Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Cricket / ସୁଭମନଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ, ଖେଳିବେ କି ନାହିଁ ଜଣାନାହିଁ..!

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ସୁଭମନଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ, ଖେଳିବେ କି ନାହିଁ ଜଣାନାହିଁ..!

Key Points

ବିସିସିଆଇ ଏକ୍ସରେ ପୋଷ୍ଟ କରି କହିଛି, 'ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖୁଛନ୍ତି ।
ତାଙ୍କୁ ଲାଗିଥିବା ଆଘାତ କେତେ ବଡ଼ ରହିଛି, ତାହା ଆଧାରରେ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ ।'

ICUରେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭମନ ଗିଲ୍ । କୋଲକାତା ଟେଷ୍ଟର ଦ୍ବିତୀୟ ଦିନରେ ବ୍ୟାଟିଂ କରିବା ବେଳେ ହଠାତ୍ ହୋଇପଡ଼ିଥିଲେ ଅସୁସ୍ଥ । ବେକରେ ଅସହ୍ୟ ଯନ୍ତ୍ରଣା ଫଳରେ ହୋଇଥିଲେ ରିଟାୟାର୍ଡ ହର୍ଟ । ଉଡଲ୍ୟାଣ୍ଡସ ହସ୍ପିଟାଲ ICUରେ ଚାଲିଛି ଚିକିତ୍ସା । ତେବେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି ।

ସେପଟେ ବିସିସିଆଇ ଏକ୍ସରେ ପୋଷ୍ଟ କରି କହିଛି, 'ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖୁଛନ୍ତି । ତାଙ୍କୁ ଲାଗିଥିବା ଆଘାତ କେତେ ବଡ଼ ରହିଛି, ତାହା ଆଧାରରେ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ ।'

ନଭେମ୍ବର ୧୪ରୁ କୋଲକାତାର ଇଡେନ୍‌ ଗାର୍ଡେନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ତେବେ ଏହି ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଥିଲା । ମ୍ୟାଚ୍‌ରେ ଭଲ ସ୍ଥିତିରେ ଥିଲେ ମଧ୍ୟ ଟିମ୍ ଇଣ୍ଡିଆର ଟେନ୍‌ସନ୍‌ ବଢ଼ିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍‌ଙ୍କ ଆଘାତ ଦଳର ଟେନସନ୍‌ ବଢ଼ାଇ ଦେଇଥିଲା ।

କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଗିଲ୍‌ ମାତ୍ର ତିନୋଟି ବଲ୍ ଖେଳିଥିଲେ । ଆଉ ଏହା ପରେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ । ତା'ପରେ ପଡ଼ିଆକୁ ଫିଜିଓଥେରାପିଷ୍ଟ ଆସିଥିଲେ । ଆଉ ଫିଜିଓଙ୍କ ସହ କିଛି ସମୟ କଥା ହେବା ପରେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଗିଲ୍ । ଆଉ ଏବ ଭାରତୀୟ କ୍ୟାପଟେନ୍‌ ଶୁବମନ ଗିଲ୍‌ଙ୍କୁ ନେଇ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି ।

ତାଙ୍କୁ ପ୍ରଥମେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ତାଙ୍କର ବେକ ସ୍କାନ କରାଯାଇଥିଲା । ବିସିସିଆଇ ଡାକ୍ତରୀ ଦଳ ସ୍କାନ ରେଜଲ୍ଟ ପାଇବା ପରେ ତାଙ୍କୁ ICUରେ ଭତ୍ତିର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ପ୍ରଥମ ଇନିଂସରେ ଦୁଇଟି ୱିକେଟ୍ ପଡ଼ିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମନ ଗିଲ୍ କେବଳ ତିନୋଟି ବଲ୍ ଖେଳିଥିଲେ ଏବଂ ଚୌକା ମାରିବା ପରେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ ।

କୋଲକାତାର ଇଡେନ ଗାଡେନ୍‌ଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଯାଇଛି । ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୫୯ ରନରେ ଅଲଆଉଟ୍ କରିବା ପରେ ଭାରତ ମଧ୍ୟ ୧୮୯ ରନରେ ଅଲଆଉଟ ହୋଇଯାଇଛି । ଏହା ପରେ ୨ୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ୭ ଓ୍ୱିକେଟ ହରାଇ ୯୩ ରନ କରିଛି । ଏହା ଫଳରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୬୩ ରନରେ ଆଗୁଆ ରହିଛି । ମ୍ୟାଚର ସ୍ଥିତି ଦେଖିଲେ ସ୍ପଷ୍ଟ ଅନୁମାନ ହେଉଛି ଯେ ଆସନ୍ତାକାଲି ଅର୍ଥାତ ମ୍ୟାଚ୍‌ର ତୃତୀୟ ଦିନରେ ହିଁ ରେଜଲ୍ଟ ଆସିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cricket | Shubman Gill Admitted To ICU, Critical Care Panel Formed For India Captain | Argus News