Reality Show Controversy / ମୁଣ୍ଡରେ ଆଘାତ ପରେ ଶ୍ରେୟାଙ୍କ କ୍ୟାରିଅରକୁ 'ଧ୍ୱଂସ' କରିବାକୁ ଆକାଂକ୍ଷା ଦେଲେ ଧମକ
·2 months ago·2 min read

Key Points
ଆକାଂକ୍ଷାଙ୍କୁ ଶ୍ରେୟାଙ୍କ ଧମକ
ଶ୍ରେୟାଙ୍କ କ୍ୟାରିଅର ଧ୍ୱଂସ କରିବାକୁ ଆକାଂକ୍ଷାଙ୍କ ଧମକ
ରିଆଲିଟି ଶୋ' ଲକ୍ ଅପ୍ ୨ର ଘଟଣା
ଏଥିରେ ଦେଖିବାକୁ ମିଳିଛି ହାଇ ଭୋଲ୍ଟେଜ୍ ଡ୍ରାମା

ମୁମ୍ବାଇ,୦୯/୦୭: ରିଆଲିଟି ଶୋ' ଲକ୍ ଅପ୍ ୨ର ଏପିସୋଡ୍ରେ ଦେଖିବାକୁ ମିଳିଛି ହାଇ ଭୋଲ୍ଟେଜ୍ ଡ୍ରାମା। ପ୍ରତିଯୋଗୀ ଶ୍ରେୟା କାଲରା ଏବଂ ଆକାଂକ୍ଷା ଚୌଧୁରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଥାକଟାକଟି ପରେ ନେଇଛି ବଡ଼ ଝଗଡ଼ାର ରୂପ। ଏହି ଘଟଣା ପରେ ସୋସିଆଲ ମିଡିଆରେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ଦୁଇଟି ଏପିସୋଡ୍ରୁ ଶ୍ରେୟା କାଲରା ଏବଂ ଆକାଂକ୍ଷା ଚୌଧୁରୀଙ୍କ ମଧ୍ୟରେ ମତଭେଦ ଚାଲିଥିଲା। ସଦ୍ୟତମ ଏପିସୋଡ୍ରେ ସେହି ବିବାଦ ଆହୁରି ତୀବ୍ର ହୋଇ ଜେଲ୍ ହାଉସ୍ରେ ବଡ଼ ସଂଘର୍ଷରେ ପରିଣତ ହୋଇଥିଲା।
ଶୋ'ର ନିୟମ ଅନୁଯାୟୀ ଶ୍ରେୟାଙ୍କ ପାଖରେ ଘରର ସମସ୍ତ ସଦସ୍ୟଙ୍କ ପାଇଁ ଖାଦ୍ୟ ଅର୍ଡର କରିବାର ଅଧିକାର ଥିଲା। ଶ୍ରେୟା, ପୂର୍ବ ବ୍ୟବହାର ପାଇଁ ଆକାଂକ୍ଷାଙ୍କୁ କ୍ଷମା ମାଗିବାକୁ କହିଥିଲେ। କିନ୍ତୁ ଆକାଂକ୍ଷା ଏହାକୁ ଅସ୍ୱୀକାର କରିଥିଲେ। ଏହାପରେ ଶ୍ରେୟା, ଆକାଂକ୍ଷାଙ୍କ ପାଇଁ ମଧ୍ୟ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ଆକାଂକ୍ଷା ଏହାକୁ ନେବାକୁ ମନା କରିବା ସହ ଅର୍ଡର ବାତିଲ କରିବାକୁ ସ୍କ୍ରିନ୍ ନିକଟକୁ ଯାଇଥିଲେ। ସେହି ସମୟରେ ଶ୍ରେୟା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଭୁଲବଶତଃ ଆକାଂକ୍ଷାଙ୍କ କପାଳରେ ଆଘାତ ଲାଗିଯାଇଥିଲା।
ଏହି ଘଟଣା ପରେ ଆକାଂକ୍ଷା ଅତ୍ୟନ୍ତ ରାଗିଯାଇ ଶ୍ରେୟାଙ୍କ ସହ ତୀବ୍ର ବାକ୍ଯୁଦ୍ଧ ଆରମ୍ଭ କରିଥିଲେ। ସେ ଶ୍ରେୟାଙ୍କ କ୍ୟାରିଅର ନଷ୍ଟ କରିଦେବାକୁ ଚେତାବନୀ ଦେବା ସହ ତାଙ୍କ ପାଳନ-ପୋଷଣକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଅନ୍ୟପଟେ ଶ୍ରେୟା କହିଥିଲେ, ଏହା ଏକ ଦୁର୍ଘଟଣା ଥିଲା, ଜାଣିଶୁଣି ସେ କିଛି କରିନଥିଲେ। ଆକାଂକ୍ଷା ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଶ୍ରେୟା ତାଙ୍କୁ ଚପଲରେ ମାରିଥିଲେ। ତେବେ ଏହି ଅଭିଯୋଗକୁ ଶ୍ରେୟା ଅସ୍ୱୀକାର କରିଥିଲେ।
ପଢନ୍ତୁ ଏହି ଖବର: ଶୋ'ରେ କମ୍ୱଳ ଭିତରେ ମାଗିଲେ ବାଇଟ୍ ଦିଅ, ଆକାଂକ୍ଷା-ପାମେଲାଙ୍କ ଭିଡିଓ ହେଉଛି ଭାଇରାଲ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିବାଦ ପରେ ଆକାଂକ୍ଷା, ଶ୍ରେୟାଙ୍କ ବିଛଣା ଏବଂ ଖାଦ୍ୟ ଟ୍ରେ ଉପରେ ପାଣି ଢାଳି ଦେଇଥିଲେ। ତଥାପି ସମଗ୍ର ଘଟଣାରେ ଶ୍ରେୟା ଶାନ୍ତ ରହିଥିଲେ ଏବଂ କୌଣସି ପଦକ୍ଷେପ ନେଇନଥିଲେ। ଏହି ସମୟରେ ଆକାଂକ୍ଷା, ପ୍ରତିଯୋଗୀ ମାଧୁରୀ ଜୈନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ ମାଧୁରୀଙ୍କ ବିଛଣାରେ ମଧ୍ୟ ପାଣି ଢାଳିଥିଲେ। ପରେ ଯୋଗେଶ ରାୱତ ମାଧୁରୀଙ୍କୁ କ୍ଷମା ମାଗିବା ସହ ନିଜ ଗଦି ତାଙ୍କୁ ଦେଇଥିଲେ। ଏହି ପଦକ୍ଷେପକୁ ଅନେକ ଦର୍ଶକ ପ୍ରଶଂସା କରିଛନ୍ତି।
ପ୍ରଶଂସକମାନେ ଦୁଇ ଭାଗରେ ବିଭକ୍ତ
ଏକପଟେ ଅନେକ ଦର୍ଶକ ଆକାଂକ୍ଷାଙ୍କ ଆଚରଣ ଓ ବ୍ୟବହୃତ ଭାଷାକୁ ସମାଲୋଚନା କରିଛନ୍ତି। ସେମାନଙ୍କ ମତରେ ଶ୍ରେୟାଙ୍କ ହାତ ଭୁଲବଶତଃ ଲାଗିଥିଲା ଏବଂ ପରେ ଆକାଂକ୍ଷା ଅତ୍ୟଧିକ ପ୍ରତିକ୍ରିୟା ଦେଇଥିଲେ।
ଅନ୍ୟପଟେ ଆକାଂକ୍ଷାଙ୍କ ସମର୍ଥକମାନେ କହିଛନ୍ତି ଯେ ଏହି ଘଟଣା ତାଙ୍କ ପୂର୍ବ ରିଆଲିଟି ଶୋ'ର ଅନୁଭୂତିକୁ ପୁଣି ମନେ ପକାଇଦେଇଥିଲା। ସେମାନଙ୍କ ମତରେ ତାଙ୍କ ପ୍ରତିକ୍ରିୟା ପଛରେ ସେହି ମାନସିକ ଚାପ ମଧ୍ୟ କାରଣ ହୋଇପାରେ।
ତେବେ ଲକ୍ ଅପ୍ ୨ର ଏହି ହାଇ ଭୋଲ୍ଟେଜ୍ ଝଗଡ଼ା ଆଗାମୀ ଏପିସୋଡ୍ରେ କେଉଁ ମୋଡ଼ ନେବ ଏବଂ ଶୋ'ର ନିର୍ମାତାମାନେ ଏହି ଘଟଣା ଉପରେ କୌଣସି ପଦକ୍ଷେପ ନେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related Topics
Explore more stories