Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଜ ମୃତ୍ୟୁର ମିଛ ପ୍ରଚାର ପଡିଲା ମହଙ୍ଗା

National

ନିଜ ମୃତ୍ୟୁର ମିଛ ପ୍ରଚାର ପଡିଲା ମହଙ୍ଗା

Manini Pattanayak
Browse all articles by Manini Pattanayak
·2 years ago·1 min read
ନିଜ ମୃତ୍ୟୁର ମିଛ ପ୍ରଚାର ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଆରପାରିରେ ପୁନମ ପାଣ୍ଡେ। କ୍ଷଣିକରେ ପ୍ରଖର ଗତିରେ ବ୍ୟାପିଗଲା ମୃତ୍ୟୁ ଖବର। ସେ ପୁଣି ସର୍ବାଇକଲ କ୍ୟାନ୍ସରରେ ମୃତ୍ୟୁ।   ସେଲିବ୍ରେଟିମାନେ  ଗଭିର ଦୁଃଖ ପ୍ରକାଶ କଲେ।  କେହି କେହି ସୋସିଆଲ ମିଡିଆରେ ପୁନମଙ୍କ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଥିବାବେଳେ ଆଉ କେହି କହୁଥାନ୍ତି ଆ ହାଃ  ୩୨ ବର୍ଷ ବୟସରେ ଚାଲିଗଲା। ଏପଟେ  ଜାତୀୟ ଏବଂ ଆଞ୍ଚଳିକ ଚ୍ୟାନେଲ ମାନଙ୍କରେ ଦିନ ସାରା ପୁନମଙ୍କ  ଦେହାନ୍ତକୁ ନେଇ  ପ୍ରଶାରିତ ହେଲା ଖବର।  ସର୍ବାଇଭର କ୍ୟାନ୍ସର କୁ ନେଇ ଚାଲିଲା ଆଲୋଚନା।  ପୁନମଙ୍କ ସମ୍ପର୍କୀୟ ଏବଂ ବନ୍ଧୁ ମାନେ ଏ ଖବର ଜାଣିବା ପରେ ତାଙ୍କ ପରିବାର ଲୋକଙ୍କୁ ଫୋନ କରି କିନ୍ତୁ ସମସ୍ତଙ୍କ ଫୋନ ସୁଇଚ  ଅଫ ଆସିଲା। 

ଏପଟେ  ମୃତ୍ୟୁର ଠିକ୍‌  ୬ ଘଣ୍ଟାପରେ   ପ୍ରେତାଆତ୍ମା ପରି  ପ୍ରକଟ ହୋଇ ପୁନମ ସୋସିଆଲ ମିଡିଆରେ  ବଞ୍ଚିଥିବାର ବାର୍ତ୍ତା ଦେଲେ। କହିଲେ ମୁଁ ବଞ୍ଚିଛି..  ଜାଣିଶୁଣି ମୁଁ ମୋର ମୃତ୍ୟୁ ଖବର ପ୍ରଚାରିତ କରିଥିଲି। କାରଣ ମୁଁ ସର୍ଭାଇକଲ କ୍ୟାନ୍ସର ବିଷୟରେ ଲୋକ ଅବଗତ କରିବାକୁ ଚାହୁଁଥିଲି।  କିଛି ସମୟ ପୂର୍ବରୁ ଯେଉଁମାନେ ପୁନମଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଥିଲେ  ସେମାନେ ପୁନମଙ୍କ ଏ ହରକତ୍‌ ପାଇଁ ସୋଧିବା ଆରମ୍ଭ କଲେ। କେହି କେହି କହିଲେ ପବ୍ଲିସିଟି ଷ୍ଟଣ୍ଟ ପାଇଁ ପୁନମ ପାଣ୍ଡେ କିଛି ବି କରିପାରନ୍ତି। ପୂର୍ବରୁ ମଧ୍ୟ ପୁନମ ଏପରି ହରକତ କରିସାରିଛନ୍ତି ବୋଲି କହୁଛନ୍ତି ଲୋକେ।   ପୁନମ  ନିଜ ମୃତ୍ୟୁ  ମିଛ ପ୍ରଚାର କରି ଅନେକଙ୍କୁ ଗଭୀର ଆଘାତ ମଧ୍ୟ ଦେଇଛନ୍ତି।  ଯେଉଁଥିପାଇଁ ତାଙ୍କ ବିରୋଧରେ ଜଣେ ଓକିଲ ଅଲି କାଶିଫ୍ ଖାନ୍‌ ଦେଶମୁଖ  ମୁମ୍ବାଇର ଅନ୍ଧେରି ପୋଲିସ ଷ୍ଟେସନରେ  ଏଫଆଇଆ ରୁଜୁ କରିଛନ୍ତି।   ଶିଘ୍ର ପୁନମଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଛି।  ତେବେ ଜେଲ  ଯାଇପାରନ୍ତି  ପୁନମ୍‌ । 

ଅଧିକ ଦେଖନ୍ତୁ :
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Shockvertising – a means by which brands startle and offend audiences – is not new. | Argus News