Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଶେଖ ହସିନାଙ୍କ ପୁଅ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଶେଖ ହସିନାଙ୍କ ପୁଅ

ଅର୍ଗସ ବ୍ୟୁରୋ:  ଭାରତର ପ୍ରଶଂସା କରିଛନ୍ତି ଶେଖ ହସିନାଙ୍କ ପୁଅ । ଆମେରିକାର ୱାଶିଂଟନ୍ ଡିସିରୁ ଏକ ଭିଡିଓ ଜାରି କରି ସାଜୀବ ୱାଜେଦ  ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ତୁରନ୍ତ ପଦକ୍ଷେପ ନେଇ ତାଙ୍କ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ହୃଦୟରୁ ଧନ୍ୟବାଦ । ମୁଁ ତାଙ୍କ ନିକଟରେ ସର୍ବଦା ଚିର ଋଣି ହୋଇ ରହିବି ବୋଲି କହିଛନ୍ତି ଶେଖ ହସିନାଙ୍କ ପୁଅ । ଭାରତ ବିଶ୍ୱରେ ଏକ ନେତୃତ୍ୱ ଭୂମିକା ଗ୍ରହଣ କରିବା ଉଚିତ୍ ଏବଂ ଅନ୍ୟ ଶକ୍ତିଶାଳୀ ଦେଶ ଗୁଡିକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

ଶେଖ ହସିନା ଆଗକୁ କେଉଁଠି ରହିବେ ସେନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ, ଏହାର ଜବାବରେ ସାଜୀବ କହିଛନ୍ତି ଯେ, ତାଙ୍କ ମାଆ କୌଣସି ଦେଶରେ ଶରଣ ପାଇଁ ଆବେଦନ କରିନାହାନ୍ତି । ଏହାକୁ ନେଇ ପ୍ରସାର ହେଉଥିବା ଖବର ସମ୍ପୂର୍ଣ୍ଣ ଗୁଜବ । ଏହା ସହ ସେ ବାଂଲାଦେଶରେ ଘଟିଥିବା ହିଂସା କାଣ୍ଡ ପଛରେ ବିଦେଶୀ ହାତ ଥିବା କହିଛନ୍ତି । ସେ ପରୋକ୍ଷ ଭାବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ  ଇସାରା କରିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sheikh Hasina's son expressed gratitude to the Indian government | Argus News