Videos
|
National

ସମ୍ବଲପୁରୀ ଶାଢି ପିନ୍ଧିଲେ, ଭୁରି ଭୁରି ପ୍ରଶଂସା କଲେ SharkTank ଜଜ୍

Smruti Parija
Browse all articles by Smruti Parija
·2 years ago·2 min read
ସମ୍ବଲପୁରୀ ଶାଢି ପିନ୍ଧିଲେ, ଭୁରି ଭୁରି ପ୍ରଶଂସା କଲେ SharkTank ଜଜ୍

ଅର୍ଗସ ବ୍ୟୁରୋ: ସାର୍କ ଟ୍ୟାଙ୍କ ଜଜ୍ ଙ୍କ ମୁହଁରେ ସମ୍ବଲପୁରୀ ଶାଢିକୁ ନେଇ ପ୍ରଶଂସା । ନିଜେ ସମ୍ବଲପୁରୀ ଶାଢି ପିନ୍ଧିଲେ ଓ ଅନ୍ୟମାନଙ୍କୁ ସମ୍ବଲପୁରୀ ଶାଢୀ ପ୍ରଚାର ପ୍ରସାର ଦିଗରେ କାମ କରିବାକୁ ଆହ୍ୱାନ  ଦେଲେ ରାଧିକା ଗୁପ୍ତା । ଯାହାକୁ ନିଜ ସୋସିଆଲ ମିଡିଆ ପେଜ୍ ରେ ଲେଖି ସେୟାର କରିଛନ୍ତି ୟଙ୍ଗ୍ ଗ୍ଲୋବାଲ୍ ଲିଡର ବା ଏଡେଲୱିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ର ଏମଡି ଓ ସିଇଓ ରାଧିକା ଗୁପ୍ତା । 

ପପୁଲାର୍ ସୋ ସାର୍କ ଟ୍ୟାଙ୍କ ସିଜିନ୍ 3 ରେ ଏଥର ଜଜ ଭାବେ ଦେଖିବାକୁ  ମିଳିବେ ରାଧିକା ଗୁପ୍ତା । ଯିଏ ଏଡେଲୱିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ର ଏମଡି ଓ ସିଇଓ । ତା ସହ ସେ ଜଣେ ପ୍ରତିଭାଶାଳୀ ଲେଖିକା ମଧ୍ୟ । ଏହାସହ WEF ତାଙ୍କୁ ଯୁବ ବିଶ୍ୱ ନେତାର ଆଖ୍ୟା ଦେଇଛନ୍ତି । 

ତେବେ ରାଧିକା ଗୁପ୍ତାଙ୍କ ଏହି ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଓଡିଶାର ସମ୍ବଲପୁରୀ ଶାଢିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ତା ସହ କହିଛନ୍ତି ଆମେ ଭାରତୀୟମାନେ 'ଗୁସି'...'ଲୁଇସ ଭୁଇଟନ୍' ଭଳି ବ୍ରାଣ୍ଡ୍ ବିଷୟରେ ଜାଣିଛୁ । ତାର ପ୍ରଡକ୍ଟ ବ୍ୟବହାର କରୁଛୁ । ଏହି ବିଦେଶୀ ବ୍ରାଣ୍ଡ ଗୁଡିକ ନିଜର ବ୍ରାଣ୍ଡିଂ ଭଲ ଭାବରେ କରୁଛନ୍ତି । ସବୁ ବ୍ରାଣ୍ଡ୍ ପଛରେ ଗୋଟେ ଗୋଟେ ଷ୍ଟୋରୀ ଥାଏ । ଆମକୁ ବି ଠିକ୍ ସେମିତି କରିବାକୁ ପଡିବ । ଆମ ପାଖରେ କଳା ଅଛି ସଂସ୍କୃତି ଅଛି । ଯାହା ଆମକୁ ଖୁବ ଆଗକୁ ନେବ । ଆମ ବୁଣାକାରମାନେ ଭଲ ଦି ପଇସା ରୋଜଗାର କରିପାରିବେ । ବିଶ୍ୱ ଦରବାରରେ ଓଡିଆଙ୍କ କାରୁ କାର୍ଯ୍ୟର ପ୍ରଚାର ପ୍ରସାର ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ରାଧିକା ଗୁପ୍ତା ସବୁବେଳେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦିଅନ୍ତି । ଏହି ଦିଗରେ ଅଧିକ ଫୋକସ କରିବାକୁ ଯୁବପିଢିଙ୍କୁ ପ୍ରୋତ୍ସାହିତ କରନ୍ତି । ନିଜେ ସମ୍ବଲପୁରୀ ଶାଢୀ ପିନ୍ଧିବା ସହ ସମ୍ବଲପୁରୀ ଶାଢୀକୁ ଆହୁରି ଆଗକୁ ନେବାକୁ ଉତ୍ସାହିତ କରିଛନ୍ତି ।  ଯାହା ଆମ ପ୍ରତିଟି ଓଡିଆଙ୍କ ପାଇଁ ଗର୍ବର ବିଷୟ ।