Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଲମାନଙ୍କ ପାଇଁ ସିଦ୍ଦିକିଙ୍କୁ ହତ୍ୟା କରାଯାଇନି

Ritu Das
Browse all articles by Ritu Das
·1 year ago·2 min read
ସଲମାନଙ୍କ ପାଇଁ ସିଦ୍ଦିକିଙ୍କୁ ହତ୍ୟା କରାଯାଇନି

ଅର୍ଗସ ବ୍ୟୁରୋ: ଅର୍ଥ ଅନର୍ଥର ମୂଳ କାରଣ ହୋଇଥାଏ। ଅଧିକ ପଇସା କାହାର ଜୀବନ ବି ନେଇପାରେ। ତାହା ନିକଟରେ ଆମେ ଦେଖିଲେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ କ୍ଷେତ୍ରରେ। ସେ ନିଜ ପୁଅର ଅଫିସରୁ ବାହାରକୁ ଆସିବା ପରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ୬ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ୩ଟି ଗୁଳି ତାଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। 

 

ତେବେ ଆଜି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଏକ ବଡ଼ ଅପଡେଟ ଆସିଛି। ପୋଲିସର ସୂଚନାନୁସାରେ, ବାବା ସିଦ୍ଦିକିଙ୍କୁ ଟାର୍ଗେଟ କରିବା ପୂର୍ବରୁ ରାଇଗଡ ଜିଲ୍ଲାର ଏକ ଜଳପ୍ରପାତ ନିକଟରେ ଥିବା ଏକ ଗଛରେ ଗୁଳି ଚଳାଇ ଅଭ୍ୟାସ କରିଥିଲେ। ଅଭ୍ୟାସ ସମୟରେ ଅଭିଯୁକ୍ତ ଗଛରେ ପାଞ୍ଚରୁ ଦଶ ଗୁଳି ଚଳାଇଥିଲା। ଏହି ଅଭ୍ୟାସ ଶୁଟରମାନେ ଚଳିତ ବର୍ଷ ସେପ୍ଟେମ୍ବରରୁ କରିଥିଲେ।

ଗ୍ୟାଙ୍ଗଷ୍ଟର ଲରେନ୍ସ ଗ୍ୟାଙ୍ଗ ଏହି ହତ୍ୟା ପାଇଁ ଦାୟୀ ବୋଲି ଦାବି କରାଯାଇଥିଲା। ବାବାଙ୍କ ହତ୍ୟା ପାଇଁ ଏହି ଗ୍ୟାଙ୍ଗ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମଧ୍ୟ ଦାୟୀ କରିଥିଲା।  କିନ୍ତୁ ଏବେ ଏହି ପୁରା ଘଟଣା ୧୦୦ percent କ୍ଲିୟର ହୋଇଗଲା। କାରଣ ସତ କେବେ ଲୁଚି ରହେନା। ବଲିଉଡରେ ହଇଚଇ ମଚାଇଥିଲା ବାବା ସିଦ୍ଦିକଙ୍କ ହତ୍ୟା। ସିଦ୍ଦିକଙ୍କ ହତ୍ୟାର କାରଣ ସଲମାନଙ୍କୁ କୁହାଗଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ। ଯେଉଁ ବଲିଉଡ ଆଙ୍ଗେଲ ଦେବାକୁ କିଛି ସାମ୍ବାଦିକ ଚେଷ୍ଟା କରିଥିଲେ ମୁମ୍ବାଇରେ ତାହା ମିଛ ଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି media ବଲିଉଡ ଲିଙ୍କ କରିଥିଲେ କେବଳ ନିଜର ଭ୍ୟୁଜ ବଢ଼ାଇବା ପାଇଁ। ବାବା ସିଦ୍ଦିକଙ୍କ ମୃତ୍ୟୁ ବଲିଉଡ କନେକ୍ସନ ପାଇଁ ନୁହେଁ। ସେ ବଲିଉଡକୁ ବହୁତ ଭଲ ପାଉଥିଲେ ସତ। ସଲମାନ ତାଙ୍କ ବନ୍ଧୁ ଥିଲେ। ସଲମାନଙ୍କୁ ସେ ସବୁଥିରେ ସାହାଯ୍ୟ କରୁଥିଲେ। କିନ୍ତୁ ମୃତ୍ୟୁର କାରଣ ହେଉଛି ସେ ଥିଲେ ଜଣେ ରିୟଲ ଇଷ୍ଟେଟ ଲର୍ଡ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କର ଆଉ ଏକ ପ୍ରପର୍ଟି ମାଲିକ ସହ ଗଣ୍ଡଗୋଳ ଚାଲିଥିଲା। ସେ ମଧ୍ୟ ଜଣେ ନେତା ଥିଲେ। ୫୦ ହଜାର କୋଟି ଟଙ୍କାର ପ୍ରପର୍ଟି ପାଇଁ ଉଭୟଙ୍କ ମଧ୍ୟରେ ବହୁତ ଦିନାରୁ ଡିଷ୍ଟର୍ବାନ୍ସ ଚାଲିଥିଲା। ଯେଉଁଥିପାଇଁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା। କାରଣ ମୁମ୍ବାଇରେ ସାମ୍ରାଜ୍ୟ ବିସ୍ତାର କରିବାକୁ ସମସ୍ତେ ଚାହାନ୍ତି। ମୁମ୍ବାଇ ସ୍ଲମ ଏରିଆର ରାଜା ହେବାକୁ ସ୍ବପ୍ନ ମଧ୍ୟ ସମସ୍ତେ ଦେଖନ୍ତି। ସିଦ୍ଦିକିଙ୍କ ସାମ୍ରାଜ୍ୟକୁ ଧ୍ବଂସ କରିବାକୁ କେବେଠୁ ଯୋଜନା ହୋଇ ସାରିଥିଲା। ଆଉ ନିଜ ଅଫିସ ବାହାରେ ହିଁ ୬ ରାଉଣ୍ଡ ଗୁଳି ବାଜିଥିଲା। ଗୁରୁତର ଭାବେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଥିଲା ପୁରା ପ୍ରି ପ୍ଲାନଡ ମର୍ଡର।  ଏହି ରିୟଲ ଇଷ୍ଟେଟ ଓ୍ବାର  ଅଣ୍ଡର ଓ୍ବାର୍ଲ୍ଡ ଡନ ଏବଂ ମାଫିଆ ସହ କନେକ୍ସନ ରହିଛି ବୋଲି କୁହାଯାଉଛି। 

କିନ୍ତୁ କାହିଁକି ମିଡିଆ ଏହି ସତକୁ ବାରମ୍ବାର ଲୁଚାଉଥିଲା ତାହା ହେଉଛି ସବୁଠୁ ବଡ଼ ପ୍ରଶ୍ନ
ସିଦ୍ଦିକିଙ୍କ ହତ୍ୟା ପାଇଁ ସଲମାନ ଦାୟୀ ବୋଲି ଗେମ ଖେଳାଯାଉଥିଲା କାହିଁକି
କାହିଁକି ଏହି ହତ୍ୟାରେ ସଲମାନଙ୍କ ଫ୍ରେଣ୍ଡସିପ ସହ ଇଣ୍ଟରଲିଙ୍କ କରାଯାଉଥିଲା?
ମିଡିଆ କଣ ରଙ୍ଗ ଇନଫରମେଶନ ଦେଇ ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଁଥିଲା। ଏବେ ଏହାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଏକ ପ୍ରତିଷ୍ଠିତ ମିଡିଆ ଚ୍ୟାନେଲର ଜଣେ ବରିଷ୍ଠ ସାମ୍ବାଦିକ ସିଦ୍ଦିକିଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Siddiqui was | Argus News