Videos
|
National

CCTV Footage / ଶିବା ଶର୍ମା ମାମଲାରେ ନୂଆ ମୋଡ଼, ନେପାଳରେ ଦେଖାଗଲେ ଅଭିଯୁକ୍ତ ଶ୍ରଦ୍ଧା !

Bikash Mohanty
Browse all articles by Bikash Mohanty
·1 hour ago·2 min read
ଶିବା ଶର୍ମା ମାମଲାରେ ନୂଆ ମୋଡ଼, ନେପାଳରେ ଦେଖାଗଲେ ଅଭିଯୁକ୍ତ ଶ୍ରଦ୍ଧା !
SHRADHA

Key Points

ବ୍ୟବସାୟୀ ଶିବା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା
ଅଭିଯୁକ୍ତ ଲିଭ୍‌-ଇନ୍‌ ପାର୍ଟନର୍‌ ଶ୍ରଦ୍ଧା ଦୁବେଙ୍କୁ ଖୋଜୁଛି  ପୋଲିସ 
ନେପାଳରୁ ଆସିଲା ଶ୍ରଦ୍ଧା ଦୁବେର CCTV ଫୁଟେଜ୍ 

ଲକ୍ଷ୍ନୌ,୧୫/୧୦ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବ୍ୟବସାୟୀ ଶିବା ଶର୍ମାଙ୍କ ସନ୍ଦେହଜନକ ମୃ;*ତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଏହି ଘଟଣାରେ ଅଭିଯୁକ୍ତ ଲିଭ୍‌-ଇନ୍‌ ପାର୍ଟନର୍‌ ଶ୍ରଦ୍ଧା ଦୁବେଙ୍କୁ ପୋଲିସ ଖୋଜୁଥିବା ବେଳେ ନେପାଳର ମାହିମ ନଗର ଅଞ୍ଚଳର ଏକ ସିସିଟିଭି ଫୁଟେଜ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥିରେ ଶ୍ରଦ୍ଧା ଦୁବେ, ତାଙ୍କ ଭଉଣୀ ରଶ୍ମି ଦୁବେ ଏବଂ ବନ୍ଧୁ ଆଦିଲଙ୍କ ଭଳି ଦେଖାଯାଉଥିବା ତିନି ଜଣ ବ୍ୟକ୍ତି ଏକ ଇ-ରିକ୍ସାରେ ଯାଉଥିବା ଦାବି କରାଯାଉଛି।

ତେବେ ସିସିଟିଭି ଫୁଟେଜ୍‌ରେ ଥିବା ବ୍ୟକ୍ତିମାନେ ପ୍ରକୃତରେ ଶ୍ରଦ୍ଧା ଓ ତାଙ୍କ ସହଯୋଗୀ କି ନୁହନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଶ୍ରଦ୍ଧା ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଶିବାଙ୍କ ମୃ;*ତ୍ୟୁ ହ*ତ୍ୟା ନୁହେଁ, ବରଂ ଆତ୍ମହ*ତ୍ୟା ବୋଲି କହିଛନ୍ତି। ତେବେ ଏହାର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଅକ୍ଟୋବର ୯ରେ ଘଟିଥିଲା ଘଟଣା

ଅକ୍ଟୋବର ୯ ତାରିଖରେ ଲକ୍ଷ୍ନୌର ଅବଧ ଗ୍ରୀନ୍‌ ଆପାର୍ଟମେଣ୍ଟରେ ବ୍ୟବସାୟୀ ଶିବା ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃ*ତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ, ସେ ଆପାର୍ଟମେଣ୍ଟରୁ ତଳକୁ ପଡ଼ିଯାଇଥିଲେ। ତାଙ୍କ ମୃ*ତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା, ତାହାର ତଦନ୍ତ ଚାଲିଛି। ଏହି ଘଟଣା ପରେ ଶିବଙ୍କ ପରିବାର ତାଙ୍କ ଲିଭ୍‌-ଇନ୍‌ ପାର୍ଟନର୍‌ ଶ୍ରଦ୍ଧା ଦୁବେଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ମାମଲାର ତଦନ୍ତ ପାଇଁ କ୍ରାଇମ୍‌ ବ୍ରାଞ୍ଚ ଏବଂ ହଜରତଗଞ୍ଜ ପୋଲିସର ଟିମ୍‌ ନିୟୋଜିତ ହୋଇଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମୁସ୍କାନକୁ ମୃତ୍ୟୁ*ଦଣ୍ଡ: ଜେଲରେ ଜନ୍ମ ହୋଇଥିବା 'ରାଧା'କୁ କିଏ ରଖିବ ?

ନେପାଳ ସୀମାରେ ଖୋଜାଖୋଜି


ଶ୍ରଦ୍ଧାଙ୍କୁ ଖୋଜିବା ପାଇଁ ପୋଲିସ ପ୍ରଥମେ ସୀତାପୁରରେ ଚଢ଼ାଉ କରିଥିଲା। କିନ୍ତୁ ସେଠାରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ଲଖିମପୁରରେ ତାଙ୍କର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିଥିବା କୁହାଯାଉଛି। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ସେ ସେଠାରୁ ଚାଲିଯାଇଥିବା ଜଣାପଡ଼ିଥିଲା। ଏହାପରେ ତଦନ୍ତକାରୀ ଦଳର ଧ୍ୟାନ ଭାରତ-ନେପାଳ ସୀମା ନିକଟସ୍ଥ ରୂପାଇଡିହା ଅଞ୍ଚଳ ଉପରେ କେନ୍ଦ୍ରିତ ହୋଇଥିଲା। ଏବେ ନେପାଳରୁ ସାମ୍ନାକୁ ଆସିଥିବା କଥିତ ସିସିଟିଭି ଫୁଟେଜ୍‌ ଏହି ମାମଲାରେ ନୂଆ ଦିଗ ଖୋଲିଛି।

ଶିବାଙ୍କୁ ବ୍ଲାକମେଲ୍‌ କରୁଥିବା ଅଭିଯୋଗ

ଏହି ମାମଲାରେ ଶିବଙ୍କ ପରିବାର ଶ୍ରଦ୍ଧାଙ୍କ ବିରୋଧରେ ବ୍ଲାକମେଲ୍‌ କରିବାର ଅଭିଯୋଗ ଆଣିଛନ୍ତି। ଶିବଙ୍କ ଭଉଣୀ ଗଣମାଧ୍ୟମକୁ କହିଛନ୍ତି ଯେ, ଶ୍ରଦ୍ଧା ପ୍ରଥମେ ସୋସିଆଲ ମିଡିଆରେ ଶିବଙ୍କୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ପରେ ଦୁହିଁଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ସେମାନେ ପରସ୍ପରର ନିକଟତର ହୋଇଥିଲେ। ପରିବାରର ଅଭିଯୋଗ ଅନୁଯାୟୀ, ପରେ ଶ୍ରଦ୍ଧା ଶିବାଙ୍କୁ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ। ଶିବାଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ, ଜୁନ୍‌ ୨ ତାରିଖରେ ଶିବା ତାଙ୍କୁ କାନ୍ଦି କାନ୍ଦି ଶ୍ରଦ୍ଧା ତାଙ୍କୁ ବ୍ଲାକମେଲ୍‌ କରୁଥିବା କଥା କହିଥିଲେ। ଏହାସହ ଶ୍ରଦ୍ଧା ପ୍ରଭାବଶାଳୀ ଓ ଧନୀ ପରିବାରର ଯୁବକମାନଙ୍କୁ ଟାର୍ଗେଟ୍‌ କରି ଟଙ୍କା ଆଦାୟ କରୁଥିବା ନେଇ ମଧ୍ୟ ଶିବାଙ୍କ ପରିବାର ଅଭିଯୋଗ କରିଛି।

ତଦନ୍ତ ଉପରେ ନଜର

ଶିବାଙ୍କ ମୃ*ତ୍ୟୁକୁ ନେଇ ପରିବାରର ଅଭିଯୋଗ ଏବଂ ଶ୍ରଦ୍ଧାଙ୍କ ପକ୍ଷରୁ ଆସିଥିବା ଦାବି ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି। ଶିବଙ୍କ ମୃ*ତ୍ୟୁର ପ୍ରକୃତ କାରଣ କ’ଣ? ଘଟଣା ପରେ ଶ୍ରଦ୍ଧା କେଉଁଠାକୁ ଗଲେ? ନେପାଳର ସିସିଟିଭି ଫୁଟେଜ୍‌ରେ ଦେଖାଯାଇଥିବା ବ୍ୟକ୍ତିମାନେ କିଏ? ତାକୁ ନେଇ ଏବେ ତଦନ୍ତ ଚାଲିଛି।