Videos
|
National

ରତନ ଟାଟାଙ୍କ ଦେହାନ୍ତ ଖବର ପାଇ ଏଭଳି ପୋଷ୍ଟ କଲେ ସିମି ଗରେୱାଲ

Ritu Das
Browse all articles by Ritu Das
·1 year ago·1 min read
ରତନ ଟାଟାଙ୍କ ଦେହାନ୍ତ ଖବର ପାଇ ଏଭଳି ପୋଷ୍ଟ କଲେ ସିମି ଗରେୱାଲ

ଅର୍ଗସ ବ୍ୟୁରୋ: ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକ‌ା। ‘ଟାଟା’କୁ ଅପହଞ୍ଚ ଦୂରତାରେ ପହଞ୍ଚାଇଥିବା ଏହି ବିଶିଷ୍ଟ ଶିଳ୍ପପତି କଂପାନି ଲାଭାଂଶର ସିଂହଭାଗ ଦାତବ୍ୟ ଅନୁଷ୍ଠାନକୁ ଦେବାରେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ।

ତାଙ୍କ ବିୟୋଗରେ ସାରା ଦେଶ ଆଜି ଶୋକପ୍ରକାଶ କରୁଥିବା ବେଳେ ‌ଏବେ ତାଙ୍କ ପୂର୍ବ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ସିମି ଗରେୱାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସିମି ଗରେୱାଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ରତନ ଟାଟାଙ୍କ ପାଇଁ ଭାବପ୍ରବଣଭରା ପୋଷ୍ଟ କରିଛନ୍ତି, ଯାହାଙ୍କୁ ‌ସେ ଦିନେ ଡେଟ୍ କରିଥିଲେ। ତାଙ୍କୁ ଅନ୍ତିମ 'ବିଦାୟ' ଦେଇ ସେ ଲେଖିଛନ୍ତି, "ସେମାନେ କହୁଛନ୍ତି ତୁମେ ଚାଲିଗଲ ... ତୁମର କ୍ଷତି ସହିବା କଷ୍ଟ...ବହୁତ କଷ୍ଟ। ବିଦାୟ ମୋର ବନ୍ଧୁ #ରତନ ଟାଟା।"

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Simi Garhwal | Argus News