ସିକିମ୍ ଭୂସ୍ଖଳନ: ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଲା ଓଡିଶା ତିଆରି ଡ୍ରୋନ୍

Key Points
ଉଚ୍ଚ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଥିବା ଏହି ଅଂଚଳରେ ପହଞ୍ଚିବା ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଂଜ ଥିଲା ।
ଅପହଞ୍ଚ ଇଲାକାରେ ପହଞ୍ଚିଲା ଓଡ଼ିଶା ନିର୍ମିତ ଡ୍ରୋନ୍ । ସିକିମ୍ ଭୂସ୍ଖଳନ ବେଳେ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲା ଓଡିଶା ତିଆରି ଡ୍ରୋନ୍ । ଓଡ଼ିଶାର BonV Aero ପକ୍ଷରୁ ନିର୍ମିତ ଏହି ଅତ୍ୟାଧୁନିକ ଡ୍ରୋନ୍ ଦ୍ୱାରା ଭୂସ୍ଖଳନ ବେଳେ ଧ୍ବଂସାବଶେଷ ତଳୁ ଠାବ କରାଯାଇଥିଲା ଅନେକ ମୃତଦେହ । ସିକିମ୍ ଲାନଚେନ୍ ଅଂଚଳରେ ଗତମାସରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅତି ଉଚ୍ଚ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଥିବା ଏହି ଅଂଚଳରେ ପହଞ୍ଚିବା ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଂଜ ଥିଲା ।
ଏପରିକି ସନ୍ଧାନୀ କୁକୁର ମଧ୍ୟ ସେଠାରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ଥିଲା । କିନ୍ତୁ ଏହି ସମୟରେ ଓଡ଼ିଶା ନିର୍ମିତ BonV Aero ଡ୍ରୋନ୍ ଦ୍ୱାରା ମାଟିତଳେ ଚାପି ହୋଇ ଯାଇଥିବା ଲୋକଙ୍କ ମୃତଦେହ ଠାବ କରାଯାଇଥିଲା । ଏଥିଯୋଗୁଁ ପୁରା ଅଂଚଳକୁ ଖୋଳିବା ବଦଳରେ କେବଳ ଡ୍ରୋନ୍ ଦ୍ୱାରା ଚିହ୍ନଟ କରାଯାଇଥିବା ଅଂଚଳ ଖୋଳାଯାଇ ମୃତଦେହ ବାହାର କରାଯାଇଥିଲା ।
📱 Get Argus News App
✨ଗତ ମାସରେ, ଗ୍ୟାଙ୍ଗଟକ୍ ଠାରୁ ପ୍ରାୟ ୧୨୩ କିଲୋମିଟର ଦୂରରେ ଲାଚେନ୍ ଅଞ୍ଚଳରେ ଭୟଙ୍କର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ତିନି ଜଣ ସୈନିକଙ୍କ ଜୀବନ ଯାଇଥିଲା ଏବଂ ଛଅ ଜଣ ନିଖୋଜ ହୋଇଯାଇଥିଲେ । ଭୂସ୍ଖଳନର ୨୪ ଘଣ୍ଟା ମଧ୍ୟରେ BonV କମ୍ପାନୀର GPR ଡ୍ରୋନ୍ ବିପର୍ଯ୍ୟୟ ଅଞ୍ଚଳରେ ନିୟୋଜିତ କରାଯାଇଥିଲା । ଏହା ୦.୭୬ ମିଟର ଗଭୀରତା ଏବଂ ୦.୦୧୫ ମିଟର ରିଡିଂରେ ଦୁଇଟି ପ୍ରମୁଖ ସ୍ଥାନ ଚିହ୍ନଟ କରିଥିଲା ଯାହା ପରେ ମାନବ ଅବଶେଷକୁ ଚିହ୍ନଟ କରାଯାଇଥିଲା । ପୁନରୁଦ୍ଧାର ଦଳଗୁଡ଼ିକୁ ସଠିକତାର ସହିତ ମାର୍ଗଦର୍ଶନ କରାଇଥିଲା ଏହି ଡ୍ରୋନ୍ । କମ୍ପାନୀର ସିଇଓ ହେଉଛନ୍ତି ସତ୍ୟବ୍ରତ ଶତପଥୀ । ସେମାନେ ବିନା ଶୁଳ୍କରେ ସେନାକୁ ସାହାଯ୍ୟ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ସିଇଓ ସତ୍ୟବ୍ରତ ଶତପଥୀ ।