Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚେତନଙ୍କ ସହ ଉଦୟପୁର ଯାଇଥିଲେ ସିଆ,କେତନଙ୍କଠାରୁ ନେଇଥିଲେ ୧ କୋଟି ଟଙ୍କା

National

Ketan Murder Investigation / ଚେତନଙ୍କ ସହ ଉଦୟପୁର ଯାଇଥିଲେ ସିଆ,କେତନଙ୍କଠାରୁ ନେଇଥିଲେ ୧ କୋଟି ଟଙ୍କା

Bikash Mohanty
Browse all articles by Bikash Mohanty
·2 hours ago·2 min read
ଚେତନଙ୍କ ସହ ଉଦୟପୁର ଯାଇଥିଲେ ସିଆ,କେତନଙ୍କଠାରୁ ନେଇଥିଲେ  ୧ କୋଟି ଟଙ୍କା
Ketan Agrawal

Key Points

କେତନ ହତ୍ୟାକାଣ୍ଡର ତଦନ୍ତରେ ନୂଆ ମୋଡ଼
ଚେତନଙ୍କ ସହ ଉଦୟପୁର ଯାଇଥିଲେ ସିଆ
ସିଆ କେତନଙ୍କଠାରୁ ନେଇଥିଲେ ୧ କୋଟି ଟଙ୍କା

ପୁଣେ,୨୯/୦୬: ପୁଣେର ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟାକାଣ୍ଡର ତଦନ୍ତରେ ଆସିଛି ନୂଆ ମୋଡ଼। ଅଭିଯୁକ୍ତ ସିଆ ଗୋୟଲ ଓ ତାଙ୍କ କଥିତ ପ୍ରେମିକ ଚେତନ ଚୌଧୁରୀଙ୍କ ନିର୍ବନ୍ଧ ପୂର୍ବରୁ କରିଥିବା ଉଦୟପୁର ଯାତ୍ରା ବର୍ତ୍ତମାନ ପୋଲିସ ତଦନ୍ତର କେନ୍ଦ୍ରବିନ୍ଦୁ ପାଲଟିଛି। ହତ୍ୟା ଷଡ଼ଯନ୍ତ୍ର ସହ ଏହି ଟ୍ରିପ୍‌ର କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ଯାତ୍ରା ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣ ଖୋଳତାଡ଼ କରୁଛି ପୋଲିସ।

ବିବାହ କରିବାକୁ ଚାହୁଁନଥିଲେ ସିଆ

ତଦନ୍ତକାରୀଙ୍କ ସୂଚନା ଅନୁଯାୟୀ, ସିଆ ଗୋୟଲ ପଚରାଉଚରା ବେଳେ କେତନଙ୍କୁ ବିବାହ କରିବାକୁ ଇଚ୍ଛା ନଥିବା କଥା କହିଥିବା ଦାବି କରାଯାଇଛି। ନିର୍ବନ୍ଧ ଭାଙ୍ଗିଗଲେ ସାମାଜିକ ଅପମାନ ହେବ ବୋଲି ଆଶଙ୍କା କରି ସିଆ ଓ ଚେତନ ମିଶି ଏକ ଷଡ଼ଯନ୍ତ୍ର ରଚିଥିବା ସନ୍ଦେହ ପ୍ରକାଶ କରୁଛି ପୋଲିସ।

୧ କୋଟି ଟଙ୍କାର ଲେନଦେନ

ପୋଲିସ ଅଭିଯୋଗ କରିଛି ଯେ ବିବାହ ସପିଂ ବାହାନାରେ ସିଆ କେତନଙ୍କଠାରୁ ୧ କୋଟି ଟଙ୍କା ନେଇଥିଲେ। ପରେ ସେହି ଟଙ୍କା ଚେତନଙ୍କୁ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ରହିଛି। ଏହି ଅର୍ଥରେ ବ୍ୟବସାୟ ଆରମ୍ଭ କରି ତିନି ବର୍ଷ ମଧ୍ୟରେ ଆର୍ଥିକ ଭାବେ ସ୍ଥିର ହେବା ପରେ ଉଭୟ ବିବାହ କରିବାକୁ ଯୋଜନା କରିଥିବା ସନ୍ଦେହ କରୁଛି ପୋଲିସ।

ପଢନ୍ତୁ ଏହି ଖବର: କେତନ ହତ୍ୟାକାଣ୍ଡ ଘଟଣା: ୧୦ ଘଣ୍ଟାର 'ଭୂତ ରଣନୀତି' କରିଥିଲା ଚେତନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲୋହାଗଡ ଦୁର୍ଗରେ କ୍ରାଇମ ସିନ୍‌ର ରିକ୍ରିଏଟ୍

ଏହି ହତ୍ୟା ଘଟଣାରେ ପୁଲିସ୍ ରବିବାର କ୍ରାଇମ୍ ସିନ ରିକ୍ରିଏଟ୍ କରିଛି । ଏଥିପାଇଁ ପୁଲିସ ରବିବାର ସକାଳ ୬ଟା ୩୦ରେ ଅଭିଯୁକ୍ତ ସିୟା ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧରୀଙ୍କୁ ଘଟଣା ଘଟିଥିବା ସ୍ଥାନ ଲୋହାଗଡ ଦୁର୍ଗକୁ ନେଇଥିଲା । ସେଠାରେ ୨ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ ନେଇ ଖୋଳତାଡ କରିଥିଲା । ସେମାନେ କିଭଳି କେତନଙ୍କୁ ଦୁର୍ଗ ଉପରୁ ଠେଲି ହତ୍ୟା କରିଥିଲେ ତାର ପୁରା ଡେମୋ ଦେଖାଇଥିଲେ । ଏଥିପାଇଁ ପୁଲିସ କେତନଙ୍କର ଏକ ଡମି ମଧ୍ୟ ପ୍ରସ୍ତୁତ କରିଥିଲା । ଡମିକୁ ନେଇ ଅଭିଯୁକ୍ତ ଦ୍ୱୟ ଲୋହାଗଡ ପାଚେରିରୁ ଖାଇକୁ ଠେଲିଥିଲେ ।
ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ସିୟା ଓ ଚେତନ ଲୋହାଗଡ ଦୁର୍ଗର ଡେଥ୍ ପଏଣ୍ଟ ଇଣ୍ଟରନେଟରେ ଗୁଗୁଲରେ ସର୍ଚ୍ଚ କରିଥିଲେ । ଏଥିସହ ସେଠାରେ ପହଞ୍ଚିବାର ରାସ୍ତା ଓ ଗଭୀର ଖାଇ କେଉଁଠି ଅଛି ତାକୁ ମଧ୍ୟ ଖୋଜିଥିଲେ । କେବଳ ଏତିକି ନୁହେଁ ବିଷ ଦେଇ କିଭଳି ହତ୍ୟା କରାଯାଏ ଏବଂ ପୁଲିସ କିଭଳି ଭାବେ ସନ୍ଦେହ ନକରିବ ତାହା ମଧ୍ୟ ସେମାନେ ଇଣ୍ଟରନେଟ ଖୋଜିଥିଲେ । ଧରାପଡିବା ପରେ ପୁଲିସକୁ କଣ ସବୁ ଉତ୍ତର ଦିଆଯିବ ଏବଂ କେଉଁ ସବୁ ହ୍ୱାଟସ୍ଆପ ମେସେଜ ଡିଲିଟ କରିବାକୁ ହେବ ତାହା ଖୋଜିଥିଲେ ।

ଦୁର୍ଘଟଣାରୁ ହତ୍ୟାକାଣ୍ଡରେ ବଦଳିଲା ତଦନ୍ତ

ପ୍ରଥମେ କେତନଙ୍କ ମୃତ୍ୟୁକୁ ଟ୍ରେକିଂ ବେଳେ ଘଟିଥିବା ଏକ ଦୁର୍ଘଟଣା ବୋଲି ଧରାଯାଉଥିଲା। କିନ୍ତୁ ପରବର୍ତ୍ତୀ ତଦନ୍ତରେ ମିଳିଥିବା ଡିଜିଟାଲ, ଫୋରେନସିକ୍ ଓ ପରିସ୍ଥିତିଜନିତ ପ୍ରମାଣ ଆଧାରରେ ମାମଲା ହତ୍ୟାକାଣ୍ଡ ଦିଗକୁ ମୋଡ଼ ନେଇଛି।

Painting
Sponsored