Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - JOBS AT YOUR DOORSTEP ରିପୋର୍ଟ ଲଞ୍ଚ କଲେ ଧର୍ମେନ୍ଦ୍ର ପ୍ରଧାନ

National

JOBS AT YOUR DOORSTEP ରିପୋର୍ଟ ଲଞ୍ଚ କଲେ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
JOBS AT YOUR DOORSTEP ରିପୋର୍ଟ ଲଞ୍ଚ କଲେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀରେ JOBS AT YOUR DOORSTEP ରିପୋର୍ଟ ଲଞ୍ଚ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଅ ରିପୋର୍ଟ ଲଞ୍ଚ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ସରକାରଙ୍କ ସ୍କୁଲ ବିଭାଗ ଏବଂ ବିଶ୍ବ ବ୍ୟାଙ୍କର ମିଳିତ ଉଦ୍ୟମରେ stars କାର୍ଯ୍ୟକ୍ରମ ହେଉଛି। World Bankର ଯେଉଁ ଯେଉଁ ରାଜ୍ୟରେ କାମ ଚାଲିଛି।  ସେହି ରାଜ୍ୟର କିଛି ଜିଲ୍ଲାକୁ ହାତରେ ନେଇ primary ଏବଂ secondary data କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ପିଲାଙ୍କ ଇଚ୍ଛା, ସମ୍ଭାବନା, ସୁଯୋଗକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଜିଲ୍ଲାଗୁଡ଼ିକୁ pan India model କରିବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି। ମାନବ ସମ୍ବଳ ଉପରେ ନିରନ୍ତର ସ୍କିଲିଂ, ଅପ୍-ସ୍କିଲିଂ, ରି-ସ୍କିଲିଂର ଆବଶ୍ୟକତା ରହିଛି । ଦେଶକୁ ଗ୍ଲୋବାଲ ସ୍କିଲ୍‌ ହବ୍‌ କରିବାକୁ କଳ୍ପନା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବ ବିକାଶର ସାରଥୀ ହେବାକୁ ଯାଉଛି ଭାରତ, ସେଥିପାଇଁ ଆମ ସ୍କିଲ୍ ସାମାର୍ଥ୍ୟକୁ ବଢ଼ାଇବାକୁ ପଡ଼ିବ । ସେହିପରି କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିଅ କହିଛନ୍ତି, ଆଜିର ଦିନରେ job ପିଲାଙ୍କ ଘରୁ କିପରି ସୃଷ୍ଟି ହୋଇ ପାରିବ ସେ ନେଇ ଚିନ୍ତା କରାଯାଉଛି। Model ସୃଷ୍ଟି କରାଯାଉଛି, ଯାହ ଫଳରେ ପିଲା ଅଧିକରୁ ଅଧିକ self employed ହେବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shri Dharmendra Pradhan and Dr. Mansukh Mandaviya launch ‘Jobs at Your Doorstep’ Report by World Bank | Argus News