ବିଦେଶରେ ଗୁରୁପୂର୍ଣ୍ଣିମା ପାଳିଲେ ଭାରତୀୟ

Key Points
- ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର
- ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ
ଅର୍ଗସ ବ୍ୟୁରୋ: ବିଦେଶରେ ଖୁବ ଧୁମ ଧାମ୍ ରେ ଗୁରୁପୂର୍ଣ୍ଣିମା ପାଳିଲେ ଭାରତୀୟ । ଆମେରିକାର ଶିରିଡି ସାଇ ଧାମ, ବେଲେଭ୍ୟୁରେ ପାଳିତ ହୋଇଯାଇଛି ଗୁରୁପୂର୍ଣ୍ଣିମା । ଏହି ଉତ୍ସବରେ ଭାରତର କନସୁଲ୍ ଜେନେରାଲ୍ ପ୍ରକାଶ ଗୁପ୍ତା ଉପସ୍ଥିତ ରହିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାର୍ଥନା, ଧ୍ୟାନ, ଗୁରୁ ପାଦୁକା ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ପରୋପକାରୀ କାର୍ଯ୍ୟକ୍ରମ ଏବଂ ଆଧୁନିକ ସମାଜରେ ଗୁରୁ ପରମ୍ପରା ପାଳନ କରାଯାଇଥିଲା । ଗୁରୁ ବନ୍ଦନା, ଓଡିଶୀ ଡ୍ୟାନ୍ସ ପ୍ରଭୃତି କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା ।
ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଓଡିଆରେ ଲିଖିତ 'ଶ୍ରୀ ଗୁରୁ ଭଗବତ' ର ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା। ‘ଶ୍ରୀ ଗୁରୁ ଭଗବତ’ ଆଧ୍ୟାତ୍ମିକ ଜ୍ଞାନର ଏକ ଏନସାଇକ୍ଲୋପିଡ଼ିଆ । ଯାହା ଆଜିର ଯୁବପିଢିଙ୍କୁ ଉଚିତ୍ ଦିଗ ଦେଖାଇବାରେ ଖୁବ ସହାୟକ ହେବ ।
📱 Get Argus News App
✨ଏହି ପର୍ବ ଗୁରୁମାନଙ୍କୁ ସମର୍ପିତ। ଏହି ଅବସରରେ ଲୋକମାନେ ଜ୍ଞାନ ଓ ଆଶୀର୍ବାଦରେ ନିଜ ଜୀବନକୁ ମାର୍ଗଦର୍ଶନ କରୁଥିବା ଗୁରୁମାନଙ୍କୁ ସ୍ମରଣ କରିବା ସହ କୃତଜ୍ଞତା ଜ୍ଞାପନ କରିଥାନ୍ତି।