ଆମେରିକା ଟାରିଫ୍ ଯୋଗୁ ଭାରତରେ ଚିଙ୍ଗୁଡି ଦର୍ କମିଲା

ଭାରତରେ ଦେଖାଦେଲା ଆମେରିକା ଟାରିଫ୍ ବା ଟିକସ ପ୍ରଭାବ। ଯେଉଁଥି ପାଇଁ ଭାରତରେ ହୋଇଛି ଚିଙ୍ଗୁଡି ମୂଲ୍ୟରେ ହ୍ରାସ। ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ପରେ ଭାରତରେ ଚିଙ୍ଗୁଡି ମୂଲ୍ୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।
ଭାରତରେ ୫୦ କାଉଣ୍ଟ ଭାନାମାଇ କିସମର ଏକ ଚିଙ୍ଗୁଡିର ଚାହିଦା ଆମେରିକାରେ ବହୁତ ଅଧିକ ରହିଥାଏ। ଯେଉଁ ଚିଙ୍ଗୁଡି ଭାରତରୁ ଆମେରିକା ରପ୍ତାନୀ ହୋଇଥାଏ। ଆମେରିକାର ଟାରିଫ୍ ପାଇଁ ଏମିତି ପ୍ରଭାବ ପଡିଥିବା କୁହାଯାଉଛି। ଆମେରିକୀୟ କମ୍ପାନୀମାନେ ଏବେ ଚିଙ୍ଗୁଡି କିଣିବା କମ୍ କରିଥିବାରୁ ଏଭଳି ପ୍ରଭାବ ଦେଖା ଦେଇଛି।
ଚିଙ୍ଗୁଡି ଚାଷୀଙ୍କ କହିବା କଥା, ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଅଧିକରୁ ଅଧିକ ଚିଙ୍ଗୁଡି ଉତ୍ପାଦନ ହୋଇଥାଏ। ଯାହା ବାର୍ଷିକ ଉତ୍ପାଦନର ୭୦ ପ୍ରତିଶତରୁ ଅଧିକ।
📱 Get Argus News App
✨କମ୍ପାଉଣ୍ଡ ଲାଇଭଷ୍ଟକ୍ ଫିଡ୍ ମାନୁଫାକଚର୍ସ ଆସୋସିଏସନ୍ (CLFMA)ର ସଭାପତି ଦିବ୍ୟ କୁମାର ଗୁଲାଟିଙ୍କ କହିବା ଅନୁସାରେ ଯଦି ଆମେରିକାର ପ୍ରଭାବ ଏମିତି ରହିବ ତେବ ଚାଷୀ ମାନେ ପ୍ରତି କିଲୋରେ ୬୦ ରୁ ୭୦ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହି ପାରନ୍ତି। ଭାରତର ଆନ୍ଧ୍ରପ୍ରଦେଶରେ ସର୍ବାଧିକ ଚିଙ୍ଗୁଡି ଚାଷ ହେଉଥିବାରୁ, ଯାହାକୁ ନେଇ ଆନ୍ଧ୍ର ପ୍ରଦେଶର ଚାଷୀମାନେ ଚିନ୍ତାରେ ଅଛନ୍ତି।