ଆଜି ଆସିବ ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ

ଅର୍ଗସ ବ୍ୟୁରୋ: ଆଜି ଆସିବ ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ସକାଳ 6ଟାରୁ ଭୋଟ ଗଣନା ଆରମ୍ଭ। ଅରୁଣାଚଳ ପ୍ରଦେଶରେ 8ଟି ଆସନରେ ବିଜେପି ଆଗୁଆ ଥିବା ସୂଚନା । ଅରୁଣାଚଳ ପ୍ରଦେଶରେ 10ଟି ଆସନରେ ନିର୍ଦ୍ଵନ୍ଦ୍ଵରେ ଜିତିସାରିଛି ବିଜେପି । ସିକ୍କିମରେ SDF 1, SKM 4 ଓ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛି । ସିକ୍କିମ ବିଧାନସଭାର 32 ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ 19 ଏପ୍ରିଲରେ ମତଦାନ ହୋଇଥିଲା । ଆଜି କେବଳ ବିଧାନସଭା ଫଳାଫଳ ଘୋଷଣା ହେବ ।
ଅନ୍ୟ ରାଜ୍ୟ ପରି 4 ଜୁନରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବ । ଚଳିତ ନିର୍ବାଚନରେ ଶାସକ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ଓ ବିରୋଧୀ ସିକ୍କିମ ଡେମୋକ୍ରାଟାକ ଫ୍ରଣ୍ଟ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ସେହିପରି ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ସକାଳ ୬ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । 60 ବିଧାନସଭା ଆସନରେ ଆସି ଘୋଷଣା ହେବ ଫଳାଫଳ।
ଅଧିକ ପଢ଼ନ୍ତୁ ଦେଶ ଖବର: