Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାହିଁକି ଅଗଷ୍ଟରେ ଭାରତର ଶରଣ ପଶୁଛନ୍ତି ହାସିନା ? 

National

କାହିଁକି ଅଗଷ୍ଟରେ ଭାରତର ଶରଣ ପଶୁଛନ୍ତି ହାସିନା ? 

Manini Pattanayak
Browse all articles by Manini Pattanayak
·1 year ago·2 min read
କାହିଁକି ଅଗଷ୍ଟରେ ଭାରତର ଶରଣ ପଶୁଛନ୍ତି ହାସିନା ? 

ନୂଆଦିଲ୍ଲୀ: ଅଗଷ୍ଟ.. ହାସିନା ଭାରତ ସଂଯୋଗ କାହିଁକି ? କାହିଁକି ଅଗଷ୍ଟରେ ଭାରତର ଶରଣ ପଶୁଛନ୍ତି ହାସିନା ?  ଏକଥା ଆମେ କହୁନୁ ଏ କଥା କହୁଛି ଇତିହାସ।  ଯେବେ ବି ହାସିନାଙ୍କ ଉପରେ ବିପଦ ଆସିଛି ଭାରତ  ଛିଡା ହୋଇଛି ବନ୍ଧୁ ହୋଇ । ଶାହସ ଦେଇଛି,  ବିପଦରୁ ରକ୍ଷା ..କରିଛିସେଥିପାଇଁ ବୋଧ ହୁଏ   ଭାରତକୁ  ଅଧିକାଶ ଦେଶ ବନ୍ଧୁ ବୋଲି କୁହନ୍ତ।  ଏହାରି ଭିତରେ ଅଶାନ୍ତ ହୋଇପଠିଛି ବାଂଲାଦେଶ । ଚାରିଆଡେ ବିରୋଧ..  ଭୁଷୁଡି ପଡିଛି ଦେଶର ବ୍ୟବସ୍ଥା । ଶେଷରେ ଏମିତି ସ୍ଥିତି ଉପୁଜିଛି ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି ହାସିନା। ପୁଣି  ଭାରତ ଶରଣରେ ହସିନା।  ଯଦି ଇତିହାସ ପୃଷ୍ଠାକୁ ଓଲଟାଇବା ତେବେ ଦେଖିବା ଯେ ଅଗଷ୍ଟରେ ହିଁ ବିପଦରେ ଛନ୍ଦି ହୋଇପଡନ୍ତି  ଶେଖ ହାସିନା ଆଉ  ଭାରତର ସହଯୋଗ ଲୋଡି ଚାଲିଆସିଥାନ୍ତି ଭାରତ।

୧୯୭୫ ମସିହା ଆଉ ସେଦିନ ଥିଲା ବି ମାସ ଅଗଷ୍ଟ।  ବାଂଲାଦେଶରେ ହୋଇଥିଲା  ସୈନିକ  ବିକ୍ଷୋଭ, ହିଂସା । ଶେଖ ହାସିନାଙ୍କ ଜୀବନ ପ୍ରତି ଆସି ଯାଇଥିଲା ବିପଦ।  ସେତେବେଳେ ତାଙ୍କୁ ଜୀବନଦାନ ଦେଇଥିଲା ଭାରତ।  

ଆସନ୍ତୁ  ଜାଣିବା  ସେତେବେଳେ କଣ ହୋଇଥିଲା ? 

ସେଦିନ ଥିଲା  ୧୫  ଅଗଷ୍ଟ ୧୯୭୫ ..  ଶେଖ ହାସିନାଙ୍କ ବାପା ଶେଖ ମୁଜୀବୁର  ରହମାନ ଙ୍କ ସମେତ ତାଙ୍କ ପରିବାରକୁ କରାଯାଇଥିଲା ହତ୍ୟା।  ସେହିସମୟରେ  ଜର୍ମାନିରୁ  ସିଧା ଦିଲ୍ଲୀ ଚାଲିଆସିଥିଲେ ଶେଖ ହାସିନା।  ୧୯୮୧  ପର୍ଯ୍ୟନ୍ତ  ଦିଲ୍ଲୀରେ ରହିଥିଲେ ହସିନା। ଜର୍ମାନୀରେ  ହସିନା ଙ୍କ ସ୍ୱାମୀ ପରମାଣୁ ବୈଜ୍ଞାନିକ ରୂପେ କାର୍ଯ୍ୟ କରୁଥିଲେ । ପିତାଙ୍କ  ହତ୍ୟା ପରେ ହସିନା  ୧୯୮୧ ପରେ ବାଂଲାଦେଶ ଯାଇ ବାପାଙ୍କ ରାଜନୈତିକ ଉତ୍ତରାଧିକାରୀ ଗ୍ରହଣ କଲେ।     ହିଂସାରେ ୩ ଭାଇ ଏବଂ ବାପା ମାଙ୍କୁ ହରାଇଥିଲେ ହସିନା।  ଯେଉଁ ମସୟରେ ହସିନାଙ୍କ ପରିବାରକୁ ହତ୍ୟା କରାଯାଇଥିଲେ ସେତେବେଳେ ତାଙ୍କୁ  ୨୮ ବର୍ଷ ବୟସ ହୋଇଥିଲା।  ହସିନା ଭାଇ ଭଉଣୀଙ୍କ ଠାରୁ ସାନ ଥିଲେ।   ୧୯୭୫  ମସିହାର ସେହି ସମୟ  ହସିନାଙ୍କ ପାଇଁ ଥିଲା ଏକ  ଭୟାନକ ସ୍ମୃତି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଂଲାଦେଶୀ  ଖବରକାଗଜରେ ଉଲ୍ଲେଖିତ ଅଛି ଯେ,  ଯେତେବେଳେ ହିଂସା  ଉଗ୍ର ରୂପ ଧାରଣ  କରିଥିଲା  ସେହିସମୟରେ  ଶେଖ ହସିନାଙ୍କ ବାପା ଇନ୍ଦିରା ଗାନ୍ଧୀଙ୍କ ଅଫିସ୍‌ କୁ  ଫୋନ କରିଥିଲେ।  ଆଉ  ସୌଭାଗ୍ୟବସତଃ ଫୋନ ଉଠାଇଥିଲେ  ଇନ୍ଦିରା  ।  ହସିନାଙ୍କ ବାପା ସମସ୍ତ କଥା  ଇନ୍ଦିରାଙ୍କୁ ଫୋନରେ କହିଥିଲେ।  ଏହା ପରେ ଇନ୍ଦିରା ଗାନ୍ଧୀ  ଦୁଇ ଝିଅଙ୍କୁ ରାଜନୈତିକ ଶରଣ ଦେବା ପାଇଁ ତୁରନ୍ତ ରାଜି ହୋଇଯାଇଥିଲେ। ୨୪ ଅଗଷ୍ଟ  ୧୯୭୫ ରେ  ଏୟାର ଇଣ୍ଡିଆ ବିମାନରେ  ଶେଖ ହସିନା ଆଉ ତାଙ୍କ ଭଉଣୀ ଦିଲ୍ଲୀରେ ପହଞ୍ଚିଥିଲେ।  ଏ ଥିଲା ଇତିହାସ.. ହେଲେ ସେହି ଇତିହାସ ପୁଣି ଦୋହରାଇଛି   ଶେଖ ହସିନାଙ୍କ  ଜୀବନରେ।  ୨୦୨୪ ଅଗଷ୍ଟ ୫ରେ ପୁଣି  ନିଜ ଜୀବନ ରକ୍ଷା କରିବା ପାଇଁ ଭାରତର ଶରାଣପନ୍ନ ହୋଇଛନ୍ତି ହସିନା। 

ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା। ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି।  ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଉ ଜୀବନ  ବଞ୍ଚାଇ ଗାଦି ରୁ ଇସ୍ତଫା ଦେଇ ଭାରତ ଚାଲି ଆସିଛନ୍ତି ହସିନାା.. ଯେବେ ଯେବେ ବାଂଲାଦେଶକୁ ବିପଦ ଆସିଛି ସେବ ସେବେ ଭାରତ ଛିଡା ହୋଇଛି ବାଂଲାଦେଶ ସହିତ। 

ଅଧିକ ଦେଖନ୍ତୁ : 
 

Sponsored
Sheikh Hasina makes it to India, but the road ahead is uncertain. Here's what we know so far | Argus News