Videos
|
National

Hanuman Chalisa Miracle / ୩ ଘଣ୍ଟା ଧରି ଅଟକିଥିଲା ସୁଟିଂ, ହନୁମାନ ଚାଳିଶା ପରେ ବଦଳିଗଲା ଚିତ୍ର!

Bikash Mohanty
Browse all articles by Bikash Mohanty
·54 mins ago·2 min read
୩ ଘଣ୍ଟା ଧରି ଅଟକିଥିଲା ସୁଟିଂ, ହନୁମାନ ଚାଳିଶା ପରେ ବଦଳିଗଲା ଚିତ୍ର!
Hanuman ansh

Key Points

ହନୁମାନ ଅଂଶ ସୁଟିଂ ବେଳେ ଘଟିଥିଲା ଅଲୌକିକ ଘଟଣା।
ସୁଟିଂ ସମୟରେ ବହୁତ ଅସୁବିଧା ହେଉଥିଊ। 
ଗୋଟିଏ ଦିନ ପ୍ରାୟ ୩ ଘଣ୍ଟା ଧରି କ୍ୟାମେରା ବନ୍ଦ ହୋଇଗଲା 
ହନୁମାନ ଚାଳିଶା ପାଠ ପରେ ଚାଲିଲା କ୍ୟାମେରା
ଏହି ଅଲୌକିକ ଘଟଣା କଥା କହିଛନ୍ତି  ଫିଲ୍ମର ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ
ମୁମ୍ବାଇ,୦୪/୦୯: ହନୁମାନ ଅଂଶ ସୁଟିଂ ବେଳେ ଘଟିଥିଲା ଅଲୌକିକ ଘଟଣା। ସୁଟିଂ ସମୟରେ ବହୁତ ଅସୁବିଧା ହେଉଥିଊ। ଏପରିକି ଗୋଟିଏ ଦିନ ପ୍ରାୟ ୩ ଘଣ୍ଟା ଧରି କ୍ୟାମେରା ରୋଲ୍‌ ହୋଇପାରିନଥିଲା। ଶେଷରେ ନିର୍ଦ୍ଦେଶକ ସମସ୍ତଙ୍କୁ ହନୁମାନ ଚାଳିଶା ପାଠ କରିବାକୁ କହିଥିଲେ। ଫିଲ୍ମର ପୁରା ଟିମ ହନୁମାନ ଚାଳିଶା ପାଠ କରିଥିଲେ। ହନୁମାନ ଚାଳିଶା ପାଠ ପରେ ଚାଲିଲା କ୍ୟାମେରା। ସୁଟିଂ ସମୟର ଏହି ଅଲୌକିକ ଘଟଣା କଥା କହିଛନ୍ତି  ଫିଲ୍ମର ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ।

ସୁଟିଂର ପ୍ରଥମ ଦିନରୁ ସମସ୍ୟା

ଫିଲ୍ମର ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ ଏବଂ ଅଭିନେତା ଶୋଭିନବ ସତ୍ୟ ଏକ ସାକ୍ଷାତକାରରେ ଫିଲ୍ମ ନିର୍ମାଣ ସମୟର ଅନୁଭୂତି ସେୟାର କରିଛନ୍ତି। ଶୋଭିନବଙ୍କ କହିବା ଅନୁସାରେ, ସୁଟିଂର ପ୍ରଥମ ଦିନରୁ ହିଁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା। ମୁଖ୍ୟ ଅଭିନେତା ଅସୁସ୍ଥ ହୋଇପଡ଼ିବାରୁ ମଧ୍ୟ ସମସ୍ୟା ଉପୁଜିଥିଲା। ପରବର୍ତ୍ତୀ ଦିନ ମଧ୍ୟ ପରିସ୍ଥିତି ସ୍ୱାଭାବିକ ହୋଇନଥିଲା। ସକାଳ ୭ଟାର ସିଫ୍ଟ ଥିବା ସତ୍ତ୍ୱେ କ୍ୟାମେରା ପ୍ରାୟ ୩ ଘଣ୍ଟା ଧରି ରୋଲ୍‌ ହୋଇନଥିଲା। ସୁଟିଂରେ ବାରମ୍ବାର ବାଧା ଆସୁଥିବାରୁ ଟିମ୍‌ ଚିନ୍ତାରେ ପଡ଼ିଥିଲା।

ପଢନ୍ତୁ ଏହି ଖବର: ସନାତନ ଧର୍ମକୁ କେହି ନଷ୍ଟ କରିପାରିବେ ନାହିଁ, ମଥୁରାରେ ଗର୍ଜିଲେ ଯୋଗୀ

ବକ୍ସ ଅଫିସରେ ବଢ଼ୁଛି କଲେକ୍ସନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
‘ହନୁମାନ ଅଂଶ’ର ବକ୍ସ ଅଫିସ୍‌ ଯାତ୍ରା ମଧ୍ୟ ଏବେ ଚର୍ଚ୍ଚାରେ। ଫିଲ୍ମଟି ପ୍ରଥମ ସପ୍ତାହାନ୍ତରେ ପ୍ରାୟ ୬୦ ଲକ୍ଷ ଟଙ୍କା ଆୟ କରିଥିଲା। ତେବେ ଦିନକୁ ଦିନ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ ବଢ଼ିବା ସହ କଲେକ୍ସନ ମଧ୍ୟ ବୃଦ୍ଧି ପାଇଛି। ଫିଲ୍ମଟି ଘରୋଇ ବକ୍ସ ଅଫିସ୍‌ରେ ୭୨.୮୮ କୋଟି ଟଙ୍କା ଆୟ କରିଥିବା ବେଳେ ମୋଟ କଲେକ୍ସନ ୮୫.୯୭ କୋଟି ଟଙ୍କାରେ ପହଞ୍ଚିଛି। ମାତ୍ର ୨ କୋଟି ଟଙ୍କା ବଜେଟ୍‌ର ଫିଲ୍ମ ପାଇଁ ଏହି ଆୟ ନିଶ୍ଚିତ ଭାବେ ବଡ଼ ସଫଳତା ବୋଲି କୁହାଯାଉଛି। ଏବେ ଫିଲ୍ମଟି ଖୁବ୍‌ଶୀଘ୍ର ବିଶ୍ୱସ୍ତରରେ ମୁକ୍ତିଲାଭ କରିବାକୁ ଯାଉଥିବାରୁ ଏହାର କଲେକ୍ସନ ଆହୁରି ବଢ଼ିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି।

ସେଟ୍‌ରେ ସମସ୍ୟା, ହନୁମାନ ଚାଳିଶା ପାଠ ଏବଂ ପରେ ବକ୍ସ ଅଫିସରେ ସଫଳତା ‘ହନୁମାନ ଅଂଶ’ର ଏହି ଯାତ୍ରା ଏବେ ଦର୍ଶକଙ୍କ ପାଇଁ ଏକ ଆକର୍ଷଣୀୟ ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୨ କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ଏକ ଫିଲ୍ମ ଏବେ ବକ୍ସ ଅଫିସରେ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇ ଚର୍ଚ୍ଚାରେ। ଟକ୍ସିକ୍‌ରୁ ଆରମ୍ଭ କରି ‘ଆୱାରାପାନ୍ ୨’ ପର୍ଯ୍ୟନ୍ତ ଫିଲ୍ମକୁ ପଛରେ ପକାଇ ଦର୍ଶକଙ୍କ ମନ ଜିତୁଛି ‘ହନୁମାନ ଅଂଶ’। ଆରମ୍ଭରେ ଫିଲ୍ମଟି ବିଶେଷ ସଫଳତା ପାଇନଥିଲେ ମଧ୍ୟ ଧୀରେ ଧୀରେ ଏହାର ଚାହିଦା ବଢ଼ିଛି। ନିମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମ ଏବେ ଦର୍ଶକଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ର ପାଲଟିଛି।