Videos
|
National

Plague Alert / ସାଇବେରିଆ ଲ୍ୟାବ୍‌ରେ ଆତଙ୍କ, ଭାରତକୁ ଫେରିବ କି ପ୍ଲେଗ୍‌ ?

Rashmita Mishra
Browse all articles by Rashmita Mishra
·1 hour ago·2 min read
ସାଇବେରିଆ ଲ୍ୟାବ୍‌ରେ ଆତଙ୍କ, ଭାରତକୁ ଫେରିବ କି ପ୍ଲେଗ୍‌ ?
Plague Aler

Key Points

ରୁଷିଆ ଲ୍ୟାବ୍‌ରେ ବିପଦ ! ପ୍ଲେଗ୍‌ ଭୟ ବଢ଼ିଲା ।
ଟେଷ୍ଟ ଟ୍ୟୁବ୍‌ ଫାଟିଲା WHO ରଖିଛି ନଜର ।
ସାଇବେରିଆ ଲ୍ୟାବ୍‌ରେ ଆତଙ୍କ ଭାରତକୁ ଫେରିବ କି ପ୍ଲେଗ୍‌ ?
ଲ୍ୟାବ୍‌ କର୍ମଚାରୀଙ୍କ ମୃତ୍ୟୁ ପ୍ଲେଗ୍‌ ସଂକ୍ରମଣ ଆଶଙ୍କା । 

ରୁଷିଆର ସାଇବେରିଆ ଅଞ୍ଚଳରେ ଥିବା ଏକ ଆଣ୍ଟି-ପ୍ଲେଗ୍‌ ଗବେଷଣା ଲ୍ୟାବ୍‌ରେ ଟେଷ୍ଟ ଟ୍ୟୁବ୍‌ ଫାଟିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି । ଘଟଣା ପରେ ଜଣେ ୨୮ ବର୍ଷୀୟ ଲ୍ୟାବ୍‌ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଲ୍ୟାବ୍‌ରେ ସଂକ୍ରମଣ ଛଡ଼ାଇବାର ଆଶଙ୍କା ଥିବାରୁ କର୍ମଚାରୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍‌ କରି ଯାଞ୍ଚ କରାଯାଉଛି ।

WHO ରଖିଛି ଘଟଣା ଉପରେ ନଜର
ସାଇବେରିଆର ଇର୍କୁତ୍ସ୍କ ଅଞ୍ଚଳର ଆଣ୍ଟି-ପ୍ଲେଗ୍‌ ଗବେଷଣା ପ୍ରତିଷ୍ଠାନରେ ଘଟିଥିବା ଏହି ଘଟଣା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନଜର ରଖିଛି । ଲ୍ୟାବ୍‌ରେ ପ୍ଲେଗ୍‌ ସଂକ୍ରମଣ ସମ୍ଭାବନା ନେଇ ଯାଞ୍ଚ ଚାଲିଛି । ରୁଷିଆର ସ୍ୱାସ୍ଥ୍ୟ ଅଧିକାରୀମାନେ WHOକୁ ଜଣାଇଛନ୍ତି ଯେ ଇର୍କୁତ୍ସ୍କ ଅଞ୍ଚଳରେ ନିକଟ ଅତୀତରେ ପ୍ଲେଗ୍‌ର କୌଣସି ମାମଲା ଚିହ୍ନଟ ହୋଇନାହିଁ । ତଥାପି ସମ୍ଭାବ୍ୟ ସଂକ୍ରମଣର ତଦନ୍ତ ଆରମ୍ଭ କରାଯାଇଛି ଏବଂ ପ୍ରତିଷେଧକ ପଦକ୍ଷେପ ନିଆଯାଉଛି ।

ଦୁଇ ପ୍ରକାର ଭାଇରସ୍‌ ନେଇ ମଧ୍ୟ ଚିନ୍ତା

ଲ୍ୟାବ୍‌ ଘଟଣା ପରେ ଦୁଇ ପ୍ରକାର ଭାଇରସ୍‌ ସଂକ୍ରମଣର ଆଶଙ୍କା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଯାଞ୍ଚରେ କିଛି ଲୋକ କୋଭିଡ୍‌-୧୯ ଏବଂ ଅନ୍ୟ କିଛି ଲୋକ ରାଇନୋଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡ଼ିଛି । ତେବେ ଏହି ସଂକ୍ରମଣଗୁଡ଼ିକ ଲ୍ୟାବ୍‌ ଦୁର୍ଘଟଣା ସହ ସିଧାସଳଖ ଭାବେ ଜଡ଼ିତ ବୋଲି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।

ଆମେରିକାର ମଧ୍ୟ ନଜର
ସାଇବେରିଆର ଏହି ଘଟଣା ଉପରେ ଆମେରିକା ମଧ୍ୟ ନଜର ରଖିଥିବା ଖବର ଆସିଛି । ସଂକ୍ରମଣ ଯଦି ଲ୍ୟାବ୍‌ର ସୀମା ବାହାରକୁ ବ୍ୟାପିଯାଏ, ତେବେ ଏହା ବଡ଼ ସ୍ୱାସ୍ଥ୍ୟ ସଙ୍କଟର ରୂପ ନେଇପାରେ ବୋଲି ଚିନ୍ତା ପ୍ରକାଶ ପାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୁଷିଆରେ ନୂଆ କରି ପ୍ଲେଗ୍‌ ମହାମାରୀ ଆରମ୍ଭ ହୋଇଛି ବୋଲି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଭାରତରେ ୧୯୯୪ ଭଳି ପ୍ଲେଗ୍‌ ଫେରିବ କି ?
ଏହି ଘଟଣା ପରେ ଭାରତରେ ମଧ୍ୟ ୧୯୯୪ ମସିହାର ପ୍ଲେଗ୍‌ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୧୯୯୪ରେ ମହାରାଷ୍ଟ୍ରର ବୀଡ୍‌ ଜିଲ୍ଲାର ମମଲା ଗାଁ ଏବଂ ଆଖପାଖ ଅଞ୍ଚଳରେ ପ୍ଲେଗ୍‌ ମାମଲା ଚିହ୍ନଟ ହୋଇଥିଲା । ଗୁଜରାଟର ସୁରତରେ ମଧ୍ୟ ବହୁ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିଲେ ଏବଂ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

କିନ୍ତୁ ରୁଷିଆର ବର୍ତ୍ତମାନର ଘଟଣାକୁ ଆଧାର କରି ଭାରତରେ ପୁଣି ପ୍ଲେଗ୍‌ ମହାମାରୀ ଆସିବ ବୋଲି କହିବା ଏବେ ଠିକ୍‌ ହେବ ନାହିଁ । ରୁଷିଆରେ ପ୍ଲେଗ୍‌ ସଂକ୍ରମଣ ନିଶ୍ଚିତ ହୋଇନଥିବାରୁ ଭାରତରେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିବା ଏବଂ ବୈଜ୍ଞାନିକ ତଥ୍ୟ ଆଧାରରେ ପଦକ୍ଷେପ ନେବା ହିଁ ମୁଖ୍ୟ ବିଷୟ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: