Videos
|
National

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ, ମହାକାଶର ଅନୁଭୂତି ବଖାଣିଲେ

Smruti Parija
Browse all articles by Smruti Parija
·11 months ago·1 min read
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ, ମହାକାଶର ଅନୁଭୂତି ବଖାଣିଲେ

Key Points

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା

ସେଠାରୁ ଉଠାଇଥିବା ପୃଥିବୀର ଫଟୋ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ

ମହାକାଶ ଅନୁଭୂତି ଶୁଣିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶ ଅନୁଭୂତି ଶୁଣିଲେ ପ୍ରଧାନମନ୍ତ୍ରୀ । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ଆକ୍ସିମ-୪ ମିସନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ସେ ନେଇଥିବା ଭାରତର ଜାତୀୟ ପତାକା ଏବଂ ସେଠାରୁ ଉଠାଇଥିବା ପୃଥିବୀର ଫଟୋ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଆନ୍ତର୍ଜାତିକ କ୍ରିଉ ଅଂଶବିଶେଷ ଭାବେ ଭାରତର ଜଣେ ମହାକାଶଚାରୀ କିପରି ଦୀର୍ଘକାଳୀନ ଅପରେସନରେ ଅଂଶଗ୍ରହଣ କରିଥିଲେ ସେ ନେଇ ତାଙ୍କ ଭିତରେ ରହିଥିବା ଉଲ୍ଲାସ ତଥା ଆହ୍ବାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବଖାଣି ଥିଲେ।


ଆକ୍ସିମ-4 ମିସନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ସେ ନେଇଥିବା ଭାରତର ଜାତୀୟ ପତାକା ଏବଂ ସେଠାରୁ ଉଠାଇଥିବା ପୃଥିବୀର ଫଟୋ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଭାରତର ଜମେ ମହାକାଶଚାରୀ କିପରି ଦୀର୍ଘକାଳୀନ ଅପରେସନରେ ଅଂଶଗ୍ରହଣ କରିଥିଲେ ସେ ନେଇ ତାଙ୍କ ଭିତରେ ରହିଥିବା ଉଲ୍ଲାସ ତଥା ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବଖାଣି ଥିଲେ । ମହାକାଶ କେନ୍ଦ୍ରରେ କରାଯାଇଥିବା ବୈଜ୍ଞାନିକ ପରୀକ୍ଷଣ ଉପରେ ମତ ରଖିଥିଲେ । ଶୁଭାଂଶୁଠାରୁ ପାଇଥିବା ଉପହାର ତାଙ୍କର ହୃଦୟକୁ ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଶୁଭାଂଶୁଙ୍କ ଉପହାର ତାଙ୍କ ମନକୁ ଛୁଇଁଛି ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
shubhanshu-shukla-interacts-with-pm-modi-argus-news | Argus News