ଫେସ୍ବୁକ୍କୁ ଆଉ ବିଶ୍ୱାସ ନାହିଁ, ଜୀଅନ୍ତା ମଣିଷକୁ ବି ମାରିଦେଉଛି !

Key Points
ଫେସ୍ବୁକ୍ ସିଧା ସିଧା ଲେଖିଛି, ଗତକାଲି ସିଦ୍ଧରମୈୟାଙ୍କ ପରଲୋକ ହୋଇଛି ।
ସିଦ୍ଦରମୈୟା ତୀବ୍ର ସମାଲୋଚନା କରିଥିଲେ ଏବଂ ମେଟାକୁ ଚିଠି ଲେଖି ତାଗିଦ୍ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ଖବର ଦେଖି ସବୁ ଛାନିଆ । ହଡ଼ବଡ଼ ହୋଇଯାଇଥିଲେ ସମସ୍ତେ । ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ ସରକାର । କାହାରିକୁ କିଛି ବୁଦ୍ଧି ବାଟ ଦିଶିଲାନି । ହେଲେ କିଛି ସମୟ ପରେ ଜାଣିଲେ, ସବୁ କିଛି ମିଛ !
ଅଜ୍ଞା ହଁ... ଜିଇ ଥାଉ ଥାଉ ମୁଖ୍ୟମନ୍ତ୍ରୀଙ୍କୁ ମାରିଦେଲା ଫେସ୍ବୁକ୍ । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ମାରିଦେଇଛି ଫେସ୍ବୁକ୍ । ଫେସ୍ବୁକ୍ ସିଧା ସିଧା ଲେଖିଛି, ଗତକାଲି ସିଦ୍ଧରମୈୟାଙ୍କ ପରଲୋକ ହୋଇଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।
ଫେସବୁକରେ CMO ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଶୋକବାର୍ତ୍ତାକୁ ଟ୍ରାନ୍ସଲେଟ୍ କରି ଭୁଲ ଭାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମୃତ ଘୋଷଣା କରିଥିଲା। ପ୍ରଖ୍ୟାତ ଅଭିନେତ୍ରୀ ବି ସରୋଜା ଦେବୀଙ୍କ ବିୟୋଗରେ ପ୍ରଥମେ କନ୍ନଡ ଭାଷାରେ ଲେଖାଯାଇଲା ପୋଷ୍ଟ । ସେହି ପୋଷ୍ଟକୁ ଇଂରାଜୀରେ ଭୁଲ ଅନୁବାଦ କରିଥିଲା ଫେସ୍ବୁକ୍ ବା ମେଟା । ଯାହାକୁ ସିଦ୍ଦରମୈୟା ତୀବ୍ର ସମାଲୋଚନା କରିଥିଲେ ଏବଂ ମେଟାକୁ ଚିଠି ଲେଖି ତାଗିଦ୍ କରିଥିଲେ।
ଭୁଲ ଟ୍ରାନ୍ସଲେଟ୍ କରି ଫେସ୍ବୁକ୍ ଲେଖିଥିଲା, 'ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କର ଗତକାଲି ପରଲୋକ ଘଟିଛି, ବରିଷ୍ଠ ଅଭିନେତ୍ରୀ ବି. ସରୋଜାଦେବୀଙ୍କ ପାର୍ଥିବ ଶରୀରକୁ ଦର୍ଶନ କରି ଶେଷ ସମ୍ମାନ ଜଣାଇଛନ୍ତି' ।
ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଦାୟିତ୍ବସମ୍ପନ୍ନ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ମେଟାକୁ ନିଜର କନ୍ନଡ଼ ସ୍ବୟଂଚାଳିତ ଅନୁବାଦ ଫିଚରକୁ ଠିକ୍ ନ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ପରେ ମେଟା ଅନୁବାଦକୁ ସଂଶୋଧନ କରିଥିବା ଜଣାପଡିଛି ।