Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିଦ୍ଧରମୈୟା କହିଲେ ମୁଁ ହିଁ ମୁଖ୍ୟମନ୍ତ୍ରୀ ରହିବି: ଏଥିରେ କୌଣସି ସନ୍ଦେହ ନାହିଁ

Ritu Das
Browse all articles by Ritu Das
·1 year ago·1 min read
ସିଦ୍ଧରମୈୟା କହିଲେ ମୁଁ ହିଁ ମୁଖ୍ୟମନ୍ତ୍ରୀ ରହିବି: ଏଥିରେ କୌଣସି ସନ୍ଦେହ ନାହିଁ

Key Points

କିଛି ଦିନର ସସପେନ୍ସକୁ ଶେଷ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା

ସେ ସ୍ପଷ୍ଟ କରି କହିଛନ୍ତି "ହଁ, ମୁଁ ମୁଖ୍ୟମନ୍ତ୍ରୀ ରହିବି

ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ

ପ୍ରତିକ୍ରିୟାରେ ସିଦ୍ଧରାମେୟା କହିଛନ୍ତି ଯେ ‘ସେମାନେ କଣ କଂଗ୍ରେସର ହାଇକମାଣ୍ଡ

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗତ କିଛି ଦିନ ହେଲା ଚାଲିଥିବା ସସପେନ୍ସକୁ ଶେଷ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା । ସେ ସ୍ପଷ୍ଟ କରି କହିଛନ୍ତି "ହଁ, ମୁଁ ମୁଖ୍ୟମନ୍ତ୍ରୀ ରହିବି। ଏଥିରେ କୌଣସି ସନ୍ଦେହ ଅଛି?" ସିଦ୍ଧାରମୈୟାଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ବିଜେପି ଓ ଜେଡିଏସ ପକ୍ଷରୁ ଅଭିଯୋଗ କରାଯାଉଛି ଯେ କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ ମତଭେଦ ରହିଛି, ହୁଏତ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ଏହାର ପ୍ରତିକ୍ରିୟାରେ ସିଦ୍ଧରାମେୟା କହିଛନ୍ତି ଯେ ‘ସେମାନେ କଣ କଂଗ୍ରେସର ହାଇକମାଣ୍ଡ ?’


ସିଦ୍ଧାରମୈୟାଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ବିଜେପି ଓ ଜେଡିଏସ ପକ୍ଷରୁ ଅଭିଯୋଗ କରାଯାଉଛି ଯେ କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ ମତଭେଦ ରହିଛି, ହୁଏତ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ଏହା ପୂର୍ବରୁ ମଧ୍ୟ ସେ ଶିବକୁମାରଙ୍କ ସହ ମତଭେଦ ଖବରକୁ ଅସ୍ବୀକାର କରିଥିଲେ । ସେ କହିଥିଲେ ଯେ ଶିବକୁମାରଙ୍କ ସହ ତାଙ୍କ ସଂପର୍କ ଭଲ ଅଛି ଓ ଦଳରେ ଏକତା ରହିଛି । ସରକାର ସଂପୂର୍ଣ୍ଣ ୫ ବର୍ଷ ପର୍ଯ୍ୟନ୍ତ ଏକ ପଥର ପରି ମଝବୁତ ରହିବ । ସେହିପରି ଉପମୁଖ୍ୟମନ୍ତ୍ରୀ ଶିବକୁମାର ମଧ୍ୟ ଦଳ ଭିତରେ କୌଣସି ମତଭେଦ ଓ ବିବାଦ ଥିବା ଖବରକୁ ଅସ୍ବୀକାର କରିଛନ୍ତି । ସେ ନିଜେ କଂଗ୍ରେସ ହାଇକମାଣ୍ଡର ନିଷ୍ପତ୍ତିକୁ ସମର୍ଥନ କରନ୍ତି ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
siddaramaiah-says-i-will-remain-the-chief-minister-there-is-no-doubt-about-it | Argus News