Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବ୍ୟାଙ୍କରେ ଏପର୍ଯ୍ୟନ୍ତ  ଜମାହେଲାଣି ୧୧ କୋଟି ସୀତାରାମଙ୍କ ନାମ ଧନ 

Manini Pattanayak
Browse all articles by Manini Pattanayak
·2 years ago·2 min read
ବ୍ୟାଙ୍କରେ ଏପର୍ଯ୍ୟନ୍ତ  ଜମାହେଲାଣି ୧୧ କୋଟି ସୀତାରାମଙ୍କ ନାମ ଧନ 

ନଆଦିଲ୍ଲୀ: ପାଖେଇ ଆସୁଛି  ରାମଲଲାଙ୍କ  ପ୍ରାଣ ପ୍ରତିଷ୍ଠା ସମୟ।  ଅଯୋଧ୍ୟା ହୋଇଉଠିଛି ଉତ୍ସବମୁଖର।  ରାମଙ୍କ ସମ୍ପର୍କିତ  ରୋଚକ ଖବର ମଧ୍ୟ ଅଯୋଧ୍ୟାରୁ  ଆସିବାରେ ଲାଗିଛି। ଉତ୍ତର ପ୍ରଦେଶର ସୋନଭଦ୍ର ରେ ଏପରି ଏକ ବ୍ୟାଙ୍କ ଅଛି ଯାହା  ସୀତାରାମଙ୍କ ନାମରେ। ଅର୍ଥାତ ଏହି ବ୍ୟାଙ୍କଟି ସୀତାରାମ ନାମରେ ନାମିତ କରାଯାଇଛି।  ଆପଣ ଭାବୁଥିବେ ସମସ୍ତ ବ୍ୟାଙ୍କ ପରି ଏହି ବ୍ୟାଙ୍କରେ ଟଙ୍କା  ଜମା କରାଯାଉଥିବ । କିନ୍ତୁ ନା..   ଟଙ୍କା ନୁହେଁ ଏହି ବ୍ୟାଙ୍କରେ  ସୀତାରାମଙ୍କ ନାମ ଜମା କରାଯାଇଥାଏ। ବ୍ୟାଙ୍କ ସହ ଯଡିତ ହୋଇଥିବା ସଦସ୍ୟଙ୍କୁ  ଏକ ପୁସ୍ତକ ଦିଆଯାଇଥାଏ।  ଏହି  ବହିରେ ୨୧ ହଜାର ୩ଶହ ୧୨ ଥର  ସୀତାରାମ ନାମ ଲେଖିବାକୁ ପଡିବ।   ଏପରି କଲାପରେ ଜମାକାରୀ ଉକ୍ତ ବ୍ୟାଙ୍କରେ ପୁସ୍ତକକୁ ଜମା କରିଥାନ୍ତି।  ବ୍ୟାଙ୍କରେ ଏପର୍ଯ୍ୟନ୍ତ ୧୧ କୋଟି ସୀତାରାମଙ୍କ ନାମ' ସଂଗ୍ରହ କରାଯାଇଛି। ଏହି ଆଶ୍ଚର୍ଯ୍ୟ ବ୍ୟାଙ୍କର ଜମାକାରୀମାନଙ୍କୁ  ଖାତା ପାସବୁକ ମଧ୍ୟ ଜାରି କରାଯାଇଥାଏ। ଏ ପାସବୁକରେ ଜମାପୁଞ୍ଜିର ଉଲ୍ଲେଖ କରାଯାଇଛି।

ତେବ ଆସନ୍ତୁ ଜାଣିବା  ଏ  ସୀତାରାମ ବ୍ୟାଙ୍କର ବିଶଷତ୍ୱ କଣ?  

 ରାମ ନାମର ମହିମା ଅପରାମ୍ପର।  ରାମ ନାମ ସ୍ମରଣ  ମାତ୍ରେ କେ ହିଁ  ଅଟକି ଥିବା କାମ ସହଜରେ ହୋଇଯାଇଥାଏ।  ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭପର ହୋଇଥାଏ।  ରାମ ନାମରେ ଏକ ଚମତ୍କାର ଶକ୍ତି ନିହିତ ଥାଏ।  ପାପ କ୍ଷୟ କରିଥାଏ ରାମନାମ। ମୁକ୍ତି ପ୍ରଦାନ କରିଥାଏ ରାମ ନାମ। ଜୟ ଶ୍ରୀ ରାମ କହିଦେଲେ ମନ ହୁଏ ପୁଲକିତ।  ଏହି ଅମୂଲ୍ୟ  ଚିନ୍ତାଧାରା ସହିତ  ଶ୍ରୀରାମଙ୍କ ଅମୂଲ୍ୟ ପୁଞ୍ଜି କୁ ସୀତାରାମ ବ୍ୟାଙ୍କରେ ଜମା କରୁଛନ୍ତି ଲୋକେ।  ଗତ ୧୧ ବର୍ଷ ହେବ  ଏହି ସ୍ୱତନ୍ତ୍ର ବ୍ୟାଙ୍କରେ କୋଟି କୋଟି ନାମ ଧନ ସଂଗ୍ରହ କରାଯାଇଛି। ଆଉ ନିରନ୍ତର  ଏହାର ପୁଞ୍ଚି ବଢିବାରେ ଲାଗିଛି। ତେବେ ଅଢେଇ ଲକ୍ଷ ସୀତାରାମ ନାମ ଲେଖିଲା ପରେ ବ୍ୟାଙ୍କ ତରଫରୁ ଏକ ପ୍ରମାଣ ପତ୍ର ମିଳିବ।   ୨୦୧୨ ରେ ଶ୍ରୀସୀତାରାମ ବ୍ୟାଙ୍କର ପ୍ରତିଷ୍ଠା କରାଯାଇଥିଲା। ସେବେ ଠୁ ଆଜି ଯାଏ ଏହି ବ୍ୟାଙ୍କ ଅନବରତ   କାର୍ଯ୍ୟ କରିଚାଲିଛି। ବ୍ୟାଙ୍କରେ ଜମାକାରୀଙ୍କ ସଂଖ୍ୟା ୧୬୯ ଜଣ ସ୍ଥାୟୀ ଜମାକାରୀ ଅଛନ୍ତି।  ସେହିପରି ୨୦୦ ଲୋକ  ଅସ୍ଥାୟୀ ସଦସ୍ୟ ଅଛନ୍ତି।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

Sponsored
Sitaram Bank in Ayodhya where people write "Ram Naam" and deposit it in the account | Argus News