Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Champions Trophy 2025: ରିପିଟ୍ ହେଲା.. ୨୦୧୦ ଏସିଆ କପ୍‌ର ସେହି ନିନ୍ଦନୀୟ ଘଟଣା, Video Viral !

National

Champions Trophy 2025: ରିପିଟ୍ ହେଲା.. ୨୦୧୦ ଏସିଆ କପ୍‌ର ସେହି ନିନ୍ଦନୀୟ ଘଟଣା, Video Viral !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Champions Trophy 2025: ରିପିଟ୍ ହେଲା.. ୨୦୧୦ ଏସିଆ କପ୍‌ର ସେହି ନିନ୍ଦନୀୟ ଘଟଣା, Video Viral !

ଚାମ୍ପିଅନ୍‌ସ ଟ୍ରଫି ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ଜୋରଦାର ଝଗଡ଼ା ! ଭାରତର ପୂର୍ବତନ ଷ୍ଟାର ବୋଲର ହରଭଜନ ସିଂହ ଓ ପାକିସ୍ତନର ଷ୍ଟାର ବୋଲର ସୋଏବ ଅକ୍ତର ପଡ଼ିଆରେ ଝଗଡ଼ା ଲାଗିଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଗ୍ୟାଲେରୀରେ ବସିଥିବା ଦର୍ଶକ ଚିତ୍କାର କରିବାକୁ ଲାଗିଥିଲେ । ଘୋ-ଘା ଶବ୍ଦରେ ପୂରା ଗ୍ୟାଲେରୀ କମ୍ପି ଉଠିଥିଲା । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ... ଗୋଟିଏ ପଟୁ ହରଭଜନ ଛାତି ଫୁଲେଇ ବ୍ୟାଟ ଉଠାଇ ମାଡ଼ି ଯାଉଥିଲେ । ସେପଟୁ ରାଓଲପିଣ୍ଡ ଏକ୍ସପ୍ରେସ୍‌ ସୋଏବ ଅକ୍ତର ମଧ୍ୟ ଛାତି ଫୁଲାଇ ବଲ ଉଠାଇ ମାରିବାକୁ ଚେଷ୍ଟା କରିଥିଲେ । ତାପରେ ହରଭଜନ ମଧ୍ୟ ବ୍ୟାଟ ଉଠାଇ ଆକ୍ରମଣ କରିବାକୁ ପୋଜ ଦେଇଥିଲେ । ଉଭୟ ଉଭୟଙ୍କ ପାଖାପାଖି ହେଲା ପରେ ହରଭଜନଙ୍କୁ କୋଳାଇବାକୁ ଚଷ୍ଟା କରିଥିଲେ ସୋଏବ । ହେଲେ ହରଭଜନ ତାଙ୍କୁ ଠେଲି ଦେଇ ସେଠାରୁ ଫେରି ଆସିଥିଲେ । ଏହି ସମୟରେ ପୂରା ଷ୍ଟାଡିୟମ କମ୍ପିଉଠିଥିଲା । ଏହାର ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓକୁ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ସୋଏବ ଅକ୍ତର ।

ତେବେ ଭିଡିଓକୁ ଟିକେ ଭଲ ଭାବେ ଦେଖିଲେ ଆପଣ ଜାଣିପାରିବେ ହରଭଜନଙ୍କ ହାତରେ ଥିବା ବ୍ୟାଟ୍‌ ଏକ ଖେଳନା ପ୍ଲାଷ୍ଟିକ୍ ବ୍ୟାଟ୍ । ଆଉ ସୋଏବଙ୍କ ହାତରେ ଥିବା ବଲ୍‌ ମଧ୍ୟ ପ୍ଲାଷ୍ଟିକ୍‌ ଖେଳନା ବଲ୍ । ଖାଲି ସେତିକି ନୁହେଁ ଉଭୟଙ୍କ ମୁହଁରେ ସ୍ମିତ ହାସ୍ୟ ମଧ୍ୟ ରହିଥିବା ଜଣାପଡ଼ୁଛି ।

ବସ୍ତବ ଘଟଣାଟି ହେଲେ, ଉଭୟ ଖେଳାଳି ୨୦୧୦ ଏସିଆ କପ୍‌ର ସେହି ପୁରୁଣା ଓ ନିନ୍ଦନୀୟ ଘଟଣାକୁ ମନେ ପକାଇ ମଜାଦାର ଢ଼ଙ୍ଗରେ ଅଭିନୟ କରିଛନ୍ତି । ମାଜା ମସ୍ତିର ମାହୋଲ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଯାହାକୁ ଦେଖି ଦର୍ଶକ ଖୁସିରେ ଚିତ୍କାର କରୁଛନ୍ତି । ଯାହାର ଭିଡିଓ ଅପ୍‌ଲୋଡ କରି ସୋଏବ ଲେଖିଛନ୍ତି ଏହା ଆମର ଷ୍ଟାଇଲ୍, ଆମେ ଚାମ୍ପିଅନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Shoaib Akhtar (@shoaib100mph) February 9, 2025

ଚାମ୍ପିଅନ୍‌ସ ଟ୍ରଫିରେ ଉଭୟ ଦେଶର ଏହି ଦୁଇ ଖେଳାଳି ଆମ୍ବାସଡର ଓ କମେଣ୍ଟେଟର ଭାବେ ନଜର ଆସିବେ ।

ତେବେ ଦୁଇ ଖେଳାଳିଙ୍କ ଏଭଳି ଅଭିନୟ ଚାମ୍ପିଅନ୍ସ ଟ୍ରଫି ୨୦୨୫ର କ୍ରେଜ୍‌କୁ ଆହୁରି ବଢ଼ାଇ ଦେଇଛି । ଫ୍ୟାନ୍ସ ମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି । ଫେବ୍ରୁଆରୀ ୧୯ ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଆଉ ସବୁଠାରୁ ବଡ଼ କଥା ହେଲା ଫେବୃଆରୀ ୨୩ ତାରିଖରେ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ । ଯାହାକୁ ସାରା ବିଶ୍ୱ ଅପେକ୍ଷା କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମ୍‌ରେ ରହିଛନ୍ତି ରୋହିତ ଶର୍ମା (ଅଧିନାୟକ), ସୁଭମନ ଗିଲ, ଭିରାଟ କୋହଲି, ଶ୍ରେୟସ ଅୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ଓ୍ୱାସିଂଟନ୍‌ ସୁନ୍ଦର, କୁଲଦୀପ ଯାଦବ, ଜସ୍‌ପ୍ରିତ୍‌ ବୁମ୍‌ରା, ମହମ୍ମଦ ସାମି, ଅର୍ସଦୀପ ସିଂହ, ଜଶସ୍ୱୀ ଜୟସ୍ୱାଲ, ରିସବ୍ ପନ୍ଥ, ରବିନ୍ଦ୍ର ଜାଡେଜା ।

ସେହିଭଳି ପାକିସ୍ତାନ ଟିମ୍‌ରେ ରହିଛନ୍ତି, ମହମ୍ମଦ ରିଜଓ୍ୱାନ୍ (ଅଧିନାୟକ), ବାବର ଆଜମ୍‌, ଫକର ଜମାନ୍‌, କମ୍‌ରାନ ଗୁଲାମ, ସାଉଦ ସକିଲ, ତୟବ ତାହିର, ଫହିମ୍ ଅସ୍ରଫ, ଖୁସଦିଲ ଶାହ, ସଲମାନ ଅଲି ଆଘା, ଉସମାନ ଖାନ୍, ଅବରାର ଅହମ୍ମଦ, ହାରିସ ରୌଫ, ମହମ୍ମଦ ହାସନାଇଁ, ନସିମ୍ ଶାହ, ଶାହୀନ ସାହ ଅଫ୍ରିଦି ।

Raja Festival
Sponsored
Shoaib Akhtar, Harbhajan Singh ignite India-Pakistan rivalry with hilarious face-off ahead of Champions Trophy | Argus News