Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶଶି ଥରୁରଙ୍କ ନେତୃତ୍ବରେ ସାଂସଦଙ୍କ ପ୍ରତିନିଧିମଣ୍ଡଳୀଙ୍କ ଆମେରିକା ଗସ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶଶି ଥରୁରଙ୍କ ନେତୃତ୍ବରେ ସାଂସଦଙ୍କ ପ୍ରତିନିଧିମଣ୍ଡଳୀଙ୍କ ଆମେରିକା ଗସ୍ତ

Key Points

ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର

ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ବାହାରିନ ଯାଇଛି ଟିମ୍

ପାକିସ୍ତାନର ଆତଙ୍କୀ ଚେହେରା ଉପରୁ ପରଦା ହଟାଇବାକୁ ଶଶି ଥରୁରଙ୍କ ନେତୃତ୍ବରେ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ଆମେରିକା ଗସ୍ତ କରିଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ବାହାରିନ ଯାଇଛି ଟିମ୍। ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର କରିବାକୁ ବଡ଼ ରଣନୀତି ପ୍ରସ୍ତୁତ କରିଛନ୍ତି ମୋଦି ସରକାର। ଆମେରିକାରେ ଶଶି ଥରୁର କହିଛନ୍ତି, ପହଲଗାମ ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କୁ ଖୋଜିବା ବନ୍ଦ ହେବନି। କିନ୍ତୁ, ସାରା ବିଶ୍ବ ଏହା ଚିନ୍ତା କରିବା ଆବଶ୍ୟକ ଯେ, କେଉଁ ଦେଶ ଆତଙ୍କୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି।


କେଉଁ ଦେଶରେ ସେମାନଙ୍କୁ ପ୍ରଶିକ୍ଷଣ ଓ ଅନୁଦାନ ପ୍ରଦାନ କରାଯାଉଛି। ସେହି ଆତଙ୍କୀସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ସେପଟେ ବାହାରିନରେ AIMIM ସାଂସଦ ଅସଦୁଦ୍ଦିନ ଓଓ୍ବେସୀ କହିଛନ୍ତି, ଭାରତ ଗତ କିଛି ଦଶନ୍ଧି ଧରି କେଉଁ ବିପଦର ସାମ୍ନା କରି ଆଶୁଛି ତାହା ସମସ୍ତେ ଜାଣିବା ଦରକାର। ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ନିରୀହ ଲୋକଙ୍କ ଜୀବନ ଯାଉଛି। ପାକିସ୍ତାନ ଯେ ପର୍ଯ୍ୟନ୍ତ ଆତଙ୍କୀଙ୍କୁ ସହାୟତା ଦେବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏ ସମସ୍ୟା ଶେଷ ହେବନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shashi-tharoor-led-delegation-of-mps-visits-us | Argus News