Videos
|
National

ବିବାହର ୨ ସପ୍ତାହ ଯାଇନି ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା

Ritu Das
Browse all articles by Ritu Das
·1 year ago·2 min read
ବିବାହର ୨ ସପ୍ତାହ ଯାଇନି ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା

ପ୍ରେମ ପାଇଁ ସ୍ବାମୀକୁ ୧୫ ପିସ୍‌ ଘଟଣାର ତାତି ଥମିନଥିବା ବେଳେ ପୁଣି ସାମ୍ନାକୁ ଆସିଲା ଆଉ ଏକ ଛାତି ଥରାଇ ଦେବା ଭଳି ମାମଲା। ପାଦରୁ ଅଳତା ଲିଭିନି, ଲଭ୍ ପାଇଁ ନରହନ୍ତା ପାଲଟିଲା ନବ ବିବାହିତ ସ୍ତ୍ରୀ। ବିବାହର ୨ ସପ୍ତାହ ଯାଇନି ସୁପାରୀ ଦେଇ ସ୍ବାମୀ ପାଇଁ ସଜାଡିଲା କୋକେଇ। ପ୍ରେମିକ ସହ ମିଶି ନିଜେ ପୋଛି ଦେଲା ନିଜ ସିନ୍ଦୂର। ଏମିତି ଏକ ବିଭତ୍ସ କାଣ୍ଡ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଆଉରିଆ ଜିଲାରେ। ଜଣେ ୨୨ ବର୍ଷୀୟା ମହିଳା ପ୍ରେମକୁ ପାଇବାକୁ ପ୍ରେମିକ ସହ ମିଶି ସ୍ବାମୀକୁ ପଠାଇଛନ୍ତି ଜୁଇକୁ। ପୋଲିସର କହିବା କଥା ଦୁଇ ଅଭିଯୁକ୍ତ, ପ୍ରଗତି ଯାଦବ ଏବଂ ଅନୁରାଗ ଯାଦବ, ଗତ ଚାରି ବର୍ଷ ଧରି ଥିଲେ ସମ୍ପର୍କରେ।ହେଲେ ଏଇ ବାଟରେ ବାଧା ଦେଇଥିଲେ ସେମାନଙ୍କ ବାପା ମା। ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୂଆ ଦିଗନ୍ତର ସନ୍ଧାନରେ ଥିବା ପ୍ରେମ ପକ୍ଷୀଙ୍କୁ ଦେଇନଥିଲେ ଉଡିବାର ଅନୁମତି। ଜୋରଜବରଦସ୍ତି ମାର୍ଚ୍ଚ ୫ ରେ ପ୍ରଗତିଙ୍କୁ ଦିଲୀପଙ୍କ ସହିତ ବିବାହ କରାଇ ଚାପ୍ଟର କ୍ଲୋଜ୍ କରିଦେବାକୁ କରିଥିଲେ ଯୋଜନା। ବିବାହ ହେଲା , ପ୍ରଗତି ସିନ୍ଥିରେ ଲାଗିଲା ସ୍ବାମୀ ସିନ୍ଦୂର। ହେଲେ ପ୍ରେମକୁ ଭୁଲିଲାନି ମନ।



ପ୍ରେମକୁ ପାଇବାକୁ ପ୍ରେମିକ ସହ ମିଶି ସାମୀକୁ ମାରିବାକୁ ନୀଳ ନକ୍ସା ବନେଇଲେ ପ୍ରେମପକ୍ଷୀ। ଆଉ ତାପରେ ମାର୍ଚ୍ଚ ୧୯, ବୁଧବାର। ଦିଲୀପଙ୍କୁ ଏକ କ୍ଷେତରେ ଗୁଳି ବିଦ୍ଧ ସହ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। କିନ୍ତୁ, ତାଙ୍କ ଅବସ୍ଥା ଆହୁରି ଖରାପ ହେବାରୁ, ପୀଡିତଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିୟରକୁ ସ୍ଥାନାନ୍ତର କରାଯାଇଥିଲା। ୨୫ ବର୍ଷୀୟ ପୀଡିତଙ୍କୁ ମାର୍ଚ୍ଚ ୨୦ ତାରିଖରେ ଆଉରିଆର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି। ପୀଡିତଙ୍କ ଭାଇ ସହର ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ଜଣାପଡିଛି, ବିବାହ ପରେ ପୀଡିତଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ପରସ୍ପରକୁ ଭେଟି ପାରୁ ନଥିଲେ, ତେଣୁ ସେମାନେ ସ୍ୱାମୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସ କହିଛି ଯେ ଦିଲୀପଙ୍କୁ ହତ୍ୟା କରିବା ପାଇଁ ସେମାନେ ଦୁଇଜଣ ଏକ ଚୁକ୍ତିଭିତ୍ତିକ ହତ୍ୟାକାରୀ ରାମାଜୀ ଚୌଧୁରୀଙ୍କୁ ସୁପାରୀ ଦେଇଥିଲେ ଏବଂ ଏହି କାମ କରିବା ପାଇଁ ତାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକାରୀମାନେ କହିଛନ୍ତି ଯେ ରାମାଜୀ ଅନ୍ୟ କିଛି ଲୋକଙ୍କ ସହିତ ଦିଲୀପଙ୍କୁ ଏକ ବାଇକ୍ ଯୋଗେ କ୍ଷେତକୁ ନେଇଯାଇଥିଲେ। ପହଞ୍ଚିବା ପରେ ସେମାନେ ପୀଡିତଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ଏବଂ ଗୁଳି କରି ତୁରନ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ, ଅଧିକାରୀମାନେ କହିଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ପରେ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କଠାରୁ ଅଧିକାରୀମାନେ ଦୁଇଟି ପିସ୍ତଲ, ଚାରୋଟି ଜୀବନ୍ତ କାଟ୍ରିଜ୍, ଗୋଟିଏ ବାଇକ୍, ଦୁଇଟି ମୋବାଇଲ୍ ଫୋନ୍, ଗୋଟିଏ ପର୍ସ, ଆଧାର କାର୍ଡ ଏବଂ ୩,୦୦୦ ଟଙ୍କା ମଧ୍ୟ ଜବତ କରିଛନ୍ତି। ପୋଲିସ ଅପରାଧରେ ସମ୍ପୃକ୍ତ ଅନ୍ୟ ଲୋକଙ୍କୁ ମଧ୍ୟ ଖୋଜୁଛି – ଯେଉଁମାନେ ବର୍ତ୍ତମାନ ଫେରାର ଅଛନ୍ତି। ଆଜିକାଲି ଏଭଳି ଘଟଣା ଘଟୁଛି ଯେ, କାହାକୁ ବିଶ୍ବାସ କରିବାକୁ ମଧ୍ୟ ଡର ଲାଗୁଛି।

she-killed-her-husband-with-supari-just-2-weeks-after-their-wedding | Argus News