କାହିଁକି ହେଲା ଗୁଳିମାଡ଼ ? କିଏ ଏଥିପାଇଁ ଦାୟୀ ?

Key Points
ଗୁଳିମାଡ଼ ପରେ ପୋଲିସ ସହ ଫରେନସିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
କପିଲ ଶର୍ମା ଓ ତାଙ୍କ ପତ୍ନୀ ଗିନ୍ନି ପ୍ରାୟ ଦୁଇ ବର୍ଷ ତଳେ କାନାଡାରେ କ୍ୟାଫେ୍ ବ୍ୟବସାୟ ଆରମ୍ଭ କରିଥିଲେ ।
ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାଫେରେ ଗୁଳିକାଣ୍ଡ । କ୍ୟାଫେ୍ ଉପରେ ଅଚାନକ ଗୁଳିବର୍ଷା କରି ଫେରାର୍ ମାରିଲେ ବନ୍ଧୁକଧାରୀ । କମେଡି କିଙ୍ଗ୍ କପିଲ ଶର୍ମାଙ୍କ କାନାଡା ସ୍ଥିତି କ୍ୟାଫେରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସିଂହ ଲାଡ୍ଡିର ସଂଗଠନ ନିଜକୁ ଦାୟୀ କରିଛି ।
ଗୁଳିମାଡ଼ ପରେ ପୋଲିସ ସହ ଫରେନସିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । କପିଲ ଶର୍ମା ଓ ତାଙ୍କ ପତ୍ନୀ ଗିନ୍ନି ପ୍ରାୟ ଦୁଇ ବର୍ଷ ତଳେ କାନାଡାରେ କ୍ୟାଫେ୍ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାର ନାଁ ରହିଛି ‘କ୍ୟାପ୍ସ କାଫେ’। ତେବେ ତିନି ଜଣ ଆକ୍ରମଣକାରୀ ଏକ କାର୍ରେ ଆସି ଗୁଳିମାଡ଼ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଗୁଳିମାଡ଼ରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଖଲିସ୍ତାନୀ ଆତଙ୍କବାଦୀମାନେ ହଠାତ୍ କ୍ୟାଫେ ଉପରେ କାହିଁକି ଆକ୍ରମଣ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ କପିଲ ଶର୍ମାଙ୍କ ଶୋ ‘ଦି କପିଲ ଶର୍ମା ଶୋ ସିଜନ୍ ୩’ ଜୁନ୍ ୨୧ ତାରିଖରେ ନେଟଫ୍ଲିକ୍ସରେ ଆରମ୍ଭ ହୋଇଥିଲା । ପ୍ରଥମ ଏପିସୋଡରେ ସଲମାନ ଖାନ, ଦ୍ୱିତୀୟ ଏପିସୋଡରେ ଫିଲ୍ମ ‘ମେଟ୍ରୋ ଇନ୍ ଦିନୋ’ର ଟିମ୍ ଆସିଥିଲେ, ଯେତେବେଳେ ତୃତୀୟ ଏପିସୋଡରେ ଭାରତୀୟ କ୍ରିକେଟରମାନେ ଅଂଶଗ୍ରହଣ କରିଥିଲେ । ଏହି ଶନିବାର ପ୍ରସାରିତ ହେବାକୁ ଥିବା ଚତୁର୍ଥ ଏପିସୋଡରେ ଜୟଦୀପ ଆହଲାୱତ, ବିଜୟ ବର୍ମା, ପ୍ରତୀକ ଗାନ୍ଧୀ ଏବଂ ଜିତେନ୍ଦ୍ର କୁମାରଙ୍କ ଭଳି ଲୋକପ୍ରିୟ ଓଟିଟି ଷ୍ଟାରମାନେ ଦେଖିବାକୁ ପାଇବେ ।
ବର୍ତ୍ତମାନ, କାନାଡିୟ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ସୁରାକ ଆଧାରରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି । ଏହି ଘଟଣା କାନାଡାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଚିନ୍ତାର ବାତାବରଣ ସୃଷ୍ଟି କରିଛି ।