Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶୁଭମ ଦ୍ବିବେଦୀଙ୍କୁ ସହିଦ ଘୋଷଣା କରିବାକୁ ତାଙ୍କ ସ୍ତ୍ରୀଙ୍କ ଦାବି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଶୁଭମ ଦ୍ବିବେଦୀଙ୍କୁ ସହିଦ ଘୋଷଣା କରିବାକୁ ତାଙ୍କ ସ୍ତ୍ରୀଙ୍କ ଦାବି

ଆତଙ୍କବାଦୀ ପ୍ରଥମେ ଆସି ପଚାରିଲେ ତମେ ହିନ୍ଦୁ ନା ମୁସଲମାନ। ମୋତେ ଲାଗିଲା ଆମ ସ୍ବାମୀ ସ୍ତ୍ରୀଙ୍କ ସହ ସେମାନେ ମଜା କରୁଛନ୍ତି। ମୁଁ ଟିକେ ହସିଦେଲି। ଆଉ ତାପରେ ସେମାନେ ରାଗିଗଲେ। ପୁଣି ପ୍ରଶ୍ନ ଦୋହରାଇଲେ ତମେ ହିନ୍ଦୁ ନା ମୁସଲମାନ। ମୁଁ ପୁଣି ପଛରେ ଟିକେ ହସିଦେଇ କହିଲି ଆମେ ହିନ୍ଦୁ। ଆଉ ତାପରେ ମୋ ସ୍ବାମୀଙ୍କ ଛାତିରେ ବାଜିଲା ଗୁଳି।


ପହଲଗାମରେ ଆତଙ୍କୀ ହମଲାରେ ମୃତ୍ୟୁ ହୋଇଥିବା ଶୁଭମ ଦିବେଦୀଙ୍କୁ ସହିଦର ମାନ୍ୟତା ଦିଆଯାଉ ବୋଲି ତାଙ୍କ ସ୍ତ୍ରୀ ଦାବି କରିଛନ୍ତି। ତାଙ୍କ ସ୍ତ୍ରୀ କହିଛନ୍ତି ସେମାନେ ଯେତେବେଳେ ପଚାରି ଥିଲେ ମୁଁ ଆଉ ମୋ ସ୍ବାମୀ ଗର୍ବର ସହିତ କହିଥିଲୁ ଆମେ ହିନ୍ଦୁ ବୋଲି। ଯେଉଁଥିପାଇଁ ମୋ ସ୍ବାମୀଙ୍କ ଜୀବନ ଗଲା। ଯଦି ସରକାର ମୋର ଏହି ଇଚ୍ଛା ପୂରଣ କରନ୍ତି , ହୁଏତ ମୋ ବଞ୍ଚି ରହିବା ସମ୍ଭବ ହୁଅନ୍ତା। ସେ ଆହୁରି ମଧ୍ୟ କହିଛନ୍ତି ମୁଁ, ଆତଙ୍କବାଦୀଙ୍କୁ ନେହୁରା ହୋଇଥିଲି ମତେ ମାରିଦେବାକୁ। ହେଲେ ସେ ମନା କରିଥିଲା। ମୁଁ ଜୀବିତ ରହିଲେ ସରକାରଙ୍କୁ ଜଣେଇବି ବୋଲି କହିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ଘର ଉତ୍ତର ପ୍ରଦେଶର କାନୁପରରେ। ଗତ ଫେବୃଆରୀ ୧୨ ତାରିଖରେ ବିବାହ କରିଥିଲେ। ବାହାଘର ପରେ ସେ ପତ୍ନୀଙ୍କ ସହ ହନିମୁନ ପାଇଁ ପହଲଗାମ ଯାଇଥିଲେ। ସେଠାରେ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ହୋଇଛି। 


ମଙ୍ଗଳବାର ପହଲଗାମ୍‌ର ବୈସାରନ ଘାଟିରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ‘ଦି ରେଜିଷ୍ଟାଣ୍ଟସ ଫ୍ରଣ୍ଟ’ ଏଥିପାଇଁ ନିଜକୁ ଦାୟୀ କରିଛି। ଅତର୍କିତ ଆକ୍ରମଣରେ ଜଣେ ଓଡ଼ିଆ ଓ ୨ ଜଣ ବିଦେଶୀଙ୍କ ସମେତ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି।


Sponsored