Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Doctor Assaults Patient / ରୋଗ ଦେଖାଇବାକୁ ହସ୍ପିଟାଲ ଆସିଥିଲେ: ଡାକ୍ତର କିନ୍ତୁ କିଛି ନ ଶୁଣି ରୋଗୀଙ୍କୁ ପିଟିବାକୁ ଲାଗିଲେ

Ritu Das
Browse all articles by Ritu Das
·6 months ago·2 min read
ରୋଗ ଦେଖାଇବାକୁ ହସ୍ପିଟାଲ ଆସିଥିଲେ: ଡାକ୍ତର କିନ୍ତୁ କିଛି ନ ଶୁଣି ରୋଗୀଙ୍କୁ ପିଟିବାକୁ ଲାଗିଲେ
india

Key Points

ଅଣନିଶ୍ବାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ। ପିଟିଲେ ଡାକ୍ତର। ଭାଇରାଲ ହେଲା ଭିଡିଓ। ଶିମଲା ଘଟିଛି ଏଭଳି ଅଭାବନୀୟ ଘଟଣା। Indira Gandhi Medical College (IGMC)ର ଡାକ୍ତର ଏଭଳି ରୋଗୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି।
ହିମାଚଳପ୍ରଦେଶର ଶିମଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଗୀ ଡାକ୍ତରଙ୍କୁ ତୁ କହିବାରୁ ଡାକ୍ତର ଜଣକ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ପିଟିଥିଲେ। ଯେଉଁଥିରେ ପାଇଲେ ସେଥିରେ ରୋଗୀଙ୍କୁ ଛେଚିଲେ। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଣନିଶ୍ବାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ। ପିଟିଲେ ଡାକ୍ତର। ଭାଇରାଲ ହେଲା ଭିଡିଓ। ଶିମଲା ଘଟିଛି ଏଭଳି ଅଭାବନୀୟ ଘଟଣା। Indira Gandhi Medical College (IGMC)ର ଡାକ୍ତର ଏଭଳି ରୋଗୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି।

ଏହାସହ ପଢ଼ନ୍ତୁ: ଯଦି ଆରାବଳୀ ପର୍ବତ ଧ୍ୱଂସ ହୋଇଯାଏ, ତେବେ ଦିଲ୍ଲୀବାସୀଙ୍କ ପାଖରେ ନା ରହିବ ପାଣି ନା ସ୍ବଚ୍ଛ ପବନ!

ଘଟଣାଟି ରବିବାର ଘଟିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କର୍ଣ୍ଣେଲ ଧନୀ ରାମ ଶାଣ୍ଡିଲ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଶିମଲା ଜିଲ୍ଲାର କୁପଭି ଉପଖଣ୍ଡରେ ଥିବା ଏକ ଗାଁରୁ ରୋଗୀଜଣକ ଆସିଥିଲେ। ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ସେ IGMCରେ ପହଞ୍ଚିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଡାକ୍ତର ତାଙ୍କୁ ଅପାମନିତ କଲା ଭଳି କଥା କହିଥିଲେ। ସମ୍ମାନ ଦେଇ କଥା କୁହନ୍ତୁ ବୋଲି କହିବାରୁ ଡାକ୍ତର ରୋଗୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଘଟଣା ପରେ ତୁରନ୍ତ ରୋଗୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ ହସ୍ପିଟାଲ ପରିସର ବାହାରେ ପହଞ୍ଚି ପ୍ରତିବାଦ କରିଥିଲେ। ସ୍ଲୋଗାନ ଦେବା ସହ ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରିଥିଲେ। କଡ଼ା ପ୍ରତିକ୍ରିୟା ପ୍ରକାଶ କରି ସ୍ୱାସ୍ଥ୍ୟମନ୍ତ୍ରୀ ଧନୀ ରାମ ଶାଣ୍ଡିଲ କହିଛନ୍ତି ଯେ, "ଏପରି ଆଚରଣ ଗ୍ରହଣୀୟ ନୁହେଁ ଏବଂ ଏହା ଡାକ୍ତରୀ ବୃତ୍ତିର ନୀତିଶାସ୍ତ୍ର ବିରୁଦ୍ଧରେ। ଏପରି ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସ୍ୱାସ୍ଥ୍ୟ ସଚିବ, IGMC ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଏବଂ ପ୍ରିନ୍ସିପାଲଙ୍କୁ ସ୍ପଷ୍ଟୀକରଣ ପାଇଁ ସମନ ପଠାଯାଇଛି। ଏକ ବିସ୍ତୃତ ତଦନ୍ତ କରାଯିବ, ଏବଂ ଏପରି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ଏହାସହ ପଢ଼ନ୍ତୁ: ବୀଭତ୍ସ ହତ୍ୟା: ବାହା ହେବାକୁ କହିବାରୁ ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସି ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ଲିଭ-ଇନ-ପାର୍ଟନର

କୋଲକାତାର ଏକ ଅଞ୍ଚଳରେ ରକ୍ତାକ୍ତ ସକାଳରୁ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୀଭତ୍ସ କାଣ୍ଡ ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ। ଘଟଣା ଘଟିଛି ସେଣ୍ଟ୍ରାଲ କୋଲକାତାର ପୋଷ୍ଟା ଅଞ୍ଚଳରେ। ମଙ୍ଗଳବାର ସକାଳ ପ୍ରାୟ 8.15 ସମୟରେ ଜଣେ 35 ବର୍ଷୀୟ ବ୍ୟକ୍ତି ଏକ ଘରେ ପ୍ରବେଶ କରି ତାଙ୍କ ୨୮ ବର୍ଷୀୟ "ପ୍ରେମିକା"ଙ୍କୁ ବାରମ୍ବାର ଛୁରୀ ଭୁସି ହତ୍ୟା କରିଥିଲେ ପରେ ନିଜେ ଚତୁର୍ଥ ମହଲା ବାଲକୋନିରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଜଗମୋହନ ମୁଲ୍ଲିକ ଲେନର ବାସିନ୍ଦା ଭିକି ଶର୍ମା ନାମକ ଏହି ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ମହିଳା ଶିଖା ସିଂହଙ୍କ ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଉଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Doctor Assaults Patient at Shimla Hospital | Shocking Incident | Argus News