Tharoor Praises Modi / ସୋନିଆ ଗାନ୍ଧିଙ୍କୁ ଆଇନା ଦେଖାଇଲେ ଶଶି ଥରୁର୍, ମୋଦୀଙ୍କ ବିଦେଶ ନୀତିକୁ କଲେ ପ୍ରଶଂସା
·3 months ago·2 min read

Key Points
ସୋନିଆ ଗାନ୍ଧିଙ୍କୁ ଆଇନା ଦେଖାଇଲେ ଶଶି ଥରୁର
ମୋଦୀଙ୍କ ବିଦେଶ ନୀତିକୁ କଲେ ପ୍ରଶଂସା
କହିଲେ ଏହି ସମୟରେ ‘ସଂଯମତା ’ ସବୁଠାରୁ ବଡ଼ ଶକ୍ତି

ପଶ୍ଚିମ ଏସିଆ ଯୁଦ୍ଧ ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନେଇ କଂଗ୍ରେସ ଲଗାତାର କେନ୍ଦ୍ର ସରକାରଙ୍କ ନୀରବତା ନେଇ ପ୍ରଶ୍ନ କରୁଛି। ସେପଟେ କିନ୍ତୁ କେନ୍ଦ୍ରସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଥରୁର ଆପଣାଇଛନ୍ତି ନିଜ ପାର୍ଟିରୁ ଅଲଗା ଆଭିମୁଖ୍ୟ। ମୋଦି ସରକାରଙ୍କ ନୀତିକୁ କରିଛନ୍ତି ସମର୍ଥନ। ସେ କହିଛନ୍ତି ଏପରି ସମୟରେ ‘ସଂଯମତା ’ ସବୁଠାରୁ ବଡ଼ ଶକ୍ତି, ଏହା ଆଦୌ ଦୁର୍ବଳତା ନୁହେଁ ବୋଲି କହିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର।
ନ୍ୟୁଜ ଏଜେନ୍ସୀ ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଥରୁର କହିଛନ୍ତି କଂଗ୍ରେସ ସରକାରରେ ଥିଲେ ବି ସେ କହିଥାନ୍ତେ ଯେ ବର୍ତମାନ ସମୟରେ ସଂଯମତା ଅବଲମ୍ବନ କରିବା ଉଚିତ। ଥରୁର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ସଂଯମତାର ଅର୍ଥ ଆତ୍ମସମର୍ପଣ ନୁହେଁ। ଭାରତର ନୀରବତାକୁ ଯୁଦ୍ଧର ସମର୍ଥନ ବୋଲି ମନେ କରାଯିବା ଅନୁଚିତ। ବରଂ ଏହା ହେଉଛି ଏକ ସୁନିୟୋଜିତ ରଣନୀତି । ଏହା ଦ୍ୱାରା ଭାରତ ନିଜର ସ୍ୱାର୍ଥ ରକ୍ଷା କରିବା ସହ କୂଟନୈତିକ କଥାବାର୍ତାର ରାସ୍ତା ଖୋଲା ରଖି ପାରିବ।
ନିକଟରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ପଶ୍ଚିମ ଏସିଆ ଯୁଦ୍ଧ ପ୍ରସଙ୍ଗରେ ଏକ ଆର୍ଟିକିଲ ଲେଖିଥିଲେ। ସେଥିରେ ସିଏ କେନ୍ଦ୍ର ସରକାରଙ୍କ ନୀତି ନେଇ ପ୍ରଶ୍ନ ଉଠାଇଥିଲେ। ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଖୋମେନେଇଙ୍କ ହତ୍ୟା ଉପରେ ଭାରତର ନୀରବତା ତଟସ୍ଥତା ନୁହେଁ ବରଂ ଦାୟିତ୍ୱରୁ ପଛଘୁଂଚା ଦେବା ସହ ସମାନ ବୋଲି ସମାଲୋଚନା କରିଥିଲେ ସୋନିଆ। ଏବେ କେନ୍ଦ୍ର ସରକାରଙ୍କ ନୀତିକୁ ଥରୁରଙ୍କ ସମର୍ଥନ ପରେ ବିଜେପି ସୋନିଆଙ୍କ ସମାଲୋଚନା ନେଇ ଅଧିକ ଆକ୍ରାମକ ହୋଇଛି। ସୋନିଆଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ପ୍ରବକ୍ତା ସି. ଆର. କେଶବନ୍।
କଂଗ୍ରେସ ସାଂସଦ ଶଶୀ ଥରୁର ସୋନିଆ ଗାନ୍ଧୀଙ୍କ ମତ ଠାରୁ ଭିନ୍ନ ଆଭିମୁଖ୍ୟ ଆପଣାଇ କହିଛନ୍ତି ଯେ ନିନ୍ଦା ଓ ସମବେଦନା ମଧ୍ୟରେ ଫରକ ରହିଛି । ଥରୁର କହିଛନ୍ତି ଉପସାଗରୀୟ ଅଂଚଳ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କାରଣ ପ୍ରତ୍ୟେକ ବର୍ଷ ଭାରତର ଏହି ଅଂଚଳରୁ 200 ବିଲିୟନ ଡଲାରର ବାଣିଜ୍ୟ ହୋଇଥାଏ । ଦେଶର ଶକ୍ତି ଆବଶ୍ୟକତାର ବଡ ଅଂଶ ଏହି ଅଂଚଳରୁ ପୂରା ହୋଇଥାଏ । ପାଖାପାଖି 90 ଲକ୍ଷ ଲୋକ ଏହି ଅଂଚଳରେ କାମ କରିଥାନ୍ତି । ଏଭଳି ପରିସ୍ଥିତିରେ ଗୋଟିଏ କୌଣସି ପକ୍ଷ ସହିତ ଖୋଲାଖୋଲି ଭାବେ ଛିଡ଼ା ହେବା ଏହି ଗୁରୁତ୍ୱପୂର୍ଣ ସମ୍ପର୍କକୁ କ୍ଷତି ପହଂଚାଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories