SCO Summit: ମୋଦିଙ୍କ ରୁବାବ୍ ଦେଖି, ପାକ୍ ପ୍ରଧାନମନ୍ତ୍ରୀ ଟେରା ! ଦେଖନ୍ତୁ ଭିଡିଓ...

Key Points
ଏସସିଓ ବୈଠକରେ ବିଶ୍ୱ ଦେଖିଲା ମହାଶକ୍ତିଙ୍କ ମହାମିଳନ
ଭାରତ, ରଷ, ଓ ଚୀନ୍ ଦେଲେ ଆମେରିକା ଓ ପାକିସ୍ତାନକୁ ବଡ଼ ଝଟକା
ବ୍ୟବସାୟରୁ ଆତଙ୍କବାଦ, ଭାରତ ଉଠାଇଥିବା ସବୁ ପ୍ରସଙ୍ଗରେ କଡ଼ା ବାର୍ତ୍ତା
ଘୋଷଣା ପତ୍ରରେ କରାଗଲା ଆତଙ୍କବାଦର ନିନ୍ଦା
ହାତ ମିଳାଇଲେ, ଆଲିଙ୍ଗନ କଲେ ବିଶ୍ୱର ଦୁଇ ମହାଶକ୍ତିଙ୍କ ମହାନାୟକ ମୋଦି ଓ ପୁଟିନ୍ । ଆଉ ପାଖରେ ଛିଡ଼ା ହୋଇ ସବୁ ଦେଖୁଥିଲେ ଜିନପିଙ୍ଗ । ପୁଟିନ-ମୋଦିଙ୍କର ସେହି ଚିତ୍ର ପୁଣି ଥରେ ପ୍ରମାଣିତ କରିଦେଲା । ବନେ ଚାହେ ଦୁଶମନ ଜମାନା... ସଲାମତ ହେ ଔର ସଲାମତ ରହେଗା ଦୋସ୍ତାନା ହମାରା।
ଏସସିଓ ବୈଠକ ପରେ ଦ୍ବିପାକ୍ଷିକ ଆଲୋଚନା ପାଇଁ ମୋଦିଙ୍କୁ ପ୍ରାୟ ୧୦ ମିନିଟ୍ ଅପେକ୍ଷା କରିଥିଲେ ପୁଟିନ । ମୋଦି ପହଞ୍ଚିବା ପରେ ଦୁହେଁ କାରରେ ପ୍ରାୟ ୪୫ ମିନିଟ ଯାତ୍ରା କଲେ । ପରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଔପଚାରିକ ଆଲୋଚନା ହେଲା।
ଏକଥା ବୁଝିବା ଆଦୌ କଷ୍ଟକର ନୁହେଁ ଯେ ମୋଦି-ପୁଟିନଙ୍କ ଏହି ଭେଟଘାଟକୁ କିଏ ଅଧିକ ଗୁରୁତ୍ବର ସହ ଦେଖିଥିବ । ସେହି ଚିତ୍ରକୁ ଦେଖି କିଏ ସବୁଠାରୁ ଅଧିକ ଅସ୍ତବ୍ୟସ୍ତ ହୋଇଥିବ । ଆଜ୍ଞା ହଁ ତୈଳ ଡିଲ୍ର ବାହାନା ନେଇ ଟାରିଫର ଦାଦାଗିରି ଦେଖାଉଥିବା ଟ୍ରମ୍ପଙ୍କ ପାଇଁ ଏଥିରେ ଥିଲା ସିଧା ବାର୍ତ୍ତା । ଆମେରିକୀୟ ଦାଦାଗିରିର ଦିନ ଏବେ ସରିଯାଇଛି । ଅନ୍ୟପଟେ ବିଶ୍ବର ତିନି ମହାଶକ୍ତିଙ୍କ ଏ ମହାମିଳନକୁ ଦେଖି ଯେତିକି ଜଳିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସେତିକି ବଡ଼ ଝଟକା ଖାଇଛି ଚୀନ୍ ଶରଣରେ ପଶିଥିବା ପାକିସ୍ତାନ । ଯେଉଁଠି ପୁରା ଅସହାୟ ହୋଇଥିବା ଦେଖାଗଲେ ଆତଙ୍କିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ।
ଏସସିଓ ମଂଚରେ ପାକିସ୍ତାନର ମୁଖା ଖୋଲିଲେ ମୋଦି । ଋଷ ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ଆଲୋଚନା ବେଳେ ସେଠାରେ ଯୋଗଦେଲେ ଚୀନ ରାଷ୍ଟ୍ରପତି । କିନ୍ତୁ ସେଠାରେ ଛିଡ଼ା ହୋଇଥିବା ଶେହବାଜ ସରିଫଙ୍କ ଆଡ଼କୁ ଆଡ଼ ଆଖିରେ ଚାହିଁନଥିଲେ ପୁଟିନ୍ କି ଜିନପିଙ୍ଗ । ଏସସିଓ ବୈଠକ ଆଲୋଚନାରେ ଆତଙ୍କବାଦ ପ୍ରସଙ୍ଗରେ ବଡ଼ ଆଲୋଚନା ହେଲା । କଡ଼ା ଆଭିମୁଖ୍ୟ ସହ ବଡ଼ ବାର୍ତ୍ତା ଦେଲେ ପିଏମ୍ ମୋଦି । ପାକ୍ ପିଏମ୍ ଶେହବାଜ ସରିଫଙ୍କ ଉପସ୍ଥିତିରେ ତାଙ୍କୁ ନିଶାନା କଲେ । ପହଲଗାମ୍ ଆତଙ୍କୀ ଆକ୍ରମଣ ପ୍ରସଙ୍ଗ ଉଠାଇ ଆତଙ୍କବାଦ ବିରୋଧରେ ସମସ୍ତେ ଏକାଠି ହୋଇ ମୁକାବିଲା କରିବାକୁ ଆହ୍ବାନ ଦେଲେ । ଆଉ ଭାରତୀୟ ଦମଦାର କୁଟନୀତିର ବିଜୟ ବି ହେଲା। ଏସସିଓ ସମ୍ମିଳନୀ ଘୋଷଣା ପତ୍ରରେ ଆତଙ୍କବାଦକୁ ନିନ୍ଦା କରାଗଲା।
ନିଜ ସମ୍ବୋଧନରେ ଆମେରିକାକୁ ଟାର୍ଗେଟ୍ କରି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଲେ, ବୈଶ୍ବିକ ବ୍ୟବସ୍ଥାରେ ଦାଦାଗିରି ଚାଲିବ ନାହିଁ। ଆମେ ନ୍ୟାୟ ଓ ନିରପେକ୍ଷତାର ସପକ୍ଷବାଦୀ। ଆମେ ବର୍ଚ୍ଚସ୍ବ ଓ ସତ୍ତା ରାଜନୀତିର ବିରୋଧୀ। ଜିନପିଙ୍ଗ ନା ଆମେରିକାର ଉଲ୍ଲେଖ କଲେ ନା ନାଁ ନେଲେ। କିନ୍ତୁ ଜିନପିଙ୍ଗଙ୍କ ବାର୍ତ୍ତା କାହା ପାଇଁ ଥିଲା ଏକଥା ବି କହିବାର ଆବଶ୍ୟକତା ନାହିଁ। ଗୋଟିଏ ପଟେ ଚୀନର କଡ଼ା ବାର୍ତ୍ତା ଆଉ ଅନ୍ୟପଟେ ପୁଟିନ୍ ଓ ମୋଦିଙ୍କର ଏ ଯୁଗଳବନ୍ଦୀ। ଭାରତ ଦେଖାଇ ଦେଇଛି ଏକତରଫା ବୈଶ୍ୱିକ ବ୍ୟବସ୍ଥା ଚାଲିବ ନାହିଁ। କୌଣସି ତୃତୀୟ ଦେଶର ଚାପରେ ଭାରତ-ଋଷର ବନ୍ଧୁତା ଭାଙ୍ଗିବ ନାହିଁ।
#WATCH | Prime Minister Narendra Modi, Chinese President Xi Jinping, Russian President Vladimir Putin, and other Heads of States/Heads of Governments pose for a group photograph at the Shanghai Cooperation Council (SCO) Summit in Tianjin, China.
— ANI (@ANI) September 1, 2025
(Source: DD News) pic.twitter.com/UftzXy6g3K