|
logo
Live

Argus News - ମହଙ୍ଗା ହେବ ଜୋତା

National

ମହଙ୍ଗା ହେବ ଜୋତା

Arpita Mohanty
Browse all articles by Arpita Mohanty
·1 year ago·1 min read
ମହଙ୍ଗା ହେବ ଜୋତା

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ମହଙ୍ଗା ହେବ ଜୋତା । ନୂଆ ନିୟମ ଜାରି କରୁଛି ବିଆଇଏସ । ୪୬ ପ୍ରକାର ଜୋତା ଉପରେ ବିଆଇଏସ ନୂଆ ନିୟମ ଲାଗୁକରୁଛି। ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ର ନୂଆ ନିୟମ ଅନୁସାରେ ବିଆଇଏସ ବଜାରକୁ ଭଲ କ୍ବାଲିଟିର ଜୋତା ଆଣିବାକୁ ଚାହୁଁଛି। ଯାହାର କ୍ବାଲିଟି ବେଶ ଭଲ ରହିବ କିନ୍ତୁ ଏହାର ଦାମ୍ ବି ଅଧିକ ରହିବ।

ନୂଆ ନିୟମ ଅନୁଯାୟୀ ଜୋତାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରେ ବିଶେଷ ଧ୍ୟାନ ଦିଆଯିବ ଏବଂ ଉତ୍ତମମାନର ସାମଗ୍ରୀ ବ୍ୟବହାର କରାଯିବ। ସେଥିପାଇଁ ଏହାର ଦାମ୍ ବି ଅଧିକ ରହିବ। ନୂତନ ନିୟମ ଅନୁଯାୟୀ, ଜୋତା ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ତ୍ତମାନ BIS, IS 6721 ଏବଂ IS 10702 ର ଦୁଇଟି ନୂତନ ମାନକ ଅନୁସରଣ କରିବାକୁ ପଡିବ । କିନ୍ତୁ ସବୁ କମ୍ପାନୀରେ ଏହି ନୂଆ ନିୟମ ଲାଗୁହେବନାହିଁ। ଯେଉଁ କମ୍ପାନି ଗୁଡ଼ିକର ବାର୍ଷିକ ଆୟ 50 କୋଟିରୁ କମ୍ ଥିବ ତାହା ଏହି ନିୟମରୁ ବାଦ୍ ପଡ଼ିବ।

ତାସହିତ ଯେଉଁ ଜୋତା ଗୁଡ଼ିକ ଆଗରୁ ଷ୍ଟକ୍ ହୋଇ ଅଛି ସେଥିରେ କୌଣସି ପରିବର୍ତ୍ତନ ହୋଇପାରିବନାହିଁ । ତିଆରି ହେବାକୁ ଯାଉଥିବା ନୂଆ ଜୋତାରେ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଯେଉଁ କମ୍ପାନୀଗୁଡିକ ଏହି ନିୟମ ମାନିବେନି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଆଇଏସ ସ୍ପଷ୍ଟ କରିଛି।  ଏହି ଜୋତା ଗୁଡ଼ିକର କ୍ବାଲିଟି ଭଲ ରହିବା ସହିତ ବ୍ୟବହାର କରିବା ପାଇଁ ଆରାମଦାୟକ ମଧ୍ୟ ରହିବ। କିନ୍ତୁ ଏହାର ମୂଲ୍ୟ କେତେ ମହଙ୍ଗା ହେବ ତାହା ଏପର୍ଯ୍ୟନ୍ତ ବିଆଇଏସ ଜଣାଇନାହିଁ। ତେବେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଏହି ନିୟମ ଲାଗୁ ହେବାକୁ ଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ବିଦେଶ ଖବର

Sponsored
ମହଙ୍ଗା ହେବ ଜୋତା | Argus News