Bengal Singer / ପଶ୍ଚିମବଙ୍ଗର ଗାୟିକାଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସର ତଦନ୍ତ ଜାରି
·6 months ago·2 min read

Key Points
ଲାଇଭ କନସର୍ଟ ବେଳେ ଗାୟିକାଙ୍କୁ ଆକ୍ରମଣ ଉଦ୍ୟମ
ପୋଲିସର ତଦନ୍ତ ଜାରି
ପୋଲିସର ତଦନ୍ତ ଜାରି
ଗାୟିକାଙ୍କୁ ଆକ୍ରମଣ ଉଦ୍ୟମ। ସେ ପୁଣି ଲାଇଭ କନସର୍ଟ ସମୟରେ। ଶନିବାର ପଶ୍ଚିମବଙ୍ଗର ଗାୟିକା ଲଗ୍ନଜିତା ଚକ୍ରବର୍ତ୍ତୀଙ୍କୁ ତାଙ୍କ କନସର୍ଟରେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି।ତେବେ ଏହା ପରେ ଲଗ୍ନଜିତା ଅଧାରୁ କନସର୍ଟ ଛାଡ଼ିଥିଲେ। ଗାୟିକା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭଗବାନପୁର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ। ପରେ ଏକ ମାମଲା ରୁଜୁ କରାଯାଇଥିଲା ଏବଂ ମେହବୁବଙ୍କୁ ଗିରଫ କରାଯାଇଥିଲା। ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।
ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ‘‘ଭଗବାନପୁର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ଏବଂ ଅନ୍ୟ ଜଣେ ଅଧିକାରୀଙ୍କ ବିରୁଦ୍ଧରେ ଏକ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ସେମାନଙ୍କ ଅବହେଳା ପାଇଁ ଆମେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’ଲଗ୍ନଜିତା କହିଛନ୍ତି ଯେ, ସେ ଏକ ବଙ୍ଗଳା ଧାର୍ମିକ ଗୀତ "ଜାଗୋ ମା" ଗାଉଥିଲେ। ଆଉ ଗୀତ ଗାଇବା ସମୟରେ ମେହବୁବ ମଞ୍ଚକୁ ଆସି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।
ଏଥିସହ ପଢ଼ନ୍ତୁ: ପ୍ରେମିକାକୁ ମଙ୍ଗଳସୂତ୍ର ପିନ୍ଧାଇଲେ ପ୍ରେମିକ, ଏହା କଣ ସତ ବିବାହ ବୋଲି ଉଠୁଛି ପ୍ରଶ୍ନ ?
ସୂଚନା ଅନୁସାରେ, ଶନିବାର ପୂର୍ବ ମେଦିନୀପୁରର ଭଗବାନପୁରରେ ଏକ ଘରୋଇ ସ୍କୁଲରେ ଲଗ୍ନଜିତାଙ୍କ ଲାଇଭ ଶୋ’ ଚାଲିଥିଲା। ହେଲେ ଏହି ଶୋ’ ମଝିରେ ଜଣେ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଲଗ୍ନଜିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ମେହବୁବ ମାଲିକ ‘‘ଧର୍ମନିରପେକ୍ଷ’’ ଗୀତ ନ ଗାଇବା କାରଣରୁ ହଇରାଣ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମେହବୁବ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଏବଂ ସ୍କୁଲର ମାଲିକ।
ସେପଟେ ଘଟଣାକୁ ନେଇ ବିଜେପି ଅଭିଯୋଗ କରିଛି ମେହବୁବ, ଶାସକ ତୃଣମୂଳ କଂଗ୍ରେସର ସଦସ୍ୟ ଥିଲେ। ବିଜେପି ଆହୁରି କହିଛି ଯେ, "ପଶ୍ଚିମବଙ୍ଗ ଜିହାଦୀଙ୍କ ହାତରେ ଅଛି। ସେମାନେ ଗାୟିକାଙ୍କୁ କେଉଁ ଗୀତ ଗାଇବା ଉଚିତ ତାହା ନିର୍ଦ୍ଦେଶ ଦେଉଛନ୍ତି। ଏହା ଏକ ହିନ୍ଦୁ ବିରୋଧୀ ରଣନୀତି ଥିଲା।" ସେ ଅଭିଯୋଗ କରିଛନ୍ତି, " ଲଗ୍ନଜିତା ପୋଲିସ ଷ୍ଟେସନକୁ ଯାଇଥିଲେ, ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଲିସ ଅଭିଯୋଗ ପଞ୍ଜିକରଣ କରିବାକୁ ମନା କରିଦେଇଥିଲା।" ତେବେ ଏପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories