Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରତିଦିନ ମଇଁଷି ଖାଉଛି ୨୫୦ଗ୍ରାମ୍ ଆଲମଣ୍ଡ, ୩୦ ଟି କଦଳୀ, ୪ କେଜି ଡାଲିମ୍ବ, ୫ କେଜି କ୍ଷୀର

Smruti Parija
Browse all articles by Smruti Parija
·1 year ago·1 min read
ପ୍ରତିଦିନ ମଇଁଷି ଖାଉଛି ୨୫୦ଗ୍ରାମ୍ ଆଲମଣ୍ଡ, ୩୦ ଟି କଦଳୀ, ୪ କେଜି ଡାଲିମ୍ବ, ୫ କେଜି କ୍ଷୀର

ଅର୍ଗସ ବ୍ୟୁରୋ: ଗୋଟିଏ ମଇଁଷିର ମୂଲ୍ୟ କେତେ ହୋଇପାରେ ଟିକିଏ ଅନୁମାନ କରନ୍ତୁ । ହରିୟାଣାର ମଇଁଷି ଅନମୋଲ ହେଉଛି ଭାରତର ସବୁଠାରୁ ଦାମୀ ମଇଁଷି। ଏହାର ମୂଲ୍ୟ ହେଉଛି ୨୩କୋଟି ଟଙ୍କା । ଏହି ଦାମୀ ମଇଁଷିର ବଳିଷ୍ଠ ଚେହେରାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଅନମୋଲର ଓଜନ ହେଉଛି ପ୍ରାୟ ୧୫ଶହ କେଜି । ପ୍ରତିଦିନ ତାକୁ ଡ୍ରାଏ ଫ୍ରୁଟସ୍ ସହ ସୁସ୍ବାଦୁ ଫଳ ଦିଆଯାଇଥାଏ । ଏଥିପାଇଁ ତାର ମାଲିକ ଦୈନିକ ପ୍ରାୟ ୧୫ଶହ ଟଙ୍କା ଖର୍ଚ୍ଚ କରିଥାନ୍ତି । 


ଏବେ ନଜର ପକାଇବା ଅନମୋଲର ଖାଦ୍ୟ ତାଲିକା ଉପରେ । ସେ ପ୍ରତିଦିନ ୨୫୦ଗ୍ରାମ୍ ଆଲମଣ୍ଡ, ୩୦ ଟି କଦଳୀ, ୪ କେଜି ଡାଲିମ୍ବ, ୫ କେଜି ଖୀର । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଏହି ମଇଁଷିକୁ ପ୍ରତିଦିନ ୨୦ଟି ଅଣ୍ଡା ଖାଇବାକୁ ଦିଆଯାଏ । ପ୍ରତିଦିନ ତାକୁ ଦୁଇ ଥର ଗାଧୋଇ ଦିଆଯାଏ । ଅନମୋଲ ମଇଁଷିର ଶୁକ୍ରାଣୁର ବେଶ ଚାହିଦା ରହିଛି । ସପ୍ତାହକୁ ଦୁଇଥର ଏହା ସଂଗ୍ରହ କରାଯାଏ । ଶୁକ୍ରାଣୁ ବିକ୍ରି କରି ଅନମୋଲର ମାଲିକ ମାସକୁ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ପାଇଥାନ୍ତି । ଆଜମିର ପୁଷ୍ମର ମେଳା ଓ ମିରଟରେ ହେଉଥିବା ସର୍ବଭାରତୀୟ କୃଷକ ମେଳାରେ ଏହି ମଇଁଷି ସବୁବେଳେ ଚର୍ଚ୍ଚାରେ ରହିଥାଏ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shocking-hariyana-buffalo-price-23-crore | Argus News