Videos
|
National

ପହଲଗାମ୍ ଆତଙ୍କୀ ଆକ୍ରମଣର ତଦନ୍ତ ବେଳେ ଚାଞ୍ଚଲ୍ୟକର ଖୁଲାସା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପହଲଗାମ୍ ଆତଙ୍କୀ ଆକ୍ରମଣର ତଦନ୍ତ ବେଳେ ଚାଞ୍ଚଲ୍ୟକର ଖୁଲାସା

Key Points

ପହଲଗାମ୍ ଆତଙ୍କୀ ଆକ୍ରମଣର ତଦନ୍ତ ବେଳେ ଚାଞ୍ଚଲ୍ୟକର ଖୁଲାସା
ନୀରିହ ଲୋକଙ୍କୁ ହତ୍ୟା ପରେ ଉତ୍ସବ ମନାଇଥିଲେ ଆତଙ୍କୀ
ଜଘନ୍ୟ କାଣ୍ଡ ପାଇଁ ସେମାନଙ୍କର ନଥିଲା ଟିକିଏ ହେଲେ ପଶ୍ଚାତାପ
ଆକାଶକୁ ଚାରି ରାଉଣ୍ଡ ଗୁଳିମାଡ଼ କରି ବିଜୟ ଉତ୍ସବ ପାଳିଥିଲେ
ଆତଙ୍କୀ ଆକ୍ରମଣର ପୂର୍ବଦିନ ଜଣେ ସ୍ଥାନୀୟ ମହିଳାଙ୍କ ସହାୟତା ନେଇଥିଲେ


ପହଲଗାମ୍ ଆତଙ୍କୀ ଆକ୍ରମଣର ଚାଞ୍ଚଲ୍ୟକର ଖୁଲାସା । ଜଣେ ସ୍ଥାନୀୟ ଲୋକଠାରୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଏନଆଇଏକୁ ମିଳିଥିବା ସୂଚନା ଅନୁସାରେ, ନୀରିହ ଲୋକଙ୍କୁ ହତ୍ୟା ପରେ ଆତଙ୍କବାଦୀମାନେ ବିଜୟ ଉତ୍ସବ ମନାଇଥିଲେ । ସେମାନେ ଆକାଶକୁ ଚାରି ରାଉଣ୍ଡ ଗୁଳିମାଡ କରିଥିଲେ । ନୀରିହ ଲୋକଙ୍କୁ ହତ୍ୟା କରିଥିଲେ ମଧ୍ୟ ସେମାନଙ୍କ ମନରେ ତିଳେମାତ୍ର ପଶ୍ଚାତାପ ନଥିଲା । ହତ୍ୟାକାଣ୍ଡ ପରର ଦୃଶ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ତଦନ୍ତକାରୀ ଟିମ୍ ଆଗରେ ବଖାଣିଛନ୍ତି ।
ଆତଙ୍କୀମାନେ ବର୍ବରକାଣ୍ଡ ଭିଆଉଥିବା ବେଳେ ସେମାନଙ୍କର ସାମଗ୍ରୀ ଉପରେ ନଜର ରଖିଥିଲେ ଦୁଇଜଣ ସ୍ଥାନୀୟ ବାସିନ୍ଦା ପରଭେଜ୍ ଅହମ୍ମଦ ଓ ବାସିର ଅହମ୍ମଦ । ଏଥିସହ ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇଥିଲେ ।


ଏନଆଇଏ ପକ୍ଷରୁ ସେମାନଙ୍କୁ ଗିରଫ କରଯାଇଛି । ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ ପରେ ଆତଙ୍କୀମାନେ ପାକିସ୍ତାନ ସମର୍ଥିତ ଲସ୍କର ଇ ତୋଇବା ସଂଗଠନର ଆତଙ୍କବାଦୀ ଥିବା ସ୍ପଷ୍ଟ ହୋଇଥିଲା । ଆତଙ୍କୀଙ୍କ ନୃଶଂସ ଗୁଳିକାଣ୍ଡ ପରେ ସେମାନଙ୍କ ସହ ପ୍ରତ୍ୟକ୍ଷଦର୍ଶୀଙ୍କ ମୁହାଁମୁହିଁ ହୋଇଥିଲା । ସେମାନେ ତାଙ୍କୁ ଧର୍ମ ପଚାରିବା ସହ କଲମା ପଢିବାକୁ କହିଥିଲେ । ସେ ସ୍ଥାନୀୟ ଭାଷାରେ କଥା ହେବା ପରେ ଆତଙ୍କୀମାନେ ତାଙ୍କୁ ଛାଡିଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ତଦନ୍ତକାରୀ ଟିମକୁ ବୈସରଣ ଭ୍ୟାଲିରୁ କାର୍ଟ୍ରିଜ୍ ପାଇଥିଲେ ।

ଆତଙ୍କୀ ଆକ୍ରମଣର ପୂର୍ବ ଦିନ ଆତଙ୍କବାଦୀ ଜଣେ ସ୍ଥାନୀୟ ମହିଳାଙ୍କ ସହାୟତା ନେଇଥିବା ଜଣାପଡ଼ିଛି । ଆତଙ୍କବାଦୀମାନେ ଆକ୍ରମଣର ୨୪ ଘଣ୍ଟା ପୂର୍ବରୁ ସ୍ଥାନୀୟ ପରଭେଜଙ୍କ ଘରେ ଖାଦ୍ୟ ଖାଇଥିଲେ ଏବଂ ଚାଉଳ ସହିତ ମସଲା ମଧ୍ୟ ପ୍ୟାକ୍ କରିଥିଲେ। ଏହା ବଦଳରେ ଆତଙ୍କବାଦୀମାନେ ପରଭେଜଙ୍କ ସ୍ତ୍ରୀଙ୍କୁ ପାଞ୍ଚ ଶହ ଟଙ୍କିଆ ପାଞ୍ଚଟି ନୋଟ୍ ଦେଇଥିବା NIA ତଦନ୍ତରୁ ଖୁଲାସା ହୋଇଛି । ପାକ୍ ସମର୍ଥିତ ଆତଙ୍କୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଥିବାର ଆଉ ଏକ ପ୍ରମାଣ ମିଳିଛି । ଏହାକୁ ଦମନ କରିବା ଉପରେ ସାରା ବିଶ୍ବ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ବୋଲି ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ବିଜେପି ନେତା ଅମିତ ମାଲବ୍ୟ। । ଗତ ଏପ୍ରିଲ 22 ତାରିଖରେ ଆତଙ୍କବାଦୀମାନେ AK-47 ଏବଂ M4 ରାଇଫଲରେ 26 ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏପର୍ଯ୍ୟନ୍ତ 50ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି NIA ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
shocking-revelations-during-investigation-into-pahalgam-terror-attack | Argus News