳାଇଥିଲି ବୋଲି କହିଥିଲେ । ଏହି ମାମଲାରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତିଥିବା ମଧ୍ୟ ସନ୍ଦେହ କରୁଛି ସିବିଆଇ। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେବେ ଦୋଷିକୁ ମିଳିବ ଦଣ୍ଡ
