୭୦ ବର୍ଷର ବୃଦ୍ଧଙ୍କ ସହ ହେଲା ପ୍ରେମ: କହିଲେ କାହିଁ କେତେ ଜନ୍ମର ପୁଣ୍ୟର ଫଳ
·2 years ago·1 min read

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ ପ୍ରାୟତଃ ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା ଚଲାଇଛନ୍ତି। ଏନେଇ ଇନଷ୍ଟାଗ୍ରାମ ରିଲରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଯେପରିକି ଜେଜେବାପା ବୟସର ଲୋକଙ୍କୁ କେହି କେହି ସ୍ବାମୀ କହିବାକୁ ମଧ୍ୟ ପଚଶଉ ନାହାନ୍ତି। କେହି କେହି ଜେଜେମା' ବୟସର ମହିଳାଙ୍କୁ ସ୍ତ୍ରୀ କହିବାକୁ ପଛାଉ ନାହାନ୍ତି। ଏପରି ଭିଡିଓକୁ ଅଧିକ ଲାଇକ କମେଣ୍ଟ ଶେୟାର କରାଯାଉଥିବାରୁ ଭିଡିଓ ଅଧିକ ମାତ୍ରାରେ ଭାଇରାଲ ହେଉଛି ବୋଲି କୁହାଯାଉଛି।
ଆଜି ଏମିତି ଏକ କଥା କହିବାର କାରଣ ରହିଛି। ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା କ୍ୟୁଟି ଗୁଡିଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ଯୁବତୀ ୬୦ କିମ୍ବା ୭୦ବର୍ଷର ବୃଦ୍ଧଙ୍କୁ ନିଜ ସ୍ବାମୀ କହିବା ସହିତ ଏହା କେଉଁ ଜନ୍ମର ପୁଣ୍ୟର ଫଳ ବୋଲି କହିଛନ୍ତି। ତେବେ ଯୁବତୀ ଜଣଙ୍କ ଏତେ ଖୁସି ଥିବାରୁ ଏହି ଭିଡିଓ କେତେ ସତ ତାହା ଆମେ ଜାଣିନାହୁଁ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: