ସତର୍କ: କାରର ପଛ ସିଟରେ ବସୁଥିବା ଯାତ୍ରୀମାନଙ୍କ ସିଟ୍ ବେଲ୍ଟ ବାଧ୍ୟତାମୂଳକ

ଅର୍ଗସ ବ୍ୟୁରୋ: ସତର୍କ ହୋଇଯାଆନ୍ତୁ ଗାଡି ଚାଳନ। ନଚେତ ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା। ଏଣିକି ପଛ ସିଟ୍ ପାଇଁ ଆଲାର୍ମ ଶବ୍ଦକୁ ବାଧ୍ୟତାମୂଳକ କରାଯାଇଛି।ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିଟ୍ ବେଲ୍ଟ ହେଉଛି ଏକ ସୁରକ୍ଷ କବଚ ପରି । କାରର ପଛ ସିଟରେ ବସୁଥିବା ଯାତ୍ରୀମାନଙ୍କ ସିଟ୍ ବେଲ୍ଟ ଆଲାର୍ମ ପାଇଁ ଅଟେ । ଏହା ବ୍ୟତୀତ ଅନ୍ୟ କୌଣସି ନୂତନ ପ୍ରାବଧାନ କରାଯାଇନାହିଁ ।
ଗାଡ଼ି ଚାଳକଙ୍କ ସମେତ ସହଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅଟୋ ନିର୍ମାତା କମ୍ପାନୀମାନଙ୍କ ପାଇଁ ଶୁକ୍ରବାର ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ୨୦୨୫ ଏପ୍ରିଲ ୧ରୁ ବିକ୍ରି ହେବାକୁ ଥିବା କାରରେ ପଛ ସିଟ୍ ପାଇଁ ଆଲାର୍ମ ଶବ୍ଦକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମର ଉଲ୍ଲଂଘନ କଲେ କେନ୍ଦ୍ରୀୟ ମୋଟେର ଯାନ ନିୟମ ଅନୁଯାୟୀ ଏହି ନିୟମର ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ ଦେଶ ଖବର: