ହାସିନାଙ୍କୁ ସଟ୍ ପଡିଲା ଟଙ୍କା, ଜରୁରୀ ଜିନିଷ କିଣିଲେ ହାସିନା

ଅର୍ଗସ ବ୍ୟୁରୋ: ବାଂଲାଦେଶର ରାଜନୈତିକ ଅସ୍ଥିରତା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଶରଣ ନେଇଛନ୍ତି। କିନ୍ତୁ ଏହାପରେ ସେ କେଉଁଠି ରହିବେ? ହାସିନା ନିଜ ଭଉଣୀ ଏବଂ କିଛି ସହଯୋଗୀଙ୍କ ସହିତ ୟୁରୋପ ଯିବେ ନା ପୁଣି ବାଂଲାଦେଶ ଫେରିଯିବେ? ଅନ୍ୟପକ୍ଷରେ ଭାରତ ସରକାର ମଧ୍ୟ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ହାସିନା କେଉଁଠି ଆଶ୍ରୟ ପାଇ ନାହାନ୍ତି ସେ ଭାରତରେ ରହି ପାରିବେ। ତେଣୁ ସେ ଗତ ୪ ଦିନ ଧରି ଭାରତରେ ରହୁଛନ୍ତି।
ବାଂଲାଦେଶରେ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଆସିଥିବା ଶେଖ ହାସିନା ଏବେ ମଧ୍ୟ ଗାଜିଆବାଦର ହିଣ୍ଡନ ଏୟାରବେସରେ ଅଛନ୍ତି। ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି। ଯଦିଓ ଶେଖ ହାସିନା ବାଂଲାଦେଶ ଛାଡିବା ପୂର୍ବରୁ ନିଜ ସହ ଅଧିକ କିଛି ଆଣିପାରିନଥିଲେ, ତଥାପି ସେ ତାଙ୍କ ସହ କିଛି ସୁଟକେସ ଏବଂ ବ୍ୟାଗ ଆଣିଥିବା କୁହାଯାଉଥିଲା। ଏହି ସମୟରେ କିଛି ଜରୁରୀ ଜିନିଷ ହିଣ୍ଡନ ଏୟାରବେସରେ ଶେଖ ହାସିନା କିଣିଛନ୍ତି। ଶେଖ ହାସିନା ହିଣ୍ଡନ ବାୟୁସେନା ଷ୍ଟେଶନର ଶପିଂ କମ୍ପ୍ଲେକ୍ସରୁ ତାଙ୍କ ଭଉଣୀ ଏବଂ ନିଜ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିଛନ୍ତି। କୂହାଯାଉଛି ଯେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ୩୦,୦୦୦ ଟଙ୍କା ମୂଲ୍ୟର ଜିନିଷ କିଣିଛନ୍ତି। ଏହି ପେମେଣ୍ଟକୁ ଭାରତୀୟ ମୁଦ୍ରାରେ କରିଥିଲେ, କିନ୍ତୁ ତାଙ୍କ ପାଖରେ ଟଙ୍କା ଶର୍ଟ ପଡ଼ିଲା। ଏହା ପରେ ସେ ଏହାକୁ ବାଂଲାଦେଶୀ ନୋଟ ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିଲେ।
ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହାସିନାଙ୍କ ପୁଅ ସାଜିବ ୱାଜେଦ ବଡ଼ ବୟାନ ଦେଇଛନ୍ତି। ଭବିଷ୍ୟତରେ, ଯଦି ରାଜନୈତିକ ପରସ୍ଥିତି ଠିକ୍ ରହେ ତେବେ ମାଆ ପୁଣି ବାଂଲାଦେଶ ଫେରିପାରନ୍ତି।
📱 Get Argus News App
✨
ଅଧିକ ପଢ଼ନ୍ତୁ ଦେଶ ଖବର: