Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶରଣ ଦେଇଥିବାରୁ ଭାରତକୁ ଧନ୍ୟବାଦ ଦେଲେ ଶେଖ୍ ହାସିନାଙ୍କ ପୁତ୍ର

National

ଶରଣ ଦେଇଥିବାରୁ ଭାରତକୁ ଧନ୍ୟବାଦ ଦେଲେ ଶେଖ୍ ହାସିନାଙ୍କ ପୁତ୍ର

Manini Pattanayak
Browse all articles by Manini Pattanayak
·1 year ago·2 min read
ଶରଣ ଦେଇଥିବାରୁ ଭାରତକୁ ଧନ୍ୟବାଦ ଦେଲେ ଶେଖ୍ ହାସିନାଙ୍କ ପୁତ୍ର

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ୍ ହାସିନା ସରକାର ଗାଦି ଛାଡ଼ିବା ପରେ ସେଠାକାର ହିନ୍ଦୁମାନଙ୍କ ପାଇଁ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି। ଖୋଜି ଖୋଜି ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ୍ କରାଯାଉଛି। ଅତ୍ୟାଚାର ସୀମା ଟପିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ହିନ୍ଦୁ ସଂଗଠନ। ଏପଟେ ଅନୁପ୍ରବେଶ ରୋକିବାକୁ ଭାରତ ସୀମାରେ ସୁରକ୍ଷା ବାହିନୀ ହାଇ ଆଲର୍ଟରେ ଅଛନ୍ତି। 
ବାଂଲାଦେଶରେ ସଂରକ୍ଷଣ ଆଇନ ବିରୋଧୀ ହିଂସାର ଶିକାର ହେଉଛନ୍ତି ସଂଖ୍ୟାଲଘୁ ହିନ୍ଦୁ ପରିବାର । ଅଶାନ୍ତି ନିଆଁରେ ଢାକା ସମେତ ବିଭିନ୍ନ ସହରରେ ସଂଖ୍ୟାଲଘୁଙ୍କ ଘରେ ନିଆଁ ଲଗାଇ ସର୍ବସ୍ବ ଉଜାଡ଼ି ଦେଇଛନ୍ତି ତ କେଉଁଠି ସୀମନ୍ତିନୀଂକ ମଥାରୁ  ଲିଭିଛି ସିନ୍ଦୁର। ହିନ୍ଦୁମାନଙ୍କୁ ମନ୍ଦିରକୁ ଛାଡୁନାହାନ୍ତି ଉପଦ୍ରବୀ । ରାସ୍ତା, ଘର, ମନ୍ଦିର ସବୁଠି ରକ୍ତ ଛିଟା । ସପ୍ତାହେରୁ ଅଧିକ ସମୟ ଧରି ହିଂସାରେ ଅତିଷ୍ଠ ହିନ୍ଦୁ ସମାଜ ଶେଷରେ ପ୍ରତିବାଦର ସ୍ବର ତୀବ୍ର କରିଛି । ରାସ୍ତାକୁ ଓହ୍ଲାଇ ହିଂସା ବିରୋଧରେ ହିନ୍ଦୁଙ୍କ ଜାଗ୍ରତ କରୁଛନ୍ତି ବିଭିନ୍ନ ସଂଗଠନ । ହରେକୃଷ୍ଣ, ହରେରାମ ମନ୍ତ୍ରରେ କମ୍ପିଛି ଢାକା । 

ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ଟାର୍ଗଟ ପ୍ରତିବାଦରେ ନ୍ୟୁୟର୍କ ଜାତିସଂଘ ମୁଖ୍ୟାଳୟ ଆଗରେ ବି ଧାରଣା ଦେଇଛି ହିନ୍ଦୁ ସଂଗଠନ । ଶନିବାର ମୋଦି ସରକାର ବାଂଲାଦେଶରେ ହିନ୍ଦୁଙ୍କ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି । ବିପଦ କାଳରେ ଶରଣ ଦେଇଥିବାରୁ ଭାରତକୁ କୃତଜ୍ଞତା ଜଣାଇଛନ୍ତି ଶେଖ ହସିନାଙ୍କ ପୁଅ ସାଜୀବ ୱାଜେଦ । ଶେଖ ହସିନାଙ୍କ ଆଗାମୀ ଯୋଜନା ବାବଦରେରେ ବି ସେ ଭିଡିଓ ଜାରି କରି ଜଣାଇଛନ୍ତି । 

 ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ପରେବି ସୁଧୁରିନି ସ୍ଥିତି । ପ୍ରାୟ 12 ଶହ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାକୁ ସୁଯୋଗ ଖୋଜୁଛନ୍ତି । ସକାଳୁ ଭିଡ଼ ଜମୁଛି, ସଞ୍ଜ ନଇଁଲେ ହେଉଛି ଅନୁପ୍ରବେଶ ଉଦ୍ୟମ । ଏପଟେ ଅନୁପ୍ରବେଶ ରୋକିବାକୁ ସୀମାରେ ଭଳି ଜଗି ବସିଛନ୍ତି ବିଏଏସଏଫ ଏବଂ ଓଡ଼ିଶା ମେରାଇନ ପୋଲିସ । ବାଲେଶ୍ବର, ଚିଲିକା, କେନ୍ଦ୍ରାପଡ଼ା ସୀମାନ୍ତରେ ଜାରି ହୋଇଛି ହାଇ ଆଲର୍ଟ । ବାଂଲାଦେଶୀଙ୍କୁ ଜିରୋ ପଏଣ୍ଟରେ ଅଟକାଇଛି ବିଏସ୍ଏଫ୍ । ଚିଲିକାରେ କଡ଼ାକଡ଼ି ହୋଇଛି ଯାଞ୍ଚ ପ୍ରକ୍ରିୟା । ସନ୍ଦିଗ୍ଧଙ୍କ ଉପରେ ରହିଛି କଡ଼ା ନଜର । ବାଲେଶ୍ବର ସୀମାନ୍ତରେ ବି ପାଟ୍ରୋଲିଂ କଡ଼ାକଡ଼ି ହୋଇଛି । ଅନୁପ୍ରବେଶ ଆଶଙ୍କା ନେଇ କେନ୍ଦ୍ରାପଡ଼ା ସାମୁଦ୍ରିକ ଥାନାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏସପି । ବାଂଲାଦେଶ ହିଂସା ପଛରେ ବିଦେଶୀ ସଂଗଠନର ପ୍ରଚ୍ଛନ୍ନ ହାତ  ଥିବା ସନ୍ଦେହ କରାଯାଉଥିବାରୁ ଅନୁପ୍ରବେଶ ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ବାଂଲାଦେଶରେ ଏତେଶୀଘ୍ର ସ୍ଥିତି ସୁଧୁରିବା ସମ୍ଭାବନା ନାହିଁ । ଭାରତ ସୀମାରେ ଲୁଚି ବସିଥିବା ବିପଦକୁ ଏଡ଼ାଇବାକୁ କେନ୍ଦ୍ର ସହ ସୀମାବର୍ତ୍ତୀ ଓଡ଼ିଶା, ମେଘାଳୟ, ଆସାମ, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ କଠୋର ପଦକ୍ଷେପ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sheikh Hasina's son thanked India for giving shelter | Argus News