Shreya Wins / ଶ୍ରେୟା ଜିତିଲେ 'ଲକ୍ ଅପ୍' ସିଜିନ୍ ୨, ଟ୍ରଫି ସହ ନେଲେ୧ କୋଟି ଟଙ୍କା
·1 hour ago·2 min read

Key Points
ଶ୍ରେୟା ଜିତିଲେ 'ଲକ୍ ଅପ୍' ସିଜିନ୍
ଟ୍ରଫି ସହ ନେଲେ ୧ କୋଟି ଟଙ୍କା
ନେଟଫ୍ଲିକ୍ସର ଚର୍ଚ୍ଚିତ ରିଆଲିଟି ଶୋ 'ଲକ୍ ଅପ୍' ସିଜନ୍-୨

ମୁମ୍ବାଇ,୦୬/୦୮: ନେଟଫ୍ଲିକ୍ସର ଚର୍ଚ୍ଚିତ ରିଆଲିଟି ଶୋ 'ଲକ୍ ଅପ୍' ସିଜନ୍-୨ ଶେଷ ହୋଇଛି। ଗତକାଲି ଆୟୋଜିତ ହୋଇଥିବା ଗ୍ରାଣ୍ଡ ଫିନାଲେରେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଓ ଅଭିନେତ୍ରୀ ଶ୍ରେୟା କାଲରା ବିଜେତା ଭାବେ ମୁକୁଟ ପିନ୍ଧିଛନ୍ତି। ସେ ଟ୍ରଫି ସହିତ ୧ କୋଟି ଟଙ୍କାର ନଗଦ ପୁରସ୍କାର ହାସଲ କରିଛନ୍ତି। ଶୋ'ର ଶେଷ ମୁହୂର୍ତ୍ତରେ ଏହି ଘୋଷଣା ହେବା ପରେ ଦର୍ଶକ ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା।
ଏଥରର ସିଜନ୍କୁ ଅଭିନେତା ରିତେଶ ଦେଶମୁଖ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ-କୋରିଓଗ୍ରାଫର ଫରାହ ଖାନ ମିଳିତ ଭାବେ ସଂଚାଳନ କରିଥିଲେ। ଗ୍ରାଣ୍ଡ ଫିନାଲେରେ ଉଭୟେ ଶ୍ରେୟା କାଲରାଙ୍କ ନାମ ବିଜେତା ଭାବେ ଘୋଷଣା କରିବା ପରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ମଞ୍ଚରେ ଟ୍ରଫି ଗ୍ରହଣ କରିବା ସହ ସେ ନିଜ ପରିବାର, ପ୍ରଶଂସକ ଓ ଶୋ'ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।
ପ୍ରାୟ ଦେଢ଼ ମାସ ଧରି ଚାଲିଥିବା ଏହି ରିଆଲିଟି ଶୋ'ରେ ମୋଟ ୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତି ସପ୍ତାହରେ ଏଲିମିନେସନ୍ ପରେ ଶେଷରେ ଶ୍ରେୟା କାଲରା, ଶିବାଙ୍ଗୀ ଜୋଶୀ, ରାମ କପୁର, ଯୋଗେଶ ରାୱତ ଓ ଶିଳ୍ପା ସିନ୍ଦେ ଫାଇନାଲରେ ପହଞ୍ଚିଥିଲେ। କଡ଼ା ମୁକାବିଲା ସତ୍ତ୍ୱେ ଶ୍ରେୟା ସମସ୍ତଙ୍କୁ ପଛରେ ପକାଇ ବିଜୟ ହାସଲ କରିଥିଲେ। ଶିବାଙ୍ଗୀ ଜୋଶୀ ପ୍ରଥମ ରନର୍ସ-ଅପ୍ ହୋଇଥିଲେ।
ପଢନ୍ତୁ ଏହି ଖବର: ସାଣ୍ଡେଲ ପିନ୍ଧି ପୁଜା କରିବା ମଲ୍ଲାଇକାଙ୍କୁ ପଡ଼ିଲା ମହଙ୍ଗା
ସମଗ୍ର ସିଜନ୍ରେ ଶ୍ରେୟାଙ୍କ ଖେଳ, ଆତ୍ମବିଶ୍ୱାସ, ଧୈର୍ଯ୍ୟ ଓ ମନୋରଞ୍ଜନପୂର୍ଣ୍ଣ ପ୍ରଦର୍ଶନ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା। କେବଳ ଦର୍ଶକ ନୁହେଁ, ଶୋ'ର ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ତାଙ୍କ ଖେଳକୁ ଖୋଲାଖୋଲି ପ୍ରଶଂସା କରିଥିଲେ। ଆକାଂକ୍ଷା ଚାମୋଲା, ରାମ କପୁରଙ୍କ ସହ ଅନେକ ପ୍ରତିଯୋଗୀ ତାଙ୍କୁ ଶକ୍ତିଶାଳୀ ଦାବିଦାର ବୋଲି କହିଥିଲେ। ସୋସିଆଲ ମିଡିଆରେ ମଧ୍ୟ ଶ୍ରେୟାଙ୍କ ବିଜୟକୁ ନେଇ ଆଗରୁ ଚର୍ଚ୍ଚା ଚାଲିଥିଲା।
ଜୁନ୍ ୨୭, ୨୦୨୬ରେ ନେଟଫ୍ଲିକ୍ସରେ ପ୍ରିମିୟର୍ ହୋଇଥିବା 'ଲକ୍ ଅପ୍' ସିଜନ୍-୨ରେ ରାମ କପୁର, ଶିବାଙ୍ଗୀ ଜୋଶୀ, ଶିଳ୍ପା ସିନ୍ଦେ, ହର୍ଷଦ ଚୋପ୍ରା, ଧୀରଜ ଧୂପର, ସୁନୀତା ଆହୁଜା, ରିୟାଜ୍ ଅଲିଙ୍କ ସମେତ ଅନେକ ଚର୍ଚ୍ଚିତ ମୁହଁ ଅଂଶଗ୍ରହଣ କରିଥିଲେ।
ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା ଶ୍ରେୟା କାଲରା ସୋସିଆଲ ମିଡିଆରେ ଜଣେ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର୍ ଭାବେ ପରିଚିତ। ୨୦୨୦ରେ ସେ MTVର ଲୋକପ୍ରିୟ ରିଆଲିଟି ଶୋ 'ରୋଡିଜ୍'ରେ ନଜର ଆସିଥିଲେ। ଏହାଛଡ଼ା ସେ କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ତାଙ୍କର ୨.୩ ମିଲିୟନ୍ରୁ ଅଧିକ ଫଲୋଅର୍ସ ଥିବାରୁ ସେ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। 'ଲକ୍ ଅପ୍' ସିଜନ୍-୨ର ବିଜୟ ତାଙ୍କ କ୍ୟାରିୟରରେ ଏକ ବଡ଼ ମାଇଲଖୁଣ୍ଟ ବୋଲି ମନେ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories