Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଶ୍ଵ ଐତିହ୍ୟ ଦିବସରେ ଶ୍ରୀମଦ୍ ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋ ସମ୍ମାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବିଶ୍ଵ ଐତିହ୍ୟ ଦିବସରେ ଶ୍ରୀମଦ୍ ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋ ସମ୍ମାନ

ଭାରତୀୟ ସଭ୍ୟତା ଓ ଐହିତ୍ୟ ପାଇଁ ଗର୍ବର ମୁହୂର୍ତ୍ତ
ଶ୍ରୀମଦ୍ ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋ ସମ୍ମାନ
ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ ସ୍ଥାନିତ
ଭାରତର ସାଂସ୍କୃତିକ ଓ ଦାର୍ଶନିକ ଐତିହ୍ୟକୁ ଐତିହାସିକ ସ୍ୱୀକୃତି
ଏକ୍ସରେ ପୋଷ୍ଟ କରି ଉତ୍ସାହ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ


ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ବିଶ୍ବ ଐତିହ୍ୟ ଦିବସରେ ଭାରତର ଅନନ୍ତ ଜ୍ଞାନ ଓ ସମୃଦ୍ଧ ସଂସ୍କୃତିକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି । ଗୀତା ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ ସାମିଲ ହେଲା । ୃଭାରତୀୟ ସଭ୍ୟତା ପାଇଁ ଏହା ଐତିହାସିକ ମୁହୂର୍ତ୍ତ ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୀତା ଓ ନାଟ୍ୟଶାସ୍ତ୍ର ବହୁ ଶତାବ୍ଦୀ ଧରି ଭାରତୀୟ ଚେତନାକୁ ପ୍ରକାଶ କରିବା ସହ ଭାରତୀୟ ଅନ୍ତର୍ଦୃଷ୍ଟିକୁ ପ୍ରେରଣା ଯୋଗାଉଛି ବୋଲି ଲେଖିଛନ୍ତି ପିଏମ। କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।

ଚଳିତବର୍ଷ ୭୨ଟି ଦେଶ ଓ ୪ଟି ଆନ୍ତର୍ଜାତିକ ଅନୁଷ୍ଠାନର ମୋଟ ୫୭୦ଟି ପ୍ରାଚୀନ ପାଣ୍ଡୁଲିପି ୟୁନୋସ୍କୋ ରିଜେଷ୍ଟରରେ ସ୍ଥାନିତ ହୋଇଛି । ଗୀତା ଓ ନାଟ୍ୟଶାସ୍ତ୍ର ସ୍ଥାନିତ ହେବା ସହ ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ ପ୍ରାଚୀନ ଭାରତୀୟ ପାଣ୍ଡୁଲିପି ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏହି ଅନନ୍ତ କୃତି ଗୁଡ଼ିକ କେବଳ ସାହିତ୍ୟିକ ସମ୍ପଦ ନୁହେଁ ବରଂ ଭାରତର ଦାର୍ଶନିକ ସମ୍ପତ୍ତିର ମୂଳଭିତ୍ତି, ଯାହା ଭାରତର ଦୃଷ୍ଟିକୋଣ ବିଶ୍ବବାସୀଙ୍କୁ ଶାନ୍ତିର ମାର୍ଗ ଦେଖାଇଛି । ଏହି ପ୍ରାଚୀନ ପ୍ରମାଣସିଦ୍ଧ ଜ୍ଞାନର ଭଣ୍ଡାର ଆଜିବି ଭାରତୀୟଙ୍କ ଚିନ୍ତା, ଅନୁଭବକୁ ପ୍ରଭାବିତ କରିବା ସହ ସରଳ ଜୀବନଯାପନ ପାଇଁ ପ୍ରେରଣା ଯୋଗାଉଛି । ବିଶ୍ବ ଐତିହ୍ୟ ଦିବସରେ ଆଜି ଭାରତରେ ଥିବା ୪୩ଟି ପ୍ରସିଦ୍ଧ ଐତିହ୍ୟ ସ୍ଥଳ ସମେତ ମୋଟ ୩,୬୯୮ଟି ସ୍ମାରକ ଓ ଐତିହ୍ୟସ୍ଥଳକୁ ନିଶୁଳ୍କ ପ୍ରବେଶ ଘୋଷଣା କରିଛି ଏଏସଆଇ । ସାଂସ୍କୃତିକ ଓ ଐହିତ୍ୟର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୮ ଏପ୍ରିଲକୁ ୱାଲ୍ଡ ହେରିଟେଜ ଡେ ବା ବିଶ୍ବ ଧରୋହର ଦିବସ ଭାବେ ପାଳନ କରାଯାଉଛି । ଚଳିତବର୍ଷ ବିଶ୍ବ ଐତିହ୍ୟ ଦିବସର ଥିମ ରହିଛି ଐତିହ୍ୟ ସ୍ଥଳ ଉପରେ ପ୍ରାକୃତିକ ବିପଦ ଓ ସଂଘର୍ଷର ସଙ୍କଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shrimad Bhagavad Gita and Natya Shastra get UNESCO honours | Argus News