Videos
|
National

ସାମ୍ନାକୁ ଆସିଲା କୋଲକାତା ମହିଳା ଡାକ୍ତରଙ୍କ ହତ୍ୟା ପଛର ଚାଞ୍ଚଲ୍ୟକର ଅଡିଓ

Ritu Das
Browse all articles by Ritu Das
·1 year ago·2 min read
ସାମ୍ନାକୁ ଆସିଲା କୋଲକାତା ମହିଳା ଡାକ୍ତରଙ୍କ ହତ୍ୟା ପଛର ଚାଞ୍ଚଲ୍ୟକର ଅଡିଓ

ଅର୍ଗସ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ସହ ବୀଭତ୍ସ ହତ୍ୟା କରିଥିବାରୁ ସାରା ଦେଶ କ୍ରୋଧ ନିଆଁରେ ଜଳୁଛି। କୋଲକତାର ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପିଜି ଟ୍ରେନି ଡାକ୍ତରଙ୍କ ଉତ୍ପୀଡ଼ନ ଓ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଏହି ମାମଲାରେ ଜଣେ ମହିଳା ଡାକ୍ତର ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ମହିଳା ଡାକ୍ତରଙ୍କ ହତ୍ୟା ପଛର ଏକ ଚାଞ୍ଚଲ୍ୟକର ଅଡିଓ ସାମ୍ନାକୁ ଆସିଛି । ପ୍ରିନ୍ସିପାଲ-ବରିଷ୍ଠ ଡାକ୍ତର ଏହି ମାମଲାରେ ମୁଖ୍ୟ ଯଡ଼ଯନ୍ତ୍ରକାରୀ ବୋଲି ସନ୍ଦେହ କରାଯାଉଛି । ଏଥିସହିତ ଏହି ମାମଲାରେ ଜଣେ ଯୁବତୀ ମଧ୍ୟ ସାମିଲ ଥିବା କୁହାଯାଉଛି।

 

ଉକ୍ତ ମହିଳା ଜଣଙ୍କ ଦାବି କରିଛନ୍ତି ଯେ, ଟ୍ରେନିଂ ମହିଳା ଡାକ୍ତରଙ୍କ ସହ ପ୍ରଥମେ ମାରପିଟ୍ କରାଯାଇଥିଲା । ତା’ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଉକ୍ତ ହତ୍ୟାକାଣ୍ଡରେ ଜଣେ ଯୁବତୀ ମଧ୍ୟ ସାମିଲ ଥିଲେ । ଏହି ହତ୍ୟା ଷଡ଼ଯନ୍ତ୍ରରେ କଲେଜର ପ୍ରିନ୍ସିପାଲ, ଜଣେ ବରିଷ୍ଠ ଡାକ୍ତର ଓ ସମ୍ବନ୍ଧିତ ବିଭାଗର ପ୍ରମୁଖ ମଧ୍ୟ ସାମିଲ ଥିଲେ ବୋଲି ସେ କହିଛନ୍ତି । ତେବେ ଏହି ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ସୂଚନା ଓ ପ୍ରାଧ୍ୟୋଗିକୀ ବିଭାଗର ପ୍ରଭାରୀ ଅମିତ ମାଲବୀୟ ସୋସିଆଲ ମିଡ଼ିଆରେ ଏକ ଅଡିଓ କ୍ଲିପ୍ ଶେୟାର କରିଛନ୍ତି । ଉକ୍ତ କ୍ଲିପରେ ମହିଳା ଡାକ୍ତର ପ୍ରିନ୍ସିପାଲ ଓ ଅନ୍ୟ ଷ୍ଟାଫ ସଦସ୍ୟଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କିଛି ଡାକ୍ତରଙ୍କୁ ଅନ୍ୟମାନଙ୍କ ଇଚ୍ଛା ମୁତାବକ କାମ କରିବାକୁ ବାଧ୍ୟ କରାଯାଉଥିଲା । ଏଥିସହିତ ଥେସିସ୍ ଜମା କରିବା ପାଇଁ ହଇରାଣ କରାଯାଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜର ଅଡିଓ ସନ୍ଦେଶରେ ମହିଳା ଡାକ୍ତର ଜଣଙ୍କ ଏହି ଘଟଣା ଉପରେ ନିଜର ଅବିଶ୍ୱାସ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ପଶ୍ଚିମ ବଙ୍ଗର ସରକାରୀ ମେଡିକାଲ କଲେଜମାନଙ୍କରେ ପ୍ରିନ୍ସପାଲ ଓ ବିଭାଗୀୟ ଅଧ୍ୟକ୍ଷ ବିଭିନ୍ନ ବାହାନା କରି ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । ଅର୍ଥ ନ ଦେଲେ ପିଲାମାନଙ୍କର ଥେସିସ ଜାମ କରାଯିବ ନାହିଁ ବୋଲି ଛାତ୍ରଛାତ୍ରୀଙ୍କୁ ଧମକ ଦିଆଯାଉଥିଲା। ଏଥିସହିତ ଇଣ୍ଟର୍ଣ୍ଣ ପୂରା ହେବାର ପ୍ରମାଣପତ୍ର ଦିଆଯିବନି ଓ ମେଡିକାଲ ପଞ୍ଜିକରଣ କରାଇବାକୁ ଦିଆଯିବ ନାହିଁ ବୋଲି ମଧ୍ୟ କୁହାଯାଉଥିଲା ବୋଲି ସେ କହିଛନ୍ତି।

ମହିଳା ଡାକ୍ତର ବିଶେଷ ଭାବେ ପ୍ରିନ୍ସପାଲଙ୍କ ନାମ ନେବା ସହ ସେ ଆର.ଜି କର ମେଡିକାଲ କଲେଜର ଏହି ମାମଲାରେ ବଡ଼ ଭୂମିକା ନିର୍ବାହ କରିଥିବା କହିଛନ୍ତି । ସମୂହ ଇଣ୍ଟର୍ଣ୍ଣ ଓ ହାଉସ ଷ୍ଟାଫଙ୍କୁ ସାମିଲ କରି ସେକ୍ସ ଓ ଡ୍ରଗ ରାକେଟ ଚଳାଯାଉଥିବା ମଧ୍ୟ ମହିଳା ଡାକ୍ତର ଅଭିଯୋଗ ଆଣିଛନ୍ତି । ବିକ୍ରି କରାଯାଉଥିବା ମେଡିସିନରେ ହେରୋଇନ, ବ୍ରାଉନଶୁଗର ଏପରିକି କମ୍ ମୂଲ୍ୟ ବିଶିଷ୍ଟ ଔଷଧ ମଧ୍ୟ ସାମିଲ ଥିଲା । ସେଗୁଡ଼ିକୁ ଡ୍ରଗ ଭାବେ ପ୍ୟାକ୍ କରାଯାଉଥିଲା । ଏହି କାର୍ଯ୍ୟକଳାପ ପାଇଁ କୋଟି କୋଟି ଟଙ୍କାର ଟେଣ୍ଡର ଜାରି କରାଯାଇଥିଲା । ଉକ୍ତ ଅର୍ଥର ଏକ ବଡ଼ ଭାଗ ପାର୍ଟି ଫଣ୍ଡକୁ ଯାଉଥିଲା। ତେବେ ଖବର ଏହା ମଧ୍ୟ ଅଛି ଯେ, ସେହି କଲେଜର ପ୍ରିନ୍ସପାଲ ଏବେ ଅନ୍ୟ କଲେଜରେ ଜଏନ କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Shocking audio | Argus News